Advertisment

ସୁଭଦ୍ରା ଦେଖେଇଲେ ସ୍ୱାବଲମ୍ବୀ ହେବାର ରାସ୍ତା

ଜୀବନରେ ସଂଘର୍ଷ ଯେତେ ଥାଉନା କାହିଁକି ଯଦି ଲକ୍ଷ୍ୟ ସ୍ଥିର ଥାଏ ତେବେ ସଫଳତା ନିଶ୍ଚିତ ମିଳିଥାଏ। ସେମିତି ଏକ ଉଦାହରଣ ସୃଷ୍ଟି କରିଛନ୍ତି ସୁଭଦ୍ରା। ନିଜ ବାହୁବଳରେ ସେ ପାଲଟିଯାଇଛନ୍ତି ସ୍ୱାମଲମ୍ବୀ ଆଉ ଏହି ସ୍ୱାବଲମ୍ବୀରୁ ପାର୍ଲର ଗର୍ଲ। ତେବେ ଆସନ୍ତୁ ଜାଣିବା ତାଙ୍କ ସଂଘର୍ଷର କାହାଣୀ।

ଅଦ୍ୟତନ ହୋଇଛି
The struggle girl Subhadra Mohanty

The struggle girl Subhadra Mohanty

Advertisment

ଜୀବନଯୁଦ୍ଧର ରାସ୍ତା ଲମ୍ବା ହୋଇପାରେ କିନ୍ତୁ ମନୋବଳରେ ବଳୀୟାନ ମଣିଷ ଉଦାହରଣ ସୃଷ୍ଟିକରିପାରେ। ଜୀବନରେ ସଂଘର୍ଷ ଯେତେ ଥାଉନା କାହିଁକି ଯଦି ଲକ୍ଷ୍ୟ ସ୍ଥିର ଥାଏ ତେବେ ସଫଳତା ନିଶ୍ଚିତ ମିଳିଥାଏ। ଏ କଥାର ପ୍ରାମାଣ ବି ରହିଛି। ତେବେ ଆମ ସମାଜରେ ଏମିତି ଅନେକ ନାରୀ ଅଛନ୍ତି ଯେଉଁମାନେ କି ନିଜ ଉଦ୍ୟମରେ ଅସମ୍ଭବ ଭଳି ମନେ ହେଉଥିବା କାର୍ଯ୍ୟକୁ ସମ୍ଭବ କରିପାରିଛନ୍ତି, କିଛି ନୂଆ କରି ଦେଖାଇଛନ୍ତି। ସେହି ନାରୀମାନେ ଆମ ସମାଜ ପାଇଁ ଜଣେ ଜଣେ ପ୍ରେରଣା।

Advertisment

ଦିନେ ପରିବାରର ଋଣବୋଝ ତାଙ୍କୁ ଅସ୍ତବ୍ୟସ୍ତ କରିପକାଉଥିଲା। ଦିନରାତି କେବଳ ସେହି ଚିନ୍ତାରେ ବୁଡି ରହୁଥିଲେ ସୁଭଦ୍ରା। ଆଗକୁ ବଢିବାର ଇଛାଥିଲେ ବି ପରିସ୍ଥିତି ଯେମିତି ତାଙ୍କ ବାଟ ଓଗାଳୁଥିଲା। ହେଲେ ଇଛା ଥିଲେ ଯେମିତି ଉପାୟ ଆପେଆପେ ଆସିଥାଏ, ସୁଭଦ୍ରାଙ୍କ ଜୀବନରେ ଠିକ୍ ଏମିତି ହିଁ ଘଟିଥିଲା।

ବିପରୀତ ପରିସ୍ଥିତିରେ କଷ୍ଟକରି ପାଠ ପଢିଛନ୍ତି ସୁଭଦ୍ରା। ପରିବାରର ବୋଝ ହାଲୁକା କରିବା ପାଇଁ ପିଲାଙ୍କୁ ବେଶ୍ କିଛି ବର୍ଷ ଟିଉସନ୍ କରିଛନ୍ତି। ନିଜ ଘରେ ଅଟାକଳ ଓ ଧାନକଳ ବସାଇ ରୋଜଗାର କେମିତି କରିହୁଏ ତାହା ବି ସେ ପ୍ରମାଣିତ କରିଛନ୍ତି, ପୁଣି ଛତୁଚାଷ କରି ନିଜ ପରିବାର ଏବଂ ଅନ୍ୟମାନଙ୍କ ଆର୍ଥିକ ସ୍ଥିତିକୁ ମଜବୁତ୍ କରିଛନ୍ତି ସେ।

Advertisment

ଏ ସବୁରୁ ମିଳିଥିବା ଅର୍ଥରେ ପରିବାର ଉପରେ ଥିବା ପ୍ରାୟ ୭ଲକ୍ଷ ଟଙ୍କାର କରଜ ସୁଝିଛନ୍ତି ସୁଭଦ୍ରା। ତେବେ ଏହି ସଫଳତା ତାଙ୍କୁ ଏତେ ସହଜରେ ମିଳି ନାହିଁ। ଏଥିପାଇଁ ସେ ବୁଦ୍ଧି ଖଟାଇଛନ୍ତି, ସଂଘର୍ଷ କରିଛନ୍ତି, ଶେଷରେ ବିଜୟିନୀ ବି ହୋଇଛନ୍ତି।

ସ୍ୱାବଲମ୍ବୀ ହେବାର ନିଶା ଘାରିଥାଏ ସୁଭଦ୍ରାଙ୍କୁ। କ’ଣ କଲେ ଅଧିକ ଦି’ପଇସା ହାତକୁ ଆସିବ ସେହି ସୁଯୋଗ ଅପେକ୍ଷାରେ ଥାନ୍ତି ସେ। ଗାଁର ବିଭିନ୍ନ ସମସ୍ୟା ବିଷୟରେ ବି ଚିନ୍ତା କରୁଥାନ୍ତି। ନିଜ ଗାଁ ଏବଂ ଆଖପାଖ ଗାଁରେ ଦୁଗ୍ଧ ସଂଗ୍ରହ କେନ୍ଦ୍ରଟିଏ ନ ଥିବାରୁ ଦୁଗ୍ଧ ଚାଷୀମାନେ କିଭଳି ହନ୍ତସନ୍ତ ହେଉଛନ୍ତି, ତା’ ଉପରେ ବି ତାଙ୍କର ନଜର ଥାଏ।

Advertisment

ଏମିତି ପରିସ୍ଥିତିରେ ଗାଁ ଲୋକଙ୍କ ନିତିଦିନିଆ ସମସ୍ୟା ଦୂର କରିବେ ବୋଲି ନିଷ୍ପତି ନିଲେ ସୁଭଦ୍ରା। ଆଉ ସେଇଠୁ ହିଁ ଆରମ୍ଭ ହେଲା ଅନ୍ୟକୁ ସ୍ୱାବଲମ୍ବୀ କରିବାର ଆଉ ଏକ ଉପାୟ।

ବନ୍ଦାଳ ଗାଁର ସୁନାନାକୀ ଝିଅ ସୁଭଦ୍ରା ପରିବାରର ଆଶା ଓ ଭରସା। ସେ ଆତ୍ମନିର୍ଭରଶୀଳ ହେବା ଯେମିତି ଥିଲା ତାଙ୍କ ଜୀବନର ସିଦ୍ଧାନ୍ତ। ଏମିତି ତ ମନୋବଳରେ ସେ ବେଶ୍ ବଳୀୟାନ୍, ପୁଣି ବାପା ଓ ମାଙ୍କ ଆଶୀର୍ବାଦ ତାଙ୍କୁ ଭିତରୁ ସାହାସ ଯୋଗାଇଥିଲା ।

ଟିଉସନ୍‌ କରୁ କରୁ ସୁଭଦ୍ରା ପାଲଟିଗଲେ ପାର୍ଲର ଗର୍ଲ। ଏ ଯାତ୍ରା ଯେତିକି କଷ୍ଟକର ସେତିକି ରୋଚକପୂର୍ଣ୍ଣ ମଧ୍ୟ। ତେବେ ସୁଭଦ୍ରାଙ୍କ ଜୀବନରେ ଏସବୁ ସଫଳତା ଗୋଟିଏ ଗୋଟିଏ ମାଇଲଖୁଣ୍ଟ ସଦୃଶ। ଲକ୍ଷ୍ୟ ସ୍ଥିର ରଖି ଆଗକୁ ବଢିବାର ଉଦ୍ୟମ ତାଙ୍କୁ ଅଧିକ ସ୍ୱାବଲମ୍ବୀ କରାଇପାରିଛି। ତାଙ୍କ ସହିତ କାମ କରି ଅନ୍ୟମାନେ ମଧ୍ୟ ରୋଜଗାର କରିବାର ବାଟ ପାଇଛନ୍ତି।

ଏବେ ସୁଭଦ୍ରାଙ୍କ ଖୁସି କହିଲେ ନସରେ। ସମୟ ବଦଳିବା ସହିତ ବଦଳିଯାଇଛି ପରିସ୍ଥିତି। ଦୀର୍ଘ ବର୍ଷର ସଂଘର୍ଷ ପରେ ଖୁସି ଫେରିଆସିଛି ତାଙ୍କ ପରିବାରକୁ। ସୁଭଦ୍ରାଙ୍କୁ କେନ୍ଦ୍ରକରି ପୂରା ଗାଁ ଆଜି ଗର୍ବ କରେ। ଏହା କେବଳ ସମ୍ଭବ ହୋଇପାରିଛି ସ୍ୱାବଲମ୍ବୀ ଝିଅ ସୁଭଦ୍ରାଙ୍କ ପାଇଁ। ଇଛାଶକ୍ତି ଯୋଗୁଁ ଅସମ୍ଭବ କାମ ସମ୍ଭବ ହୋଇପାରେ, ତାର ବଡ଼ ଉଦାହରଣ ସାଜିଛନ୍ତି ସୁଭଦ୍ରା ମହାନ୍ତି।

ଦୃଢ ମନୋବଳ ଓ ଅଟଳ ନିଷ୍ପତି ଆଜି ବଦଳାଇଦେଇଛି ସୁଭଦ୍ରାଙ୍କ ଜୀବନର ଗତିପଥକୁ। ଆମ ସମାଜ ପାଇଁ ଉଦାହରଣ ସୃଷ୍ଟିକରି ସେ ପାଲଟି ଯାଇଛନ୍ତି ମହିଳାଙ୍କ ପାଇଁ ପ୍ରେରଣା।

Inspirational Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ