Tension erupted in Umerkote town of Nabarangpur district over cremation
ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରରେ ଶବ ସତ୍କାରକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ମୃତଦେହ ପୋତାକୁ ବିରୋଧ କରି ଗତକାଲି ଦିନ ତମାମ ଏବଂ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଜୟପୁର-ରାଇଘର ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ଫଳରେ ରାସ୍ତା ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ି ଅଟକି ରହିଥିଲା।
ସୂଚନା ଅନୁସାରେ, ଉମରକୋଟ ସହର ୮ ନମ୍ବର ୱାର୍ଡ ଅନ୍ତର୍ଗତ ଡଙ୍ଗରି ସାହିର ଜଣେ ମହିଳାଙ୍କ ମୃତଦେହ ପୋତିବା ଘଟଣାକୁ ନେଇ ଏଭଳି ଉତ୍ତେଜନା ପ୍ରକାଶ ପାଇଥିଲା। ମୃତ ମହିଳା ଜଣକ ଏକ ନିର୍ଦ୍ଦିଷ୍ଟ ଧର୍ମ ଗ୍ରହଣ କରିଥିବାରୁ ଲୋକେ ବିରୋଧ କରିଥିଲେ। ସେମାନଙ୍କ ନିଜସ୍ୱ ମଶାଣିରେ ପୋତିବାକୁ ଲୋକମାନେ କହିଥିଲେ।
ଏହି ଜିଦ୍ରେ ମୃତଦେହକୁ ତହସିଲ୍ ଅଫିସ୍ ନିକଟ ମୁଖ୍ୟ ରାସ୍ତାରେ ରଖି ଅବରୋଧ କରିଥିଲେ। ଅତିରିକ୍ତ ତହସିଲଦାର ଉମେଶ ଚନ୍ଦ୍ର ପୂଜାରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ତଥାପି ବିଳମ୍ବିତ ରାତି ପର୍ଯ୍ୟନ୍ତ ରାସ୍ତା ଅବରୋଧ ହଟି ନଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1662783517.jpg)