Advertisment

ମାନିନିଅନ୍ତୁ ଏହି ୫ ନୀତି; କେବେ ବି ହେବ ନାହିଁ ସମ୍ପର୍କରେ ଫାଟ

ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ୱାରା ରଚିତ ନୀତିଶାସ୍ତ୍ର ଅନେକ ଜ୍ଞାନର ଭଣ୍ଡାର। ଏଥିରେ ରହିଛି ସୁଖ ଜୀବନର ମୂଳ ରହସ୍ୟ। ଏଥିରେ ଥିବା ବୈବାହିକ ଜୀବନର କିଛି ନୀତିକୁ ଯଦି ଜଣେ ମାନିନିଏ ତେବେ ସଂପର୍କରେ କେବେ ବି ହେବ ନାହିଁ ଫାଟ।

ଅଦ୍ୟତନ ହୋଇଛି
These things create estrangement between husband and wife

These things create estrangement between husband and wife

Advertisment

ନିଜର ରଣନୀତି ନେଇ ଆଚାର୍ଯ୍ୟ ଚାଣକ୍ୟ ବେଶ ଜଣାଶୁଣା। ଚାଣକ୍ୟ ହିଁ ତାଙ୍କ ନୀତି ଆଧାରରେ ଏକ ସରଳ ବାଳକ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ମଗଧର ସମ୍ରାଟ କରିଦେଇଥିଲେ। ଚାଣକ୍ୟ ତାଙ୍କର ନୀତିଗୁଡିକୁ ଆଧାର କରି ‘ନୀତିଶାସ୍ତ୍ର’ ରଚନା କରିଥିଲେ। ନୀତିଶାସ୍ତ୍ରର କଥା ଲୋକମାନଙ୍କୁ ଅବଶ୍ୟ କଟୁ ଲାଗେ, କିନ୍ତୁ ଏହା ଜୀବନର ସତ୍ୟକୁ ଦର୍ଶାଏ।

Advertisment

ଚାଣକ୍ୟଙ୍କ ଦ୍ୱାରା ଲିଖିତ ‘ନୀତିଶାସ୍ତ୍ର’ ଜୀବନର ପ୍ରତ୍ୟେକ କ୍ଷେତ୍ର ସହିତ ଜଡିତ ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକୁ ଉଲ୍ଲେଖ କରିଥାଏ। ଯଦି ଜଣେ ବ୍ୟକ୍ତି ଏହିସବୁ କଥାକୁ ମାନି ଚଳେ, ତେବେ ସେ କେବଳ ଯେ ବିଭିନ୍ନ ସମସ୍ୟାରୁ ରକ୍ଷା ପାଇବ ତାହା ନୁହେଁ ବରଂ ଏକ ସନ୍ତୁଷ୍ଟ ଓ ସଫଳ ଜୀବନ ମଧ୍ୟ ଜୀଇ ପାରିବ। ଦାମ୍ପତ୍ୟ ଜୀବନ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ କଥା ମଧ୍ୟ ଚାଣକ୍ୟ ନିତୀରେ ମଧ୍ୟ ଉଲ୍ଲେଖ କରାଯାଇଛି। ଯଦି ଜଣେ ବ୍ୟକ୍ତି ଏହାକୁ ନିଜ ଜୀବନରେ ବ୍ୟବହାର କରେ, ତେବେ ତା’ ଠାରୁ ଖୁସୀ ମଣିଷ ଏ ପୃଥିବୀରେ ଆଉ କେହି ମିଳିବେ ନାହିଁ।

ଜଣେ ଅନ୍ୟ ଜଣକ ଉପରେ ଭରସା:

ବିଶ୍ୱାସ ହେଉଛି ପ୍ରତ୍ୟେକ ସମ୍ପର୍କର ମୂଳଦୁଆ। ଯଦି ତୁମେ ତୁମ ଜୀବନସାଥୀକୁ ବିଶ୍ୱାସ କରୁନାହଁ, ଏହାର ଅର୍ଥ ହେଉଛି ତୁମର ସମ୍ପର୍କର ସୂତା ମଜବୁତ ନୁହେଁ। ଯଦି ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ସନ୍ଦେହର ପ୍ରାଚୀର ଆସେ, ଏହାର ଅର୍ଥ ହେଉଛି ତୁମର ସମ୍ପର୍କ ଭାଙ୍ଗିବା ପଥରେ ଅଛି। ତେଣୁ ତୁମ ସଂପର୍କରେ ସନ୍ଦେହକୁ କେବେ ବି ଆସିବାକୁ ଦିଅ ନାହିଁ। ଯଦି କୌଣସି କଥାକୁ ନେଇ ମନରେ ସନ୍ଦହ ଆସେ ତେମେ ଖୋଲାଖୋଲି ଭାବେ ନିଜ ସାଥୀଙ୍କୁ ପଚାରି ନିଅନ୍ତୁ।

Advertisment

ଅହଂକାରରୁ ଦୂରେଇ ରହିବା:

ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଅହଂକାରର କୌଣସି ସ୍ଥାନ ରହିବା ଉଚିତ୍ ନୁହେଁ। ଚାଣକ୍ୟଙ୍କ ନୀତିଶାସ୍ତ୍ର ଅନୁଯାୟୀ ଧର୍ମରେ ଉଭୟ ସ୍ୱାମୀ-ସ୍ତ୍ରୀଙ୍କର ସମାନ ସ୍ଥାନ ଅଛି, ତେଣୁ ଉଭୟ ପରସ୍ପରକୁ ସମ୍ମାନ ଦେବା ଉଚିତ। ଯେଉଁ ସମ୍ପର୍କରେ ଅହଂ ଆସିଯାଏ ସେହି ସମ୍ପର୍କ ଅଧିକ ଦିନ ତିଷ୍ଠି ନଥାଏ।

ମିଥ୍ୟାରୁ ଦୂରେଇ ରହିବା:

ଯଦି ସ୍ୱାମୀ-ସ୍ତ୍ରୀ କିଛି ଲୁଚାଇବାକୁ ମିଛ କୁହନ୍ତି, ତେବେ ବୁଝନ୍ତୁ ଯେ ସେମାନଙ୍କ ସମ୍ପର୍କ ତିଷ୍ଠି ରହିବ ନାହିଁ। ଯଦି ଆପଣ କେବେ ଅନୁଭବ କରନ୍ତି ଯେ ସତ କହିବା ନେଇ ଆପଣ ପାଖରେ ସାହସ ନାହିଁ, ତେବେ ପରସ୍ପର ସହ କଥା ହୋଇ ସମସ୍ୟାର ସମାଧାନ କରନ୍ତୁ ଏବଂ ପରସ୍ପରକୁ ସାହାଯ୍ୟ କରିବାକୁ ଚେଷ୍ଟା କରନ୍ତୁ।

Advertisment
These things create estrangement between husband and wife ମାନିନିଅନ୍ତୁ ଏହି ୫ ନୀତି; କେବେ ବି ହେବ ନାହିଁ ସମ୍ପର୍କରେ ଫାଟ

ଘର କଥା ବାହାରେ ପ୍ରକାଶ କରନ୍ତୁ ନାହିଁ:

ସ୍ୱାମୀ ଓ ସ୍ତ୍ରୀ ନିଜ ବ୍ୟକ୍ତିଗତ କଥାକୁ ବାହାର ଲୋକଙ୍କୁ କେବେବି କହିବା ଉଚିତ ନୁହେଁ, ସେ ତୁମ ସହିତ ଯେତେ ନିକଟତର ହୁଅନ୍ତୁ ନା କାହିଁକି। ମନେରଖନ୍ତୁ ଯେ ବାହର ଲୋକ ଆପଣଙ୍କର ବ୍ୟକ୍ତିଗତ ରହସ୍ୟ ଜାଣିଲେ ଆପଣଙ୍କ ଭାବମୂର୍ତ୍ତିକୁ ନଷ୍ଟ ହୋଇଥାଏ। ପରେ ଏହା ସମ୍ପର୍କରେ ତିକ୍ତତା ଆଣିଥାଏ।

ଜଣେ ଅନ୍ୟ ଜଣଙ୍କୁ ଅପମାନିତ କରିବା ଉଚିତ ନୁହେଁ:

ବିବାହ କେବଳ ବିଶ୍ୱାସ କିମ୍ବା ପ୍ରେମ ଉପରେ ନୁହେଁ ବରଂ ପରସ୍ପରକୁ ସମ୍ମାନ ଦେବା ଉପରେ ମଧ୍ୟ ଆଧାରିତ। ଯଦି ସ୍ୱାମୀ-ସ୍ତ୍ରୀ ପରସ୍ପରକୁ ସମ୍ମାନ କରନ୍ତି ନାହିଁ ତେବେ ଅନ୍ୟ ଜଣେ ନିଜକୁ ଅପମାନିତ ଅନୁଭବ କରିବ। ଏପରି ପରିସ୍ଥିତିରେ, ସମ୍ପର୍କ ମଧ୍ୟରେ ମତଭେଦ ହେବାର ସମ୍ଭାବନା ଅଛି। ତେଣୁ ସ୍ୱାମୀ-ସ୍ତ୍ରୀ ସେମାନଙ୍କ ସମ୍ପର୍କକୁ ସମ୍ମାନ ଦେବା ଉଚିତ। ଚାଣକ୍ୟ ନୀତି କୁହେ ଯେ ଯଦି ତୁମେ ସମ୍ମାନ ଦିଅ ତେବେ ତୁମେ ସମ୍ମାନ ପାଇବ ଏବଂ ଏହା ତୁମର ସମ୍ପର୍କର ବନ୍ଧନକୁ ଆହୁରି ଦୃଢ କରିବ।

Chanakya Niti
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ