Advertisment

୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ନିଜ ଚେହେରାକୁ ନଷ୍ଟ କରିଦେଲେ ଯୁବତୀ

ଯୁବତୀକୁ ପାଇଁ କାଳ ହେଲା ବିୟୁଟି ଟ୍ରିଟ୍‌ମେଣ୍ଟ୍। ଚାହୁଁଥିଲେ କିପରି ଦେଖାଯିବେ ଏକ କଣ୍ଢେଇ ପରି। ଏନେଇ ଖର୍ଚ୍ଚ କଲେ ୧୦ ଲକ୍ଷରୁ ଅଧିକ ଟଙ୍କା। ଶେଷରେ ପରିଣତି ଏମିତି ହେଲା ଯେ ହରେଇଲେ ନିଜ ପ୍ରାକୃତିକ ଚେହେରା। ଏବେ ପୁରୁଣା ଚେହେରା ପାଇବାକୁ ଚାହୁଛନ୍ତି।

ଅଦ୍ୟତନ ହୋଇଛି
The young woman lost her beauty at spent  Rs 10 lakh

The young woman lost her beauty at spent Rs 10 lakh

Advertisment

ଯେତେବେଳେ ଲୋକଙ୍କୁ ଭଗବାନଙ୍କ ଦ୍ୱାରା ଦିଆଯାଇଥିବା ଶରୀରର ପ୍ରାକୃତିକ ସୌନ୍ଦର୍ଯ୍ୟ ପସନ୍ଦ ଆସେ ନାହିଁ, ସେତେବେଳେ ସେମାନେ ନିଜ ଭିତରର ସୌନ୍ଦର୍ଯ୍ୟକୁ ଉନ୍ନତ କରିବା ପରିବର୍ତ୍ତେ, ବିୟୁଟି କ୍ଲିନିକ୍ସ ଉପରେ ଚକ୍କର ଲଗାନ୍ତି। ଶେଷରେ ଅବସ୍ଥା ଏମିତି ହୁଏ ଯେ ପ୍ରକୃତି ପ୍ରଦତ୍ତ ସୌନ୍ଦର୍ଯ୍ୟ ନଷ୍ଟ ହୁଏ।

Advertisment

ଆମେରିକାର ଜଣେ ମଡେଲଙ୍କ ସହିତ ଠିକ ଏମିତି ହୋଇଛି। ଏହି ମଡେଲ୍ ୨୧ ବର୍ଷ ବୟସରେ ତାଙ୍କ ଚେହେରାରେ ବଜାରରେ ଉପଲବ୍ଧ ସମସ୍ତ ଲୋକପ୍ରିୟ ବିୟୁଟି ଟ୍ରିଟ୍‌ମେଣ୍ଟର ପ୍ରୟୋଗ କରିଦେଲେ। ଫଳ ଏମିତି ହେଲା ଯେ ସେ ଏକ ନୂଆ ଚେହେରା ପାଇଲେ ସତ କିନ୍ତୁ ସେ ନିଜେ ମଧ୍ୟ ଏହି ଚେହେରାକୁ ପଦନ୍ଦ କରୁ ନାହାନ୍ତି।

ଏହି ମଡେଲଙ୍କ ନାମ କ୍ୟାଣ୍ଡିସ୍ କ୍ଲୋସ୍‌ ହୋଇଥିବା ବେଳେ ସେ ଗତ ୨ ବର୍ଷ ମଧ୍ୟରେ ତାଙ୍କ ଚେହେରାକୁ ନେଇ ଅନେକ ଏକ୍ସପେରୀମେଣ୍ଟ୍ କରିଛନ୍ତି। ନିଜ ଚେହେରାର ସୌନ୍ଦର୍ଯ୍ୟକୁ ଉନ୍ନତ କରିବା ପାଗଳାମୀରେ ଏହି ଯୁବତୀ ଭଳିକି ଭଳି କସ୍‌ମେଟିକ୍ ଉପାୟ ବ୍ୟବହାର କରିଚାଲିଲେ। ଏନେଇ ଲକ୍ଷାଧିକ ଟଙ୍କା ମଧ୍ୟ ଖର୍ଚ୍ଚ କଲେ। କିନ୍ତୁ ଶେଷରେ ଯାହା ଫଳ ମିଳିଲା ସେଥିରେ ସେ ଖୁସି ନାହାନ୍ତି। ସେ ବର୍ତ୍ତମାନ ନିଜର ପୁରୁଣା ଚେହେରାକୁ ଭୁଲିଯାଇଛନ୍ତି ଏବଂ ଏହାକୁ ଫେରିପାଇବାକୁ ଇଛା କରୁଛନ୍ତି।

Advertisment

କ୍ୟାଣ୍ଡିସ୍ କ୍ଲୋସ୍ ଆମେରିକାର ନ୍ୟୁୟର୍କ ସିଟିର ବାସିନ୍ଦା। ୨୧ ବର୍ଷ ବୟସ୍କା ଏହି ମଡେଲ୍ ଏକ କଣ୍ଢେଇ ପରି ଦେଖାଯିବାକୁ ଚାହୁଁଥିଲେ। କ୍ୟାଣ୍ଡିସଙ୍କ IQ ହେଉଛି ୧୩୭ ହୋଇଥିବା ବେଳେ ସେ ମଧ୍ୟ ମେଂସାର ଜଣେ ସଦସ୍ୟ, ଯାହା ଜ୍ଞାନୀମାନଙ୍କ କ୍ଲବ୍ ଭାବରେ ପରିଗଣିତ। ତେବେ ସୁନ୍ଦର ଦେଖାଯିବାର ଭୂତ ତାଙ୍କୁ ଏମିତି ଖାଇଥିଲା ଯେ ସେ ଗତ ୨ ବର୍ଷ ମଧ୍ୟରେ ତାଙ୍କ ମୁହଁରେ ସମସ୍ତ ପ୍ରକାର୍ ଫିଲର୍ସ ବ୍ୟବହାର କରିନେଲେ। ତାଙ୍କର ଏହି ଇଚ୍ଛାକୁ ପୂରଣ କରିବା ନେଇ ସେ ହଜାରେ ଦୁଇ ହଜାରେ ନୁହେଁ ଏନେଇ ସେ ୧୦ ଲକ୍ଷରୁ ଅଧିକ ଟଙ୍କା ଉଡ଼ାଇଦେଲେ ଏବଂ ଏକ ସମ୍ପୂର୍ଣ୍ଣ ଭିନ୍ନ ଏବଂ ନକଲି ଚେହେରା ହାସଲ କଲେ। ସେ ଏହାକୁ କିଛି ଦିନ ପାଇଁ ପସନ୍ଦ କରିଥିଲେ ମଧ୍ୟ ବର୍ତ୍ତମାନ ସେ ତାଙ୍କର ଏହି ଅପ୍ରାକୃତିକ ନିଷ୍ପତ୍ତିର ଅନୁତାପ କରୁଛନ୍ତି।

The young woman lost her beauty at spent  Rs 10 lakhଦେଖନ୍ତୁ କେମିତି ଥିଲେ, କେମିତି ହେଲେ

ଇନ୍‌ଷ୍ଟାଗ୍ରାମ୍‌ରେ କ୍ୟାଣ୍ଡିସ୍‌ଙ୍କର ୪୨ ହଜାର ଅନୁସରଣକାରୀ ଅଛନ୍ତି ଏବଂ ସେମାନେ ମଡେଲଙ୍କୁ ଏହି ଚେହେରାକୁ ମଧ୍ୟ ପସନ୍ଦ କରନ୍ତି। କିନ୍ତୁ ସେ ନିଜେ ଏହି ନକଲି ଚେହେରାକୁ ନେଇ ଉଦାସ ହୋଇପଡିଛନ୍ତି। କ୍ୟାଣ୍ଡିସ୍ କହିଛନ୍ତି ଯେ ସେ ବର୍ତ୍ତମାନ ତାଙ୍କର ସ୍ୱାଭାବିକ ଚେହେରା ପାଇବାକୁ ଚାହୁଁଛନ୍ତି। ୨୦୨୧ ମସିହାରେ ସେ ଓଠ, ଗାଲ ଏବଂ ପାଟିର ମାଢିରେ ଫିଲର୍ ନେଇଥିଲେ ଏବଂ ବର୍ତ୍ତମାନ ଏହି ଫିଲର୍ସଗୁଡ଼ିକ ତାଙ୍କର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ନଷ୍ଟ କରିଦେଇଛି। ସେ ଏବେ ହୃଦୟଙ୍ଗମ କରିପାରୁଛନ୍ତି ଯେ ଏହା ତାଙ୍କ ମୁହଁକୁ ନଷ୍ଟ କରିଦେଇଛି ଏବଂ ସେ ଶୀଘ୍ର ବୃଦ୍ଧା ଦେଖାଯିବେ। ବର୍ତ୍ତମାନ କ୍ୟାଣ୍ଡିସ୍ ତାଙ୍କ ଫିଲର୍ସଗୁଡିକୁ ନଷ୍ଟ କରି ପୁରୁଣା ଚେହେରା ଫେରି ପାଇବାକୁ ଚେଷ୍ଟା କରୁଛନ୍ତି।

Advertisment
Ajab Gajab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ