Advertisment

ଏମିତି ମହିଳା, ନିଶ ରଖିବା ଯାହାଙ୍କ ସଉକ୍‌

ନିଶ ରଖିଛନ୍ତି ମହିଳା, କହୁଛନ୍ତି ‘ନିଶ ବିନା ମୁଁ ବଞ୍ଚିପାରିବିନି’...

ଅଦ୍ୟତନ ହୋଇଛି
This Kerala Woman Can't Live Without Her Moustache, Has Family's Back

This Kerala Woman Can't Live Without Her Moustache, Has Family's Back

Advertisment

ପ୍ରାୟତଃ ପୁରୁଷମାନେ ନିଶ ରଖିବାକୁ ଭଲପାଇଥାନ୍ତି । ହେଲେ କେବେ ଦେଖିଛନ୍ତି କି ଜଣେ ମହିଳା ନିଶ ରଖିବାର ? ତେବେ କେବଳ ପୁରୁଷ ହିଁ ନିଶ ରଖିପାରିବେ ତାହା ନୁହେଁ ମହିଳା ମଧ୍ୟ ନିଶ ରଖିପାରିବେ । ଯାହାକୁ ପ୍ରମାଣିତ କରିଛନ୍ତି କେରଳର କନ୍ନୁରର ଜଣେ ମହିଳା। ମହିଳା ତାଙ୍କ ନିଶକୁ ଏତେ ଭଲ ପାଆନ୍ତି ଯେ ସେ କେବେ ନିଜ ନିଶ କାଟନ୍ତି ନାହିଁ ।

Advertisment
ଓଔ

୩୫ ବର୍ଷିୟ ମହିଳା ସାୟେଜା (Shyja) ଆବିକଳ ପୁରୁଷଙ୍କ ଭଳି ନିଶ ରଖିଛନ୍ତି । ପ୍ରଥମେ ମହିଳାଙ୍କ ଉପର ଓଠରେ ଚୁଟି ଉଠିବା ଆରମ୍ଭ ହୋଇଥିଲା । ଯାହା ଧିରେ ଧିରେ ନିଶରେ ପରିଣତ ହେଲା । ଏନେଇ ମହିଳା ଜଣକ କହିଛନ୍ତି ଯେ, ‘‘ନିଶ ବିନା ବଞ୍ଚିବା ମୁଁ କେବେ କଳ୍ପନା ବି କରିପାରିବିନାହିଁ । କୋଭିଡ୍ ମହାମାରୀ ସମୟରେ ମୁଁ ମୋ ମୁହଁକୁ ମାସ୍କରେ ଘୋଡ଼ାଇ ରଖିବାକୁ ଆଦୌ ପସନ୍ଦ କରେ ନାହିଁ । ’’

ତେବେ ମହିଳାଙ୍କ ଏହି ନିଆରା ଚିନ୍ତା ଧାରାକୁ ନେଇ ସାୟେଜାଙ୍କ ଶାଶୁ ଘର ଲୋକ ତାଙ୍କ ସପକ୍ଷରେ ଥିବାବେଳେ ଏନେଇ ସମାଜରେ ତାଙ୍କୁ କିଏ କଣ କହୁଛି ତାହା ସେମାନଙ୍କୁ କୌଣସି ପ୍ରଭାବ ପକାଏ ନାହିଁ । 

Advertisment
Moustache Trending News Viral News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ