Advertisment

ଲିଙ୍ଗରାଜ ଟେମ୍ପୁଲ ଅଧ୍ୟାଦେଶ ରଦ୍ଦ କଲେ କେନ୍ଦ୍ର ସରକାର

ପ୍ରସ୍ତାବିତ ଅଧ୍ୟାଦେଶ ୧୯୫୮ AMASR ଆଇନର ଉଲ୍ଲଙ୍ଘନ କରୁଛି ବୋଲି କହିଲେ କେନ୍ଦ୍ର ସରକାର ।

ଅଦ୍ୟତନ ହୋଇଛି
undefined

Lingaraj temple land

Advertisment

ଲିଙ୍ଗରାଜ ଟେମ୍ପୁଲ ଅଧ୍ୟାଦେଶ ରଦ୍ଦ କଲେ କେନ୍ଦ୍ର ସରକାର। ଅଧ୍ୟାଦେଶ ରଦ୍ଦ ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଅଧ୍ୟାଦେଶ ବିଧାନସଭା କ୍ଷମତା ବାହାରେ ବୋଲି ଦର୍ଶାଇଛନ୍ତି କେନ୍ଦ୍ର ସରକାର । ପ୍ରସ୍ତାବିତ ଅଧ୍ୟାଦେଶ ୧୯୫୮ AMASR ଆଇନର ଉଲ୍ଲଙ୍ଘନ କରୁଛି ବୋଲି କହିଲେ କେନ୍ଦ୍ର ସରକାର । ସଂସ୍କୃତି ଓ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଅଧ୍ୟାଦେଶକୁ ବିରୋଧ କରିଥିବା ସୂଚନା ମିଳିଛି । ଏନେଇ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ହୋଇ ନାହିଁ ।

Advertisment

ଓଡ଼ିଶା ସରକାର ଆଣିଥିବା ଲିଙ୍ଗରାଜ ଟେମ୍ପୁଲ ଅଧ୍ୟାଦେଶ ଉପରେ କେନ୍ଦ୍ର ସରକାରଙ୍କ ରୋକ୍ । ଏହା କେନ୍ଦ୍ରୀୟ ଆଇନର ଉଲ୍ଂଘନ କରୁଥିବା ଦର୍ଶାଇ ରାଜ୍ୟ ସରକାର ଆଣିଥିବା ଅଧ୍ୟାଦେଶ ଉପରେ କେନ୍ଦ୍ର ରୋକ୍ ଲଗାଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଏକ ଇଂରାଜୀ ଦୈନିକର ରିପୋର୍ଟ ଅନୁସାରେ, ଏକାଦଶ ଶତାବ୍ଦୀର ଲିଙ୍ଗରାଜ ମନ୍ଦିର ସହ ମୋଟ ୮ଟି ମନ୍ଦିର ପାଇଁ ଏକ ସ୍ୱତନ୍ତ୍ର ଆଇନ ପ୍ରଣୟନ କରିବାକୁ ଅଧ୍ୟାଦେଶ ଆଣିଥିଲେ ରାଜ୍ୟ ସରକାର।

ତେବେ ଏହା ରାଜ୍ୟ ବ୍ୟବସ୍ଥାପିକାର କ୍ଷମତା ବାହାରେ ଏବଂ ଏହିସବୁ ମନ୍ଦିର ପାଇଁ ପୂର୍ବରୁ ପ୍ରଚଳିତ ଥିବା ଆନସିଏଣ୍ଟ ମୋନୁମେଣ୍ଟ ଆକ୍ଟ ଆଣ୍ଡ ସାଇଟ୍ସ ଆଣ୍ଡ୍ ରିମେନ୍ସ ଆକ୍ଟ -AMASR ଆଇନ୍ ୧୯୫୮ର ବିରୁଦ୍ଧାଚରଣ କରୁଥିବା କେନ୍ଦ୍ର ସରକାର ଦର୍ଶାଇଛନ୍ତି । ବିଶେଷକରି କେନ୍ଦ୍ର ସଂସ୍କୃତି ଓ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଅଧ୍ୟାଦେଶକୁ ବିରୋଧ କରିଥିଲେ । ଲିଙ୍ଗରାଜ ମନ୍ଦିର ସମେତ ରାଜ୍ୟର ଆଉ ୮ଟି ପୁରୁଣା ଐତିହ୍ୟ ସ୍ଥଳ ଲାଗି ଗତ ୨୦୨୦ ଡିସେମ୍ବରରେ ଏହି ଅଧ୍ୟାଦେଶକୁ ମଞ୍ଜୁରୀ ଦେଇଥିଲା ରାଜ୍ୟ କ୍ୟାବିନେଟ୍ । ତେବେ ଜାତୀୟ ଗଣମାଧ୍ୟମରେ ଏ ସମ୍ପର୍କୀତ ଖବର ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।

Advertisment
Lingaraj Temple
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ