Advertisment

'ଆନ୍ଦୋଳନ କଲେ ବୋଲି ରାଗ, ଅଚାନକ ଚେକିଂରେ ଜରିମାନା ଆଦାୟ'

ଆନ୍ଦୋଳନ କଲେ ବୋଲି ଆକ୍ରୋଶ ଅଭିଯୋଗ । ଏପରି ଅଭିଯୋଗ ଆଣିଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ।

ଅଦ୍ୟତନ ହୋଇଛି
Odisha Bus Rally

Bus Rally

Advertisment

ଆନ୍ଦୋଳନ କଲେ ବୋଲି ଆକ୍ରୋଶ ଅଭିଯୋଗ । ଏପରି ଅଭିଯୋଗ ଆଣିଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ବସ୍ ମାଲିକ ସଂଘର ଆନ୍ଦୋଳନ ଡାକରା ପରେ ରାଜ୍ୟରେ ଘରୋଇ ବସ୍ ଗୁଡିକ ଉପରେ ଅଚାନକ ଚେକିଂ ଏବଂ ଜରିମାନା ଆଦାୟ ହେଉଥିବା ଅଭିଯୋଗ ଆଣିଛି ସଂଘ ।

Advertisment

ଦିନକ ଭିତରେ ରାଜ୍ୟର ପ୍ରାୟ ୧୫ ଶହ ବସରୁ ବିଭିନ୍ନ କାରଣ ପାଇଁ ଲକ୍ଷାଧିକ ଟଙ୍କାର ଫାଇନ ଆଦାୟ କରାଯାଇଛି । ତେବେ ହଠାତ୍ ପରିବହନ ବିଭାଗର ଏହି ଚେକିଂକୁ ନେଇ ପ୍ରଶ୍ନ ଉଠାଇଛି ମାଲିକ ସଂଘ । ଲକ୍ଷ୍ମୀ ବସ୍ ଚଳାଚଳ ଏବଂ ମୋ ବସକୁ ବିରୋଧ କରି ବୁଧବାର ବିଧାନସଭା ସମ୍ମୁଖରେ ଆନ୍ଦୋଳନ କରିଥିଲା ରାଜ୍ୟ ଘରୋଇ ବସ୍ ମାଲିକ ସଙ୍ଘ ।

ଆଉ ଆନ୍ଦୋଳନ ପରେ ସରକାରଙ୍କ ପକ୍ଷରୁ ଜୋରଦାର ଚେକିଂ କରାଯାଇ ଫାଇନ କରାଯାଇଥିବା ସଂଘ ଅଭିଯୋଗ କରିଛି । ତେବେ ଏ ନେଇ ବିଭାଗୀୟ ଅଧିକାରୀ କି ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Advertisment
Bus
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ