Advertisment

ଏହି ଘଣ୍ଟାରେ କେବେ ୧୨ ବାଜେନି, କାହିଁକି…

ଦିନ-ରାତି ମିଶି ୨୪ ଘଣ୍ଟା, ଏହା ସମସ୍ତେ ଜାଣନ୍ତି। ଏନେଇ ସାରା ବିଶ୍ୱରେ ଗୋଟିଏ ପ୍ରକାରର ଘଣ୍ଟା ବା ଘଡି ପ୍ରଚଳିତ ହୋଇଆସୁଛି। ସେ ହାତ ଘଣ୍ଟା ହେଉ କି କାନ୍ଥ ଘଣ୍ଟା ହେଉ ସବୁଥିରେ ୧୨ଟା ପର୍ଯ୍ୟନ୍ତ ସମୟ ଥାଏ। ଏହି ଅନୁସାରେ ଆମେ ଆମର ଦିନଚର୍ଯ୍ୟାକୁ ପାଳନ ମଧ୍ୟ କରୁ। ଯଦି ଆପଣଙ୍କୁ କୁହାଯାଏ ଯେ ଘଡିରୁ ସବୁଦିନ ପାଇଁ ୧ ଘଣ୍ଟା କାଟିଦିଆଯାଏ ତେବେ ଆପଣଙ୍କ ମନରେ ନିଶ୍ଚୟ ଏହା ଆସିବ ଯେ ଆମ ଦୈନନ୍ଦୀନ ଜୀବନରୁ ୧ ଘଣ୍ଟା କମିଗଲା।

ଅଦ୍ୟତନ ହୋଇଛି
This unique clock in the world which never rings 12

This unique clock in the world which never rings 12

Advertisment

ଦିନ-ରାତି ମିଶି ୨୪ ଘଣ୍ଟା, ଏହା ସମସ୍ତେ ଜାଣନ୍ତି। ଏନେଇ ସାରା ବିଶ୍ୱରେ ଗୋଟିଏ ପ୍ରକାରର ଘଣ୍ଟା ବା ଘଡି ପ୍ରଚଳିତ ହୋଇଆସୁଛି। ସେ ହାତ ଘଣ୍ଟା ହେଉ କି କାନ୍ଥ ଘଣ୍ଟା ହେଉ ସବୁଥିରେ ୧୨ଟା ପର୍ଯ୍ୟନ୍ତ ସମୟ ଥାଏ। ଏହି ଅନୁସାରେ ଆମେ ଆମର ଦିନଚର୍ଯ୍ୟାକୁ ପାଳନ ମଧ୍ୟ କରୁ। ଯଦି ଆପଣଙ୍କୁ କୁହାଯାଏ ଯେ ଘଡିରୁ ସବୁଦିନ ପାଇଁ ୧ ଘଣ୍ଟା କାଟିଦିଆଯାଏ ତେବେ ଆପଣଙ୍କ ମନରେ ନିଶ୍ଚୟ ଏହା ଆସିବ ଯେ ଆମ ଦୈନନ୍ଦୀନ ଜୀବନରୁ ୧ ଘଣ୍ଟା କମିଗଲା।

Advertisment

ଆପଣ କ’ଣ କେବେ ଏମିତି ଘଡି ବିଷୟରେ ଶୁଣିଛନ୍ତି କି ଯେଉଁଥିରେ କେବେ ୧୨ଟା ବାଜେ ନାହିଁ? ବୋଧହୁଏ ଶୁଣି ନ ଥିବେ। କିନ୍ତୁ ଦୁନିଆରେ ଏମିତି ଏକ ଘଡି ଅଛି ଯେଉଁଥିରେ କେବେ ୧୨ଟା ବାଜେ ନାହିଁ। ଏହା ଶୁଣି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ। କିନ୍ତୁ ଏହା ପଛରେ ମଧ୍ୟ ଏମିତି ଏକ କାରଣ ରହିଛି ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ।

Advertisment

ଦୁନିଆର ଏହି ବିଚିତ୍ର ଘଡି ସୁଇଜର୍‌ଲ୍ୟାଣ୍ଡ୍‌ର ସୋଲୋଥର୍ଣ୍ଣ ସହରରେ ଅଛି। ଏହି ସହରର ଏକ ଛକରେ ଏହି ଘଡି ରହିଛି। ଏଥିରେ କେବଳ ୧୧ଟା ପର୍ଯ୍ୟନ୍ତ ସମୟ ଅଛି। ସହରରେ ଏମିତି ଅନେକ ଘଡି ଅଛି ଯେଉଁଥିରେ ୧୨ ନାହିଁ। ଏହି ସହରର ସବୁଠାରୁ ବଡ ବିଶେଷତା ହେଉଛି ଏଠାକାର ଲୋକେ ୧୧ ଅଙ୍କକୁ ବହୁତ ଶୁଭ ମାନନ୍ତି। ଖାଲି ଏତିକି ନୁହେଁ ଏହି ସହରରେ ବହୁତ କିଛି ଅଛି ଯାହାକୁ ୧୧ ନମ୍ବର ଭିତରେ ରଖାଯାଇଛି। ଆପଣ ଏହା ଜାଣି ମଧ୍ୟ ଆଶ୍ଚର୍ଯ୍ୟ ହେବେ ଯେ ଏଠାରେ ଚର୍ଚ୍ଚ ଓ ଉପାସନା କକ୍ଷ ମଧ୍ୟ ୧୧ଟି ଲେଖାଏଁ ଅଛି। ଏହା ସହିତ ସଂଗ୍ରହାଳୟ, ଐତିହାସିକ ଝରଣା ଓ ତାୱାର ମଧ୍ୟ ୧୧ଟି ଲେଖାଏଁ ଅଛି।

This unique clock in the world which never rings 12ଏହି ଘଣ୍ଟାରେ କେବେ ୧୨ ବାଜେନି

ଆପଣ ମଧ୍ୟ ସେଣ୍ଟ୍ ଉର୍ସୁସ୍‌ର ମୁଖ୍ୟ ଚର୍ଚ୍ଚରେ ୧୧ ସଂଖ୍ୟାର ମହତ୍ୱ ସ୍ପଷ୍ଟଭାବେ ଦେଖିପାରିବେ। ଏହାର ପ୍ରଥମ ବିଶେଷତା ହେଉଛି ଏହାକୁ ଶେଷ କରିବା ନେଇ ୧୧ ବର୍ଷ ସମୟ ଲାଗିଥିଲା। ଏଠାରେ ତିନୋଟି ସିଢିର ସେଟ୍ ରହିଛି, ଆଉ ସବୁଥିରେ ୧୧ଟି ଧାଡି ଅଛି। ଏହାଛଡା ଏଠାରେ ୧୧ଟି ଦ୍ୱାର ଥିବାବେଳେ ୧୧ଟି ଘଣ୍ଟି ମଧ୍ୟ ରହିଛି। ଏଠାକାର ଲୋକେ ୧୧ ନମ୍ବରଟିକୁ ଏତେ ଶୁଭ ଭାବନ୍ତି ଯେ ସେମାନେ ନିଜର ୧୧ତମ ଜନ୍ମଦିବସକୁ ବହୁତ ଉତ୍ସାହର ସହ ସ୍ୱତନ୍ତ୍ରଭାବେ ପାଳନ କରନ୍ତି। ଏହି ଅବସରରେ ଦିଆଯାଉଥିବା ଉପହାର ମଧ୍ୟ ୧୧ ସଂଖ୍ୟା ସହ ଜଡିତ ଥାଏ।

Advertisment

ଏହି ୧୧ ସଂଖ୍ୟାର ମହତ୍ୱ ପ୍ରାୟ ଏକ ଶତାବ୍ଦୀ ଧରି ଚାଲିଆସିଛି। କିମ୍ବଦନ୍ତୀ କୁହେ ଯେ ସମୟ ଥିଲା ସୋଲୋଥର୍ଣ୍ଣବାସୀ ବହୁତ ପରିଶ୍ରମ କରୁଥିଲେ, କିନ୍ତୁ ଏହା ପରେ ମଧ୍ୟ ସେମାନଙ୍କର ଜୀବନରେ ସୁଖ ଆସୁ ନ ଥିଲା। ଦିନେ ଏଠାରେ ଥିବା ଏକ ପାହାଡରୁ ଏଲ୍ଫ୍ ଆସି ସେମାନଙ୍କୁ ସାହସ ଦେଇଥିଲା। ଏହାପରେ ଲୋକଙ୍କ ଜୀବନରେ ହସର ଲହରୀ ଖେଳିଗଲା। ସମସ୍ତେ ଆନନ୍ଦ ଉଲ୍ଲାସରେ ଜୀବନ ଅତିବାହିତ କରିବାକୁ ଲାଗିଲେ।

ଜର୍ମାନୀର ପୌରାଣିକ କାହାଣୀରେ ଏଲ୍ଫ୍ ବିଷୟରେ ଶୁଣିବାକୁ ମିଳେ। ଏଠାକାର ଲୋକେ ବିଶ୍ୱାସ କରନ୍ତି ଯେ ଏଲ୍ଫ ପାଖରେ ଅଲୌକିକ ଶକ୍ତି ରହିଛି। ଜର୍ମାନ ଭାଷାରେ ଏଲ୍ପର ମାନେ ୧୧। ଏନେଇ ସୋଲୋଥର୍ଣ୍ଣବାସୀ ଏଲ୍ଫକୁ ୧୧ ସଂଖ୍ୟା ସହିତ ଯୋଡି ସେବେଠାରୁ ଏହି ସଂଖ୍ୟାକୁ ମହତ୍ତ୍ୱ ଦେବା ଆରମ୍ଭ କରିଛନ୍ତି।

Ajab Gajab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ