‘କୁମାରୀ କନ୍ଦମ,’ ରହସ୍ୟମୟ ସଭ୍ୟତା, ହଜି ଯାଇଛି ସମୁଦ୍ର ଗର୍ଭରେ

ଭାରତରେ ଦକ୍ଷିଣ ଭାଗରେ ଥିବା ହିନ୍ଦ୍‌ ମହାସାଗରରେ ଥିଲା ଏକ ଐତିହାସିକ ତାମିଲ ସଭ୍ୟତା । ଯାହା ବର୍ତ୍ତମାନ ଇତିହାସ ଗର୍ଭରେ ବିଲୁପ୍ତ । ଯାହାର ନାଁ ଥିଲା 'କୁମାରୀ କନ୍ଦମ' । କେବେ ଶୁଣିଛନ୍ତି ଏହି ସଭ୍ୟତା ସମ୍ପର୍କରେ । ତେବେ ଭାବନ୍ତୁ ହଜାର ହଜାର ବର୍ଷ ପୂର୍ବର ଏହି ସଭ୍ୟତା କିଭଳି ହୋଇଥିବ । ହେଲେ ଏହା ବିଲୁପ୍ତ ହେଲା କିଭଳି । ଜାଣିବା ଏହାର ରହସ୍ୟ ।

'kumari kandam'

News Summary

ରହସ୍ୟମୟ ବଲୁପ୍ତ ସଭ୍ୟତା 'କୁମାରୀ କନ୍ଦମ'

ଆପଣ ଜାଣିଛନ୍ତି କି ଭାରତୀୟ ଉପମହାଦ୍ୱୀପରେ କୁମାରୀ କନ୍ଦମ ନାମକ ଏକ ଦ୍ୱୀପକୁ ଆଧୁନିକ ମାନବ ସଭ୍ୟତାର ଉତ୍ପତ୍ତି ସ୍ଥଳ ବୋଲି ବିବେଚନା କରାଯାଏ । କିନ୍ତୁ ଏହି ମହାଦ୍ୱୀପ ଦୀର୍ଘ ବର୍ଷ ହେବ ଭାରତ ମହାସାଗରରେ ବିଲୁପ୍ତ ହୋଇଯାଇଛି । ଏହି ମହାଦ୍ୱୀପକୁ ଲେମୁରିଆ ବୋଲି ମଧ୍ୟ କୁହାଯାଏ । କିଛି ଲୋକ ଏହି ସଭ୍ୟତାକୁ ରାବଣ ସାମ୍ରାଜ୍ୟ ସହ ମଧ୍ୟ ଯୋଡିଥାଆନ୍ତି । କାରଣ ଦକ୍ଷିଣ ଭାରତକୁ ଶ୍ରୀଲଙ୍କା ସହ ଯୋଡୁଥିବା ରାମସେତୁ ମଧ୍ୟ ଏହି ମହାଦ୍ୱୀପରେ ରହିଛି ।

ତାମିଲ ଲେଖକଙ୍କ ଅନୁଯାୟୀ ଆଧୁନିକ ମାନବ ସଭ୍ୟତାର ବିକାଶ, ଆଫ୍ରିକା ମହାଦ୍ୱୀପ ହୋଇନଥିଲା ବରଂ ଭାରତ ମହାସାଗରରେ ଥିବା 'କୁମାରୀ କନ୍ଦମ' ନାମକ ଦ୍ୱୀପରେ ହୋଇଥିଲା । ହେଲେ କିଛି ଲୋକ ଏଠାରେ ଉତ୍ପତ୍ତି ହୋଇଥିବା ସଭ୍ୟତାକୁ କାଳ୍ପନିକ ସଭ୍ୟତା ବୋଲି କହିଥାଆନ୍ତି । ଏହାକୁ କୁମାରୀ ନାଡୁ ବୋଲି ମଧ୍ୟ କୁହାଯାଏ । ଏହା ଏକ ତାମିଲ ସଭ୍ୟତା । ୧୯୦୩ ମସିହାରେ ଭି.ଜି. ସୂର୍ଯ୍ୟକୁମାର ଏହାକୁ କୁମାରୀନାଟୁ ବା କୁମାରୀ କ୍ଷେତ୍ର ନାମରେ ନାମିତ କରିଥିଲେ ।

ଭାରତ ମହାସାଗରରେ ଏକ ବହୁତ ବଡ ମହାଦ୍ୱୀପର ସମ୍ଭାବନାକୁ ସବୁଠାରୁ ପ୍ରଥମେ ବ୍ରିଟିଶ ଭୂଗୋଳଶାସ୍ତ୍ରୀ ଫିଲିପ ସ୍କ୍ଲାଟର ଉଦ୍ଭାବନ କରିଥିଲେ । ସେ ମେଡାଗାସ୍କର ଓ ଭାରତରେ ବହୁତ ବଡ ମାତ୍ରାରେ ବାନକମାନଙ୍କର ଜୀବାସ୍ମ ମିଳିବା ପରେ ଏଠାରେ ନୂତନ ସଭ୍ୟତା ହେବାର ଅନୁମାନ କରିଥିଲେ । ଯାହାକୁ ସେ ଲେମୁରିଆ ବୋଲି ନାଁ ଦେଇଥିଲେ । ସେ ଏହାକୁ ନେଇ ଏକ ବହି ମଧ୍ୟ ଲେଖିଥିଲେ, ଯାହାର ନାଁ 'ଦ ମାମାଲ ଅଫ୍‌ ମେଡାଗାସ୍କର' ଓ ଏହା ୧୮୬୪ରେ ପ୍ରକାଶିତ ହୋଇଥିଲା ।

'Kumari Kandam' mysterious civilization

ଏହି କ୍ଷେତ୍ର ଉତ୍ତରରେ କନ୍ୟାକୁମାରୀରୁ ନେଇ ପଶ୍ଚିମରେ ଅଷ୍ଟ୍ରେଲିଆର ମେଡାଗାସ୍କର ପର୍ଯ୍ୟନ୍ତ ବ୍ୟାପ୍ତ । କୁହାଯାଏ ଏହି ସଭ୍ୟତା ପାଖାପାଖି ୧୪ ହଜାର ୫୦୦ ବର୍ଷ ପୁରାତନ । ଯାହା ବର୍ତ୍ତମାନ ଜଳମଗ୍ନ । ଏହାପରେ ଏଠାରେ ବସବାସ କରୁଥିବା ଲୋକମାନେ ଏହି ସ୍ଥାନ ଛାଡି ଆଫ୍ରିକା, ୟୁରୋପ, ଚୀନ ସମେତ ସମଗ୍ର ବିଶ୍ୱରେ ବ୍ୟାପୀ ଗଲେ ।

ତାମିଲ ଲେଖକଙ୍କ ଅନୁସାରେ, ଯେତେବେଳେ କୁମାରୀ କନ୍ଦମ ଜଳ ମଗ୍ନ ହୋଇଥିଲା, ସେତେବେଳେ ୭ ହଜାର ମାଇଲର ଏହି କ୍ଷେତ୍ର ୪୬ ଭାଗରେ ବିଭକ୍ତ ହୋଇଯାଇଥିଲା । ତାପମାତ୍ରା ବୃଦ୍ଧି ସହ ସମୁଦ୍ରର ଜଳସ୍ତର ବୃଦ୍ଧି ହିଁ ସଭ୍ୟତାର ବିଲୁପ୍ତିର କାରଣ ବୋଲି ଅନୁମାନ କରାଯାଏ । ତେବେ କାରଣ ଯାହା ହେଲେ ମଧ୍ୟ, ଏହି ସଭ୍ୟତାର ଅସ୍ତିତ୍ତ୍ୱକୁ ନେଇ କେବଳ ଅନୁମାନ କରାଯାଇପାରିଛି । କିନ୍ତୁ ଏହାର ରହସ୍ୟ କଣ ଆଜି ବି ତାହା ଅଭେଦ । ତେଣୁ ଏହି ସଭ୍ୟତାକୁ ନେଇ ଏବେ ବି ବୈଜ୍ଞାନିକମାନେ ନିଜର ଗବେଷଣା ଜାରି ରଖିଛନ୍ତି ।