Advertisment

ମାଆ ଲକ୍ଷ୍ମୀଙ୍କ ଗୁଣଗାନ ଓ ସେବାରେ ବ୍ରତୀ ଏମାନେ, ମାର୍ଗଶୀର ମାସରେ ବୁଲନ୍ତି ଘରକୁ ଘର

ଓଡିଶାରେ ରହିଛି ଦେବଗୁଣିଆ ପରମ୍ପରା । ବ୍ରହ୍ମବୀଣା ଧରି ଏମାନେ ବୁଲନ୍ତି ଘରକୁ ଘର । ବୁଲନ୍ତି ଗାଁକୁ ଗାଁ । ମାର୍ଗଶୀର ମାସରେ ଏହି ଦେବଗୁଣିଆମାନେ ମାଆ ଲକ୍ଷ୍ମୀଙ୍କ ମୂର୍ତ୍ତି, ହାତୀ, ଆସନ ଆଦି ତିଆରି କରି ବିକ୍ରି କରନ୍ତି ।

ଅଦ୍ୟତନ ହୋଇଛି
Maa Laxmi Puja

Maa Laxmi Puja

Advertisment

ଖଡିଆଳ, (କୁନାଳ କୁମାର ବେହେରା): ଓଡ଼ିଶା କଳା ଓ ସଂସ୍କୃତିର ରାଜ୍ୟ। ଏହାର ସଂସ୍କୃତିକୁ ସମୃଦ୍ଧ କରିଛି ଏହାର ପ୍ରାଚୀନ ପରମ୍ପରା । ସେପରି ଏକ ପରମ୍ପରା ହେଉଛି ଦେବଗୁଣିଆ । ଦେବଗୁଣିଆ ମାନେ ଏକ କଳାପ୍ରିୟ ଜାତି । ଏମାନଙ୍କ ସଂସ୍କୃତି ପୂରା ନିଆରା ।

Advertisment

ପଶ୍ଚିମ ଓଡ଼ିଶାର କଳାହାଣ୍ଡି, ବଲାଙ୍ଗୀର ଓ ନୂଆପଡା ଜିଲ୍ଲାରେ ଦେବଗୁଣିଆ ସମ୍ପ୍ରଦାୟର ଲୋକ ବସବାସ କରନ୍ତି । ଏମାନେ ନିଜକୁ ଦେବଗୁରୁ ବୃହସ୍ପତିଙ୍କ ବଂଶଧର ବୋଲି କହନ୍ତି । ଓଡ଼ିଶାର ସଂସ୍କୃତିରେ ଦେବଗୁଣିଆ ମାନଙ୍କ ସ୍ଥାନ ସ୍ୱତନ୍ତ୍ର । ମାଆ ଲକ୍ଷ୍ମୀଙ୍କ ଗୁଣ ଗାଥାକୁ ଘରେ ଘରେ ପହଞ୍ଚାଇବା ସହ ଧାନରେ ତିଆରି ମୂର୍ତ୍ତି ସବୁ ବିକ୍ରି କରନ୍ତି । ପରିବାରର ସବୁ ସଦସ୍ୟ ଏହି କାମରେ ନିୟୋଜିତ ହୋଇଥାନ୍ତି ।

ଅନନ୍ୟ ବୀଣା

ଏମାନେ ଏକ ପ୍ରକାରର ବୀଣା ବଜାଇଥାନ୍ତି ଯାହାକୁ ବ୍ରହ୍ମ ବୀଣା ବା ଲକ୍ଷ୍ମୀ ବୀଣା କୁହାଯାଏ । ଲାଉ ତୁମ୍ବା ରେ କଉଡ଼ି, ତାର, ଅଠା ଆଦି ଦେଇ ଏହା ତିଆରି କରାଯାଇଥାଏ । ବର୍ଷ ସାରା ଦେବଗୁଣିଆ ମାନେ ଘର ଘର ବୁଲି ଜୀବନ ଜୀବିକା ନିର୍ବାହ କରୁଥିବା ବେଳେ ମାର୍ଗଶୀର ମାସରେ ଏମାନଙ୍କ ସ୍ୱତନ୍ତ୍ର ସ୍ଥାନ ରହିଥାଏ । ଏହି ମାସରେ ମାଆ ଲକ୍ଷ୍ମୀଙ୍କ ପୂଜା ହେଉଥିବାରୁ ଦେବଗୁଣିଆ ମାନେ ତିଆରି କରିଥିବା ଧାନର ଲକ୍ଷ୍ମୀ, ହାତୀ, ଆସନ, ପଦ୍ମଫୁଲ, ଆଦିକୁ ମହିଳା ମାନେ ପୂଜା କରି ଘରକୁ ନେଇଥାନ୍ତି।

Advertisment

ମୁହେଁ ମୁହେଁ ବାହାରେ ଗୀତ

ଦେବଗୁଣିଆ ବା ଦେବଗୁରୁ ମାନେ ଏକ ପ୍ରକାର ଚାରଣ କବି । ଏମାନଙ୍କୁ ଆଶୁ କବି ବୋଲି ମଧ୍ୟ କୁହାଯାଏ । ମୁହେଁ ମୁହେଁ ଏମାନେ ଗୀତ ତିଆରି କରି ଗାଇଥାନ୍ତି । ଓଡ଼ିଶାରେ ମାଆ ଲକ୍ଷ୍ମୀଙ୍କ ପୂଜାର ସ୍ୱତନ୍ତ୍ର ସ୍ଥାନ ରହିଛି । ଓଡ଼ିଆ ଲୋକଙ୍କ ଜୀବନକୁ ପ୍ରଭାବିତ କରିଥିବା କବି ବଳରାମ ଦାସଙ୍କ ଲକ୍ଷ୍ମୀ ପୁରାଣକୁ ଦେବଗୁଣିଆମାନେ ଗାଇ ଶୁଣାଇଥାନ୍ତି।ଏମାନେ କଳାକାର ଜାତି ହେଲେ ମଧ୍ୟ ରାଜ୍ୟ ସଂସ୍କୃତି ବିଭାଗ ଏମାନଙ୍କୁ ଉପଯୁକ୍ତ ସ୍ଥାନ ଦେଉନଥିବା ଅଭିଯୋଗ ହେଉଛି । ବିଭିନ୍ନ କଳା ଓ ସଂସ୍କୃତି କାର୍ଯ୍ୟକ୍ରମରେ ଏମାନଙ୍କୁ ସାମିଲ କରାଗଲେ ଏମାନେ ଲୋକଲୋଚନକୁ ଆସିପାରନ୍ତେ । ଏମାନଙ୍କୁ ମଧ୍ୟ କଳାକାର ସଂଘରେ ନିଆଯିବା ଉଚିତ ବୋଲି ସଂସ୍କୃତି ଗବେଷକ ଡକ୍ଟର ପରମେଶ୍ୱର ମୁଣ୍ଡ୍ କହିଛନ୍ତି । ଏବେଠୁ ପଦକ୍ଷେପ ନିଆଗଲେ ରାଜ୍ୟର ଏକ ପ୍ରମୁଖ ପରମ୍ପରା ବଞ୍ଚି ରହି ପାରନ୍ତା ବୋଲି ସେ କହିଛନ୍ତି ।

Manabasa Gurubar Maa Laxmi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ