Advertisment

ଇଣ୍ଟରନେଟ୍‌ ନଥିବାରୁ ପାହାଡ଼ ଉପରେ ନେଲେ କରୋନା ଟିକା

ଇଣ୍ଟରନେଟ ସେବା ନଥିବାରୁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ପାଇଁ ଗ୍ରାମବାସୀ ଆତୁର ନିବେଦନ କରିଥିଲେ। ଶେଷରେ ପ୍ରଶାସନ ପିଢପୋଖରି ଗାଁରେ ଟିକାକରଣ ପାଇଁ ବ୍ୟବସ୍ଥା କରିଥିଲେ। ହେଲେ ଇଣ୍ଟରନେଟ ନଥିବାରୁ ଡେବରା ଡିହି ପାହାଡ଼ ଉପରେ ଟିକାକରଣ କରାଯାଇଥିଲା।

 ପାହାଡ଼ ଉପରେ ନେଲେ ଟିକା

ପାହାଡ଼ ଉପରେ ନେଲେ ଟିକା

Advertisment

କେନ୍ଦୁଝର(ପ୍ରଣୟ କୁମାର ପାଣି): ଭିତ୍ତିଭୂମିର ଅଭାବରୁ ପାହାଡ଼ ଉପରେ ନେଲେ ଟିକା। ବିଶ୍ଵସ୍ତରୀୟ ସ୍ଵାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଡିଣ୍ଡିମ ପିଟୁ ଥିବାବେଳେ ଭିତ୍ତିଭୂମି ଓ ଇଣ୍ଟରନେଟ ଅଭାବରୁ ଗାଁ ଲୋକେ ପାହାଡ଼ ଉପରେ ଟିକା ନେବାକୁ ବାଧ୍ୟ ହୋଇଛନ୍ତି। ଏପରି ଘଟଣା ଘଟିଛି ଯୋଡ଼ା ବ୍ଳକ ବଡ କାଲିମାଟି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ଥିବା ପିଢପୋଖରି ଗାଁରେ। ଡିଜିଟାଲ ଇଣ୍ଡିଆ ହେଉ ଅବା ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା ସବୁ ଏଠି ଫେଲ୍ ମାରିଛି। ଟେଲିକମ୍ ଟାୱାର ଓ ଇଣ୍ଟରନେଟ୍ ସେବା ଅଭାବରୁ ଓଡ଼ିଶାର ହଜାର ହଜାର ଗାଁରେ ସର୍ବନିମ୍ନ ସେବା ବ୍ୟାହତ ହୋଇଛି ।

Advertisment

ଅନଲାଇନ ପାଠପଢ଼ା ଠାରୁ ଆରମ୍ଭ କରି ଟିକାକରଣ, ବ୍ୟାଙ୍କ ସେବା ଆଦିରୁ ବହୁ ଲୋକ ବଞ୍ଚିତ ହୋଇଛନ୍ତି। ଏହା ପରେ ବି ସରକାରଙ୍କର ନିଘା ନାହିଁ।ଇଣ୍ଟରନେଟ ସେବା ନଥିବାରୁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ପାଇଁ ଗ୍ରାମବାସୀ ଆତୁର ନିବେଦନ କରିଥିଲେ। ଶେଷରେ ପ୍ରଶାସନ ପିଢ ପୋଖରି ଗାଁରେ ଟିକାକରଣ ପାଇଁ ବ୍ୟବସ୍ଥା କରିଥିଲେ। ହେଲେ ଇଣ୍ଟରନେଟ ନଥିବାରୁ ଡେବରା ଡିହି ପାହାଡ଼ ଉପରେ ଟିକାକରଣ କରାଯାଇଥିଲା। ଏହି ଟିକାକରଣରେ ଯୋଡା ବ୍ଳକର ପିଢ ପୋଖରି, ବାଂଶପାଳ ବ୍ଲକର ଉପର କାଦକଳା/ ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଳକ ମିଶିସା, ସିମିରଦା, କଦଳିଆ ଓ କିଆକୁଦର ଗାଁର ୩୦୦ ଲୋକ ଟିକା ନେଇଥିଲେ ।

ଏ ବାବଦରେ ଫୋନ୍‌ କରି ପଚାରିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କିଛି ଜାଣି ନ ଥିବା କହିଛନ୍ତି। ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଏଲ.କେ. ସିଂହଙ୍କ କହିବା ଅନୁଯାୟୀ ଲୋକଙ୍କ ଅନୁରୋଧ ରକ୍ଷା କରିବାକୁ ଯାଇ ଏପରି କରାଯାଇଥିଲା। ପାହାଡ଼ଠୁ ୧ କିମି ଦୁରରେ ଏକ କମ୍ୟୁନିଟି ଘରକୁ ଅସ୍ଥାୟୀ ରହଣୀସ୍ଥଳ ପାଇଁ ବ୍ୟବହାର କରାଯାଇଥିଲା। ଏବେ ପ୍ରଶ୍ନ ଉଠୁଛି- ଏପରି ଦୁର୍ଗମ ଜାଗାରେ ଟିକାକରଣ ବେଳେ ଯଦି କିଛି ଅଘଟଣ ଘଟିଲେ ଏଥିପାଇଁ କିଏ ଦାୟୀ ରହିବ।

Advertisment
Odisha Corona Vaccination Center
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ