Advertisment

ଉର୍ବଶୀଙ୍କ ସଂଘର୍ଷମୟ ଜୀବନର କିଛି ଅକୁହା କଥା

ମହିଳା ସଶକ୍ତିକରଣ ସ୍ରୋତରେ ଆଗକୁ ବଢିଛନ୍ତି ଉର୍ବଶୀ। ଜୀବନରେ ଅନେକ ବାଡ ବତା ଆସିଥିଲେ ତାଙ୍କୁ ଏଡେଇ ଆଗକୁ ଯାଇଛନ୍ତି। ତେବେ ଆସନ୍ତୁ ସାରାଜୀବନ ସଂଘର୍ଷ କରି ନିଜ କର୍ମବଳରେ ସେ କିପରି ଜିତିପାରିଛନ୍ତି ଆମ ସମସ୍ତଙ୍କ ହୃଦୟ।

ଅଦ୍ୟତନ ହୋଇଛି
The unknown factors of Urbasi Das

The unknown factors of Urbasi Das

Advertisment

ନାରୀକୁ ନେଇ ସଂସାର। ସଂସାରର ଅନେକ ଗୁରୁଦାୟିତ୍ୱ ବହନକରି ନାରୀ ନିଜକୁ ପ୍ରମାଣିତ କରିସାରିଛି। ବଦଳୁଥିବା ପରିସ୍ଥିତିରେ ପାଦ ଥାପି ସେ ନିଜକୁ ପ୍ରତିଷ୍ଠିତ କରିବା ସହିତ ସୁଖ୍ୟାତି ଅର୍ଜନ କରିପାରିଛି। ଏସବୁ ସମ୍ଭବ ହୋଇଛି କେବଳ ତା’ର ଶିକ୍ଷା, ସଂସ୍କାର, ଦୃଢ ଇଛାଶକ୍ତି ଏବଂ କର୍ତ୍ତବ୍ୟପରାୟଣତା ଗୁଣ ପାଇଁ । ସେହି ନାରୀମାନେ ଆମ ସମାଜ ପାଇଁ ଜଣେ ଜଣେ ପ୍ରେରଣା।

Advertisment

ଏକବିଂଶ ଶତାବ୍ଦୀର ନାରୀ ବେଶ୍ ସଶକ୍ତ। ସମସ୍ତ ପ୍ରତିକୂଳ ପରିସ୍ଥିତିରେ ବି ସେ ଆଗକୁ ବଢିଥାଏ। ଯେତେ ପ୍ରତିବନ୍ଧକ ଆସିଲେ ବି ସେ ତା’ର ସାମ୍ନା କରିଥାଏ। ଅନ୍ୟ ଉପରେ ବୋଝ ହୋଇ ବଂଚିବା ଅପେକ୍ଷା ସେ ନିଜେ କିଛି କରିବାକୁ ଜୀବନର ମନ୍ତ୍ର ଭାବେ ବିବେଚନା କରିଥାଏ। ଆଉ ତା’ର ପୁଳାପୁଳା ପ୍ରମାଣ ବି ରହିଛି। ଉର୍ବଶୀ ଦାସ ହେଉଛନ୍ତି ଏମିତି ଜଣେ ନାରୀ ଯିଏକି ସାରାଜୀବନ ସଂଘର୍ଷ କରିଛନ୍ତି ଆଉ ନିଜ କର୍ମବଳରେ ଜିତିପାରିଛନ୍ତି ଆମ ସମସ୍ତଙ୍କ ହୃଦୟ।

ଏ ମଣିଷର ହାତ ଅଛି ହେଲେ କେତେଜଣ ଏ ସମାଜ ପାଇଁ ଉପଯୁକ୍ତ କାମ କରୁଛନ୍ତି? ତା’ର ବୁଦ୍ଧି ଅଛି କିନ୍ତୁ ଅନ୍ୟକୁ ଟିକେ ସୁବୁଦ୍ଧି ଦେବାରେ ସେ କୁଣ୍ଠିତ ହେଉଛି। କିନ୍ତୁ ଉର୍ବଶୀ ହେଉଛନ୍ତି ତା’ର ବ୍ୟତୀକ୍ରମ। ତାଙ୍କ ପାଇଁ ବିଧିର ବିଧାନ କିଛି ଅଲଗା। କୁହାଯାଏ ହାତ ଥିଲେ ଭାତ ମିଳିଥାଏ, କିନ୍ତୁ ଉର୍ବଶୀ ପ୍ରମାଣ କରି ଦେଖାଇଛନ୍ତି ଯେ ଗୋଡ ସାହାଯ୍ୟରେ ସେ ଦୁନିଆକୁ ବି ଜୟ କରିପାରନ୍ତି।

Advertisment

ସମାଜସେବୀ ଉର୍ବଶୀ ଦାସ ଜଣେ ଦିବ୍ୟାଙ୍ଗ ହୋଇପାରନ୍ତି, କିନ୍ତୁ ତାଙ୍କ ପାଖରେ ଅଛି ଅଦମ୍ୟ ସାହାସ ଆଉ ପ୍ରଚଣ୍ଡ ଇଛାଶକ୍ତି। ଏହି ସାହସ ହିଁ ତାଙ୍କୁ ଜୀବନଯୁଦ୍ଧରେ ବିଜୟିନୀ କରିପାରିଛି। ସ୍ୱେଛାସେବୀ ଇଣ୍ଡିଆନ୍ କମ୍ୟୁନିଟି ପୋଲିସର ଜଣେ କମାଣ୍ଡର ଭାବେ କାର୍ଯ୍ୟ କରୁଛନ୍ତି ଉର୍ବଶୀ। କରୋନା ମହାମାରୀ ସମୟରେ ଲୋକଙ୍କୁ ସେବା ଯୋଗାଇ ନିଜ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ଏହି ସମାଜସେବୀ।

ଝିଅ ନୁହେଁ ସେ ଲକ୍ଷେ ଟଙ୍କାର ମୁଣ୍ଡ, ଏମିତି କୁହନ୍ତି ଉର୍ବଶୀଙ୍କ ମା’। ସେପଟେ ମା’ଙ୍କର ଶକ୍ତି ଯୋଗୁଁ ଏତେ ବାଟ ଯାଇପାରିଛନ୍ତି ବୋଲି କୁହନ୍ତି ଉର୍ବଶୀ। ପ୍ରତିଦିନ ମା’ଙ୍କ ସେବାକରିବା ଏବଂ ତାଙ୍କୁ ଖୁସିରେ ରଖିବା ତାଙ୍କ ଜୀବନର ଅନ୍ୟତମ ଲକ୍ଷ୍ୟ। ଆଉ ମା’ଙ୍କର ଆଶୀର୍ବାଦ ତାଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଛି।

Advertisment

ସେ କେବଳ ଜଣେ ଝିଅ ନୁହନ୍ତି, ବାସ୍ତବରେ ତାଙ୍କ ଠାରେ ଦେଖିବାକୁ ମିଳେ ପ୍ରଚଣ୍ଡ ଇଛାଶକ୍ତିର ସମାହାର। ସେ ନିଜକୁ ଦୁନିଆର ସବୁଠାରୁ ସୁଖୀ ଝିଅ ବୋଲି ଅନୁଭବ କରନ୍ତି। ଏହା କେବଳ ସମ୍ଭବ ହୋଇପାରିଛି ତାଙ୍କର ନିଷ୍ଠା ଏବଂ କର୍ତ୍ତବ୍ୟପରାୟଣତା ଯୋଗୁଁ।

Inspirational Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ