ସବୁଠାରୁ ଜନଗହଳି ପୂର୍ଣ୍ଣ ଦ୍ୱୀପ, ମାତ୍ର ୧୧୫ଟି ଘର, ରହନ୍ତି ୧୨୦୦ ଲୋକ

ଆମ ବିଶ୍ୱରେ ଅନେକ ନିଆରା ସ୍ଥାନ ରହିଛି । ଆଉ ଏଭଳି ସ୍ଥାନ ଦେଖିଲେ ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ । ସେହିଭଳି ଏକ ନିଆରା ସହର ହେଉଛି 'ସାନ୍ତାକ୍ରୁଜ୍‌ ଡେଲ୍‌ ଇସଲୋତେ' । ଏହା ଏକ ଦ୍ୱୀପ ସହର । ଆଉ ଏଠାକାର ଜନସଂଖ୍ୟା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ମାତ୍ର ଦୁଇ ଫୁଟ ଲମ୍ବା ଏହି ଦ୍ୱୀପରେ ୧୨୦୦ ଲୋକ ବସବାସ କରନ୍ତି । ତେବେ ଏହି ଦ୍ୱୀପ ଏତେ ଜନଗହଳି ପୂର୍ଣ୍ଣ ହେଲା କିପରି । କଣ ରହିଛି ଖାସ୍‌ ଏହି ଦ୍ୱୀପରେ । ଚାଲନ୍ତୁ ଜାଣିବା ।

crowded island

News Summary

ନିଆରା ଆଇଲ୍ୟାଣ୍ଡ, 'ସାନ୍ତାକ୍ରୁଜ୍‌ ଡେଲ୍‌ ଇସଲୋତେ'

କଲୋମ୍ବିଆରେ ରହିଛି ଏକ ନିଆରା ଆଇଲ୍ୟାଣ୍ଡ । ଯାହାର ନାଁ 'ସାନ୍ତାକ୍ରୁଜ୍‌ ଡେଲ୍‌ ଇସଲୋତେ' । ଏହା କଲୋମ୍ବିଆର ଉତ୍ତର ଭାଗରେ ଅବସ୍ଥିତ । ଏହାକୁ ସବୁଠାରୁ ଅଧିକ ଜନସଂଖ୍ୟା ପୂର୍ଣ୍ଣ ଦ୍ୱୀପ ବୋଲି କୁହାଯାଏ । ଏହା ଏକ ଆର୍ଟିଫିସିଆଲ୍‌ ଆ‌ଇଲ୍ୟାଣ୍ଡ । ଏହା ସ୍ୟାଣ୍ଡ ବେର୍ନାଡୋ ଆର୍କିପ୍ୟାଲାବୋରର ଏକ ଅଂଶ । ଏହା ଜନସଂଖ୍ୟା ପାଖାପାଖି ୧୨୦୦ । କିନ୍ତୁ ଆଶ୍ଚର୍ଯ୍ୟ ଏହି ଦ୍ୱୀପର ଆକାର । ଏହା ମାତ୍ର ଏ ହେକ୍ଟର ସ୍ଥାନରେ ନିର୍ମିତ ।

ଏମିତି ବି କୁହାଯାଏ ଯେ, ଏହି ‌ଆଇଲ୍ୟାଣ୍ଡ ମାତ୍ର ୨ ଫୁଟ ଲମ୍ବା । ଏଠାରେ ପାଖାପାଖି ୧୧୫ଟି ଘର ରହିଛି । ଏଠାରେ ପାନୀୟ ଜଳର ସୁବିଧା ନାହିଁ  କି ଇଲେକ୍ଟ୍ରିକ୍‌ ଗ୍ରେଡ୍ ମଧ୍ୟ ନାହିଁ । ଏହି ଦ୍ୱୀପରେ ପାନୀୟ ଜଳ ମେନ୍‌ ଲ୍ୟାଣ୍ଡ କଲୋମ୍ବିଆରୁ ଆଣିବାକୁ ପଡିଥାଏ । ଏଠାରେ ପର୍ଯ୍ୟାପ୍ତ ମାତ୍ରାରେ ଆପଣ ମାଛ ପାଇଯିବେ । କିନ୍ତୁ ଏଠାରେ ରହୁଥିବା ଲୋକମାନଙ୍କୁ ଖାଇବା ପିଇବା ଜିନିଷ ବୋଟ୍‌ ଦ୍ୱାରା ଏଠାକୁ ଆଣିବାକୁ ପଡିଥାଏ ।

ଆଉ ଏହି ଦ୍ୱୀପରେ ଇଲେକ୍ଟ୍ରିସିଟି ପାଇଁ ଏଠାରେ ପାୱାର ଜେନେରେଟର ଓ ସୋଲାର ସିଷ୍ଟମର ବ୍ୟବହାର କରାଯାଏ । ଏହି ସ୍ଥାନକୁ ପ୍ରତିବର୍ଷ ଅନେକ ପର୍ଯ୍ୟଟକ ଆସିଥାଆନ୍ତି । ପର୍ଯ୍ୟଟକମାନେ ଏଠାରେ ମୁକୁରୋ ଆଇଲ୍ୟାଣ୍ଡର ହୋଟେଲରେ ରହିପାରିବେ । ଆଉ ତା ପରେ ଏଠାକୁ ଅର୍ଥାତ୍‌ ସାନ୍ତାକ୍ରୁଜ୍‌ ଆଇଲ୍ୟାଣ୍ଡକୁ ବୁଲିବାକୁ ଆସିପାରବେ । ଏଠାକାର ମୁକୁରୋ ଆଇଲ୍ୟାଣ୍ଡ ମଧ୍ୟ ପର୍ଯ୍ୟଟକମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ର ହୋଇ ରହିଆସିଛି । ଅନ୍ୟପଟେ ସାନ୍ତାକ୍ରୁଜ ଆଇଲ୍ୟାଣ୍ଡର ଲୋକମାନେ ଏଠାରେ ପର୍ଯ୍ୟଟକମାନଙ୍କ ପାଇଁ ଅନେକ ସୁବିଧା ସୁଯୋଗ ମଧ୍ୟ ସୃଷ୍ଟି କରିଛନ୍ତି । ଏଠାରେ କିଛି ଲୋକମାନେ ମାଛଚାଷ କରି ଚଳି ଥାନ୍ତି ।

crowded island

ଏହି ଦ୍ୱୀପରେ ଏକ ସ୍କୁଲ୍‌ ମଧ୍ୟ ରହିଛି । ଏହାର ଇତିହାସ ସମ୍ପର୍କରେ ଆଲୋଚନା କରିବାକୁ ଯିବା ଯଦି, ତେବେ ପ୍ରାୟତଃ ୧୫୦ ପୂର୍ବରୁ ହିଁ ଲୋକମାନେ ଏଠାରେ ବସତି ସ୍ଥାପନ ଆରମ୍ଭ କରିଦେଇଥିଲେ । ସେ ସମୟରେ ଆଖପାଖର ଦ୍ୱୀପର ମାଛଚାଷୀମାନେ ଏଠାକୁ ବିଶ୍ରାମ ନେବାକୁ ଆସୁଥିଲେ । ଏହାସହ ଝଡ ତୋଫାନରୁ ବଂଚିବା ପାଇଁ ମଧ୍ୟ ସେମାନେ ଏଠାକୁ ଆସୁଥିଲେ । ଆଉ ପରବର୍ତ୍ତ ସମୟରେ ଧୀରେ ଧୀରେ ଲୋକମାନେ ଏଠାରେ ରହିବାକୁ ଆରମ୍ଭ କରିଦେଇଥିଲେ ।

୨୦୨୦ରେ ଏଠାରେ ଫ୍ରି ଇଣ୍ଟରନେଟ୍‌ ସେବା ‌ଆରମ୍ଭ ହୋଇଛି । ଫଳରେ ଏଠାକାର ପିଲାମାନେ ଘରେ ବସି ମଧ୍ୟ ପାଠ ପଢିପାରିବେ । ଆଡମିଷେ୍ଟ୍ରସନରେ ମଧ୍ୟ ଦ୍ୱୀପକୁ ବ୍ୟବହାର କରାଯାଏ । ଏହି ଦ୍ୱୀପ ସମେତ ଆହୁରି ଅନେକ ଦ୍ୱୀପର ସୁରକ୍ଷା ଦାୟିତ୍ତ୍ୱରେ ରହିଛି କଲୋମ୍ବିଆ ନେଭି । କିନ୍ତୁ କୁହାଯାଉଛି ଯେ ଏହି ନିଆରା ଦ୍ୱୀପ ମଧ୍ୟ ବଢୁଥିବା ସି- ଲେବେଲ୍‌ କବଳରେ ଆସିଯିବ ।