The SC refused to accept a marriage certificate issued by Arya Samaj
ଆର୍ଯ୍ୟ ସମାଜ ଦ୍ୱାରା ଦିଆଯାଉଥିବା ବିବାହ ପ୍ରମାଣପତ୍ର ଅବୈଧ । ଗତକାଲି ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏହା କହିଛନ୍ତି । ଜଷ୍ଟିସ୍ ଅଜୟ ରସ୍ତୋଗି ଓ ଜଷ୍ଟିସ୍ ବିଭି ନଗରାଥନ୍ଙ୍କ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ଆର୍ଯ୍ୟ ସମାଜ କାହାକୁ ବିବାହ ପ୍ରମାଣପତ୍ର ଦେବାକୁ କ୍ଷମତାଭୁକ୍ତ ନୁହଁ । କେବଳ ବିଭାଗୀୟ ଅଧିକାରୀ ହିଁ ବିବାହ ପ୍ରମାଣପତ୍ର ଦେଇପାରିବେ ।
ସୂଚନା ଅନୁସାରେ, ଏକ ଦୁଷ୍କର୍ମ ମାମଲାର ଶୁଣାଣି କରି ଅଦାଲତ ଏଭଳି ନିଷ୍ପତ୍ତି ନେଇଛନ୍ତି । ଅଭିଯୁକ୍ତ ଯୁବକଙ୍କ ବିରୋଧରେ ଅପହରଣ ମାମଲାରେ ଶୁଣାଣି କରି ଏପରି ଶୁଣାଣି କରିଛନ୍ତି । ଯୁବକ ଜଣକ ତାଙ୍କ ପିଟିସନରେ କହିଥିଲେ ଯେ, ଯୁବତୀ ଜଣକ ବୟସ୍କ ଏବଂ ସେ ନିଜ ଇଚ୍ଛାରେ ବିବାହ କରିବାକୁ ରାଜି ହୋଇଥିଲେ ଏହି ବିବାହ ଆର୍ଯ୍ୟ ସମାଜ ମନ୍ଦିରରେ ହୋଇଥିଲା ।
କେନ୍ଦ୍ରୀୟ ଭାରତୀୟ ଆର୍ଯ୍ୟ ପ୍ରତିନିଧି ସଭା ପକ୍ଷରୁ ଜାରି ହୋଇଥିବା ପ୍ରମାଣପତ୍ରକୁ ସେ ଉପସ୍ଥାପନ କରିଥିଲେ । ଯାହାକୁ ସୁପ୍ରିମକୋର୍ଟ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି । ଆର୍ଯ୍ୟ ପ୍ରତିନିଧି ସଭାକୁ ପକ୍ଷଭୁକ୍ତ କରିବା ସହ ୧୯୫୪ରେ ଥିବା ସ୍ପେସିଆଲ ମ୍ୟାରେଜ ଆକ୍ଟ ଧାରା ୫,୬, ୭ ଓ ୮କୁ ସାମିଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1654340336.jpg)