Rahul
ଆଜି ହସ୍ପିଟାଲରୁ ଘରକୁ ଯିବ ରାହୁଲ ସାହୁ । ଏଥିପାଇଁ ଦିନ ୧୧ଟା ବେଳେ ରାହୁଲକୁ ବିଳାସପୁରର ଆପୋଲୋ ହସ୍ପିଟାଲରୁ ଡିସଚାର୍ଜ କରାଯିବ । ଏହାପରେ ରାହୁଲ ୨ଟାବେଳେ ଜାଞ୍ଜଗିର ଚାମ୍ପା ଜିଲ୍ଲାପାଳଙ୍କୁ ସାକ୍ଷାତ କରିବ । ଅପରାହ୍ନ ୩ଟା ବେଳକୁ ନିଜ ଗାଁ ପିହରିଡ୍ରେ ପହଞ୍ଚିବ ରାହୁଲ । ସେଠାରେ ସ୍ୱାଗତ ସମ୍ବର୍ଦ୍ଧନା ସହ ଶୋଭାଯାତ୍ରା କରି ରାହୁଲକୁ ଘରକୁ ନିଆଯିବ ବୋଲି ଛତିଶଗଡ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।
ବୋରୱେଲ୍ ଗର୍ତ୍ତରୁ ଉଦ୍ଧାର ହେବା ପରେ ରାହୁଲର ଖାଇବା, ଚାଲିବା ଓ ଫିଜିଓ ଥେରାପି ବେଳର କିଛି ଭିଡିଓ ଦେଖିବାକୁ ମିଳିଥିଲା । ଛତିଶଗଡ଼ ଜାଞ୍ଜଗିର-ଚମ୍ପା ଜିଲ୍ଲାର ପିହରିଡ୍ ଫିରିଡ୍ ଗାଁରେ ୮୦ ଫୁଟ ଗଭୀର ବୋରୱେଲ ଭିତରେ ଫସିଥିଲା । ୧୦ ବର୍ଷର ବାଳକ ରାହୁଲ ୧୦୮ ଘଣ୍ଟାର ରେସ୍କ୍ୟୁ ଅପରେସନ୍ ପରେ ତାକୁ ଉଦ୍ଧାର କରାଯାଇଥିଲା ।
ଛତିଶଗଡ଼ର ରାହୁଲ ସାହୁ ଯିଏ କି ଏବେ ମୃତ୍ୟୁଞ୍ଜୟୀ ବାଳକ ରାହୁଲ ଭାବେ ବେଶ ଚର୍ଚ୍ଚିତ । ବୋରୱେଲ ଭିତରୁ ବାହାରିବା ପରେ ସେ ଏବେ ମେଡିକାଲରେ ଦିନ କାଟୁଛି । ଆଉ ଧିରେ ଧିରେ ସୁସ୍ଥ ହେଉଛି । ଦେଖିବାକୁ ମିଳିଛି ରାହୁଲ ହସି ହସି ଗୀତ ଶୁଣୁଛି । ସତରେ ବିଶ୍ୱାସ ହଉନି, ସେଇ ରାହୁଲ ଯିଏ ଗଭୀର ବୋରୱଲ ଭିତରେ ଦିନେ କି ଦୁଇ ଦିନ ନୁହେଁ, ଦୀର୍ଘ ୫ ଦିନ କାଳ ସାପ ସହ ଲଢ଼େଇ କରି ନୂଆ ଜୀବନ ପାଇଛି । ରାହୁଲ ଏବେ ବିଳାସପୁରର ଆପୋଲୋ ହସପିଟାଲରେ ଚିକିତ୍ସାଧୀନ । ରାହୁଲକୁ ଦେଖିଲେ ଲାଗୁଛି ଯେମିତି ମେଡିକାଲ ବେଡ ଉପରେ ବସି ରହି ପଛ କଥାକୁ ଭୁଲିଯିବାକୁ ଚାହୁଁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Rahul_1656122815.jpg)