Advertisment

ପୈତୃକ ଘରକୁ ଫେରୁଛି ଓମାନରେ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକଙ୍କ ମୃତ ଦେହ

ବିଦେଶରୁ ଆସୁଛି ଓଡ଼ିଆ ଶ୍ରମିକଙ୍କ ମର ଶରୀର। ଓମାନରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକ ପ୍ରଦୀପ ପାହାନଙ୍କ ମର ଶରୀରକୁ ଏୟାର ଇଣ୍ଡିଆ ବିମାନରେ ଅଣାଯାଉଛି। ବାହାରିନ୍ ପ୍ରବାସୀ ଓଡ଼ିଆ ସମାଜର ପ୍ରତିଷ୍ଠାତା ଅରୁଣ କୁମାର ପ୍ରହରାଜଙ୍କ ପ୍ରୟାସରେ ତାଙ୍କର ମର ଶରୀରକୁ ଓଡ଼ିଶା ଅଣାଯାଉଛି

ଅଦ୍ୟତନ ହୋଇଛି
Worker

Worker

Advertisment

ବ୍ରହ୍ମପୁର: ବିଦେଶରୁ ଆସୁଛି ଓଡ଼ିଆ ଶ୍ରମିକଙ୍କ ମର ଶରୀର। ଓମାନରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକ ପ୍ରଦୀପ ପାହାନଙ୍କ ମର ଶରୀରକୁ ଏୟାର ଇଣ୍ଡିଆ ବିମାନରେ ଅଣାଯାଉଛି। ବାହାରିନ୍ ପ୍ରବାସୀ ଓଡ଼ିଆ ସମାଜର ପ୍ରତିଷ୍ଠାତା ଅରୁଣ କୁମାର ପ୍ରହରାଜଙ୍କ ପ୍ରୟାସରେ ତାଙ୍କର ମର ଶରୀରକୁ ଓଡ଼ିଶା ଅଣାଯାଉଛି। ପ୍ରଦୀପ ଓମାନରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ଗତ ୧୪ ତାରିଖରେ ସେ ରାସ୍ତା ପାର ହେବା ବେଳେ ଗାଡ଼ି ଧକ୍କାରେ ତାଙ୍କର ମୃତ୍ୟୁ ହୋଇଥିଲା।

Advertisment

ପରେ ତାଙ୍କର ମୃତଦେହକୁ ଜନ୍ମମାଟିକୁ ଆଣିବାକୁ ପ୍ରୟାସ କରିଥିଲେ ଅରୁଣ କୁମାର। ସେହିପରି ଓମାନ ଡଲଫିନ ଲାବୋର କ୍ୟାମ୍ପରେ ଫସି ରହିଥିବା ୯ ଜଣ ଶ୍ରମିକଙ୍କୁ ଫେରାଇ ଆଣିବାପାଇଁ ମଧ୍ୟ ଅରୁଣ ଚେଷ୍ଟା ଚଳାଇଛନ୍ତି। ସେପ୍ଟେମ୍ବର ୩୦ ସୁଦ୍ଧା ସବୁ ଶ୍ରମିକ ଭାଇମାନଙ୍କୁ ଓଡ଼ିଶା ଫେରାଇ ଆଣିବାର ବ୍ୟବସ୍ଥା କରାଯାଉଥିବା ବିଦେଶ ମନ୍ତ୍ରଣାଳୟରୁ ପ୍ରତିଶ୍ରୁତି ମିଳିଥିବା ସେ କହିଛନ୍ତି।

Advertisment

ସୂଚନା ଅନୁସାରେ, ବିଦେଶରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ କମଳାପଦର ଗାଁର ପ୍ରଦୀପ ପାହାନ କିଛି ବର୍ଷ ତଳେ ଏଜେଣ୍ଟ ମାଧ୍ୟମରେ ସୁଦୂର ଓମାନ ଯାଇଥିଲେ। ସେଠାରେ ସେ ଡଲଫିନ ଟ୍ରେଡିଂ ଏଣ୍ଡ ଇନଭେଷ୍ଟମେଣ୍ଟ୍‌ LLCରେ କାର୍ଯ୍ୟ କରୁଥିଲେ। ଗତ ମଙ୍ଗଳବାର ଓମାନରେ କାମ କରୁଥିବା କିଛି ଓଡ଼ିଆ ଶ୍ରମିକ ପ୍ରଦୀପଙ୍କ ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଖବର ପାଇବା ପରେ ପ୍ରଦୀପଙ୍କ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଘରେ ତାଙ୍କର ବୃଦ୍ଧ ବାପା, ମାଆ, ସ୍ତ୍ରୀ ଓ ଛୋଟ ଛୋଟ ୨ ଛୁଆଙ୍କ ଦେଖାଶୁଣା ଓ ଲାଳନପାଳନ କେମିତି ହେବ, ସେନେଇ ସମସ୍ତେ ଏବେ ଚିନ୍ତାରେ। ତାଙ୍କର ଅଚାନକ ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି।

Migrant Labour Death Oman
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ