sand mafia
ବଲାଙ୍ଗିରରେ ବାଲି ମାଫିଆଙ୍କ ଦାଦାଗିରି। ଆରଆଇଙ୍କୁ ମାଡ଼ ମାରିବା ସହ ମୋବାଇଲ ଜାଳି ଦେଇଛନ୍ତି ଅଭିଯୁକ୍ତ। ଏମିତି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ସାଲେଭଟା ଅଂଚଳରେ। ମୁରଶୁଣ୍ଡଠାରେ ଥିବା ଅଙ୍ଗ ନଦୀର ବାଲିଘାଟରୁ ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଥିବାଖବର ପାଇଥିଲେ ଆଗଲପୁର ତହସିଲଦାର।
ତହସିଲଦାରଙ୍କ ନିର୍ଦ୍ଦେଶ କ୍ରମେ ଆଜି ସକାଳୁ ବାବୁଫାସଡ଼ର ଆରଆଇ ସୁଶାନ୍ତ ପଟେଲ ଟିମ ସହିତ ବାଲିଘାଟକୁ ଯାଇଥିଲେ। ଟ୍ରାକ୍ଟରଟି ଫେରାର ମାରୁଥିବା ବେଳେ ଆରଆଇ ମୋବାଇଲରେ ଭିଡିଓ କରିଥିଲେ। ଏଥିରେ ରାଗି ଯାଇ ବାଲିମାଫିଆ ମାନେ ଆରଆଇଙ୍କ ମୋବାଇଲ ଲୁଟି ପୋଡି ଦେଇଥିଲେ।
ଏହା ସହିତ ଆରଆଇଙ୍କୁ ଅଭିଯୁକ୍ତମାନେ ମାଡପିଟ କରି ହାତକୁ କାମୁଡି ଦେଇଥିବା ସାଲେଭଟା ଫାଣ୍ଡିରେ ଅଭିଯୋଗ କରିଛନ୍ତି ଆଗଲପୁର ତହସିଲଦାର। ଏବେ ଆରଆଇ ସୁଶାନ୍ତ ପଟେଲ ଡୁଙ୍ଗରିପାଲି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ହେଲେ ବାଲି ମାଫିଆମାନେ ଫେରାର ହୋଇ ଯାଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/sand_mafia_1688621972.jpg)