The greatness of the ambulance driver
କନ୍ଧମାଳ ଜିଲ୍ଲା ଫୁଲବାଣୀରେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ମହାନତା । ବୁଧବାର ଦିନ ହାଟପଦାରେ ଜଣେ ବୃଦ୍ଧ ଅଚେତ ଅବସ୍ଥାରେ ପଡିଥିଲେ । ଏହି ସମୟରେ ଆମ୍ବୁଲାନ୍ସ ଡ୍ରାଇଭର ଜଣକ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ ବୃଦ୍ଧ ଜଣଙ୍କ ଆମ୍ବୁଲାନ୍ସରେ ନିଜର ବ୍ୟାଗ ଛାଡ଼ିଦେଇଥିଲେ ।
ଆମ୍ବୁଲାନ୍ସ ଡ୍ରାଇଭର ସୁନୀଲ କୁମାର ସାହୁ ବ୍ୟାଗଟିକୁ ସୁରକ୍ଷିତ ରଖିବା ସହ ବୃଦ୍ଧଙ୍କ ଠିକଣା ପାଇ ତାକୁ ଫେରାଇଛନ୍ତି । ବୃଦ୍ଧଙ୍କ ବ୍ୟାଗରେ ୬ ହଜାର ଟଙ୍କା ସହ ବହୁ ମୂଲ୍ୟବାନ କାଗଜ ପତ୍ର ରହିଥିଲା । ବ୍ୟାଗ ଫେରି ପାଇବା ପରେ ଆମ୍ବୁଲାନ ଡ୍ରାଇଭରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ବଳସକୁମ୍ପା ପଞ୍ଚାୟତ ନୁଆସାହିର ଦେବାର୍ଜନ କୁଦେଇ ଲୋଭର ବଶବର୍ତ୍ତୀ ନହୋଇ ବୃଦ୍ଧ ବ୍ୟକ୍ତିଙ୍କୁ ବ୍ୟାଗ ଫେରାଇଥିବା ଡ୍ରାଇଭର ଏହା ତାଙ୍କ କର୍ତ୍ତବ୍ୟ ବୋଲି କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us