Advertisment

ନିଜର ଉଦ୍ୟମ ବଳରେ ଅନ୍ୟମାନଙ୍କୁ ସ୍ୱାବଲମ୍ବୀ କରାଇଛନ୍ତି ସୁଚିସ୍ମିତା

ଆଜି ସକଳ କ୍ଷେତ୍ରରେ ସମୟ ସହ ତାଳଦେଇ ଆଗକୁ ବଢୁଛି ନାରୀ। ଅସମ୍ଭବ କାମକୁ ସମ୍ଭବ କରିଦେଖାଉଛି। ସେଥିପାଇଁ ତ ସେ ଅନନ୍ୟା। ସେହି ନାରୀମାନେ ଆମ ସମାଜ ପାଇଁ ଜଣେ ଜଣେ ପ୍ରେରଣା। ସେମିତି ଜଣେ ନାରୀ ହେଲେ ସୁଚିସ୍ମିତା ନନ୍ଦ। ଆସନ୍ତୁ ଜାଣିବା ତାଙ୍କ ପିଲାଦିନର ସ୍ୱପ୍ନ…

ଅଦ୍ୟତନ ହୋଇଛି
The struggleful life of Suchismita Nanda

The struggleful life of Suchismita Nanda

Advertisment

ସ୍ୱାବଲମ୍ବୀ ନାରୀ ଆମ ସମାଜ ପାଇଁ ଗର୍ବ ଓ ଗୌରବ। ସମୟ ସ୍ରୋତରେ ନାରୀ ଯେ କେବଳ ନିଜେ ସ୍ୱାବଲମ୍ବୀ ହୋଇପାରିଛି ତା ନୁହେଁ, ଅନ୍ୟକୁ ସ୍ୱାବଲମ୍ବୀ କରାଇବାରେ ତା’ର ହାତ ମଧ୍ୟ ରହିଛି। ସକାରତ୍ମକ ଚିନ୍ତାଧାରା ଏବଂ ନିଜର କାର୍ଯ୍ୟଶୈଳୀରେ ଅନ୍ୟକୁ ଆପଣାଇପାରିଛି ନାରୀ। ସେଥିପାଇଁ ତ ସମାଜର ପରିବର୍ତ୍ତନ ଧାରାରେ ନାରୀର ଅବଦାନ ବେଶ୍ ଗୁରୁତ୍ୱପୂର୍ଣ୍ଣ।

Advertisment

ଆଜି ସକଳ କ୍ଷେତ୍ରରେ ସମୟ ସହ ତାଳଦେଇ ଆଗକୁ ବଢୁଛି ନାରୀ। ଅସମ୍ଭବ କାମକୁ ସମ୍ଭବ କରିଦେଖାଉଛି। ସେଥିପାଇଁ ତ ସେ ଅନନ୍ୟା। ସେହି ନାରୀମାନେ ଆମ ସମାଜ ପାଇଁ ଜଣେ ଜଣେ ପ୍ରେରଣା।

ଯେତେ ନାରୀ ସେତେ କାହାଣୀ। ଏ ଧାରାରେ ଯୋଡି ହୋଇଛନ୍ତି ସୁଚିସ୍ମିତା ନନ୍ଦ। ପେସାରେ ସେ ଜଣେ ଡ୍ରେସ୍ ଡିଜାଇନର। ଫ୍ୟାଶନ୍ କ୍ଷେତ୍ରରେ ସେ ବେଶ୍ କିଛି ପାଦ ଆଗକୁ ବଢିଛନ୍ତି, ନିଜପାଇଁ ସ୍ୱତନ୍ତ୍ର ପରିଚୟ ବି ସୃଷ୍ଟିକରିଛନ୍ତି। ଅନ୍ୟକୁ ଡିଜାଇନିଂର କଳା ଓ କୌଶଳ ଶିଖାଇଛନ୍ତି, ଆଉ ରୋଜଗାରର ସୁଯୋଗ ମଧ୍ୟ ସୃଷ୍ଟିକରିଛନ୍ତି। ତେବେ କେମିତି ବିତିଥିଲା ଏହି ଡ୍ରେସ୍ ଡିଜାଇନରଙ୍କ ପିଲାଦିନ? ସମୟ ସୁଅରେ କେମିତି ଆଗକୁ ବଢିଥିଲେ ସୁଚିସ୍ମିତା? ଆସନ୍ତୁ ଜାଣିବା।

Advertisment

ନିଜର ଆଡଭର୍‌ଟାଇଜିଂ ଏଜେନ୍ସିରେ କିଛିବର୍ଷ କାମ କରିବା ପରେ ପ୍ରୋଗ୍ରାମ୍ ପ୍ରଡକ୍‌ସନ୍‌ ଏବଂ ଇଭେଣ୍ଟ୍ କରିବାରେ ମନୋନିବେଶ କରନ୍ତି ସୁଚିସ୍ମିତା। ସେତେବେଳେ ସାଧାରଣତଃ ଏହିକାମ ପାଇଁ ଝିଅମାନଙ୍କ ଭିତରେ ସେତେଟା ଆଗ୍ରହ ଦେଖିବାକୁ ମିଳୁନ ଥିଲା, କିନ୍ତୁ ସୁଚିସ୍ମିତା କିଛି ଭିନ୍ନ କରିବାକୁ ଚାହୁଁଥିଲେ। ଏ କାମରେ ସେ ଅନେକ ପ୍ରକାର ଚ୍ୟାଲେଞ୍ଜ୍‌ର ସମ୍ମୁଖୀନ ହୋଇଥିଲେ ସତ, ତଥାପି ସେ ଆଗକୁ ବଢିଥିଲେ।

ବିବାହ ବୟସରେ ସୁଚିସ୍ମିତାଙ୍କ ସର୍ତ୍ତ ଥିଲାଯେ, ସେ ଏମିତି ଜଣେ ମଣିଷଙ୍କୁ ବିବାହ କରିବେ ଯିଏ ତାଙ୍କୁ ଆଗକୁ ବଢିବାରେ ସହଯୋଗ କରିବେ ତାଙ୍କ ବ୍ୟବସାୟରେ କୌଣସି ପ୍ରକାର ହସ୍ତକ୍ଷେପ କରିବେନି। ଆଉ ବିବାହ ପରେ ସୁଚିସ୍ମିତାଙ୍କ ପାଇଁ ଯେମିତି ସୁଯୋଗର ଦ୍ୱାର ଖୋଲିଯାଇଥିଲା। ଶାଶୁଘର ଲୋକଙ୍କ ଆନ୍ତରିକ ସହଯୋଗ ଏବଂ ପ୍ରେରଣା ଯୋଗୁଁ ଆଜି ନିଜ ବ୍ୟବସାୟକୁ ଆଗକୁ ବଢାଇବାରେ ସଫଳ ହୋଇଛନ୍ତି ସୁଚିସ୍ମିତା।

Advertisment

ଡ୍ରେସ୍ ଡିଜାଇନିଂ କ୍ଷେତ୍ରରେ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ସେ। ଜଣେ ବ୍ୟବସାୟୀ ଭାବରେ ତାଙ୍କର ସ୍ୱତନ୍ତ୍ର ପରିଚୟ ରହିଛି। ନିଜର ଉଦ୍ୟମ ଯୋଗୁଁ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଏବଂ ଯାଜପୁର ଜିଲ୍ଲାର ଜାରକାଠାରେ ଦୁଇଟି ଗାର୍ମେଣ୍ଟ୍ ଫ୍ୟାକ୍ଟ୍ରି ପ୍ରତିଷ୍ଠା କରିଛନ୍ତି। ଏଥିସହିତ ପାଖାପାଖି ଏକଶହ କର୍ମଚାରୀଙ୍କ ପାଇଁ ରୋଜଗାର ସୃଷ୍ଟି କରିପାରିଛନ୍ତି ସୁଚିସ୍ମିତା। ତା’ ମଧ୍ୟରୁ ଅଧିକାଂଶ ହେଉଛନ୍ତି ମହିଳା କର୍ମଚାରୀ।

ଡ୍ରେସ୍ ଡିଜାଇନିଂ, ତା’ର ମାର୍କେଟିଂ ଏବଂ ଅଧିକରୁ ଅଧିକ ରୋଜଗାର ସୃଷ୍ଟି କରିବାକୁ ନେଇ ଆଗକୁ ବଢିଛନ୍ତି ସୁଚିସ୍ମିତା। ଏଥିସହିତ ନିଜ ସଂସ୍ଥାର ବ୍ରାଣ୍ଡ୍ ଇମେଜକୁ କେମିତି ଆଗକୁ ବଢାଇହେବ ସେ ଦିଗରେ କାମ ମଧ୍ୟ କରୁଛନ୍ତି ସେ। କେବଳ ନିଜେ ସ୍ୱାବଲମ୍ବୀ ହେଲେ ଚଳିବନି, ଅନ୍ୟକୁ ବି ସ୍ୱାବଲମ୍ବୀ କରିବାକୁ ପଡିବ। ଏକଥାର ଗୁରୁତ୍ୱକୁ ବେଶ୍ ଅନୁଭବ କରିଛନ୍ତି ସୁଚିସ୍ମିତା।

ମାନୁଫ୍ୟାକ୍ଚରର୍ ସୁଚିସ୍ମିତା ନନ୍ଦଙ୍କ ମା, ସ୍ବଗର୍ତଃ ଶାନ୍ତିଲତା ନନ୍ଦ ଥିଲେ ଜଣେ ପୋଲିସ ଅଫିସର୍‌। ମା’ଙ୍କର ଇଛାଥିଲା ସେ ହେବେ ଜଣେ ଡାକ୍ତର, ହେଲେ ସେ ବନିଗଲେ ଡ୍ରେସ୍ ଡିଜାଇନର। କିନ୍ତୁ ମା’ଙ୍କର ସେହି ଇଛାକୁ ସେ ଆଜି ପୂରଣ କରିପାରିଛନ୍ତି। ନିଜର ଦୁଇ ଝିଅଙ୍କୁ ସେ ଡାକ୍ତର କରିପାରିଛନ୍ତି। ସୁଚିସ୍ମିତା ନନ୍ଦ ବ୍ୟବସାୟକୁ ଜୀବନର ବ୍ରତ ଭାବରେ ଗ୍ରହଣ କରିବା ସହିତ ଅନ୍ୟମାନଙ୍କୁ ସ୍ୱାବଲମ୍ବୀ ହେବାର ରାସ୍ତା ଦେଖାଇଛନ୍ତି।

ପିଲାଦିନୁ ସ୍ୱାବଲମ୍ବୀ ହେବାର ଦୃଢ ମନୋବୃତି ଏବଂ ନିଶା ତାଙ୍କୁ ଦେଇଛି ଭିନ୍ନ ଏକ ପରିଚୟ। ଆଜି ତାହା ସେ ପ୍ରମାଣ କରିଦେଖାଇଛନ୍ତି। ଯଦି ପ୍ରତ୍ୟେକ ନାରୀ ନିଜ ଭିତରେ ଥିବା ପ୍ରତିଭାକୁ ବିକଶିତ କରନ୍ତି, ତେବେ ସେମାନେ ବି ବନିପାରିବେ ସମାଜ ପାଇଁ ପ୍ରେରଣା।

Inspirational Story Prerana
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ