Advertisment

ପ୍ଲାଟଫର୍ମରୁ ମୃତଦେହ ମିଳିବା ପରେ ବାଂଶପାଣି ରେଲ୍‌ୱେ ଷ୍ଟେସନରେ ଲଙ୍କାକାଣ୍ଡ

‌ଶହ ଶହ ସ୍ଥାନୀୟ ବାସିନ୍ଦା ଏକାଠି ହୋଇ ରେଲ୍‌ୱେ ଷ୍ଟେସନରେ ପ୍ରବେଶ କରିଥିଲେ ଏବଂ ଆରମ୍ଭ କରି ଦେଇଥିଲେ ଭଙ୍ଗାରୁଜା। ଏପରିକି ଯିଏ ହାବୁଡ଼ରେ ପଡ଼ିଲା, ତାକୁ ପ୍ରବଳ ମାଡ଼ ମାରିଥିବାର ଅଭିଯୋଗ ହୋଇଛି।

ଅଦ୍ୟତନ ହୋଇଛି
Tension at Bansapani Railway Station

Tension at Bansapani Railway Station

Advertisment

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବାଂଶପାଣି ରେଲ୍‌ୱେ ଷ୍ଟେସନରେ ବ୍ୟାପକ ଭଙ୍ଗାରୁଜା ହୋଇଛି। ସୂଚନା ଅନୁସାରେ, ଗତ ରାତି ପ୍ରାୟ ୯ଟାରେ ବାଂଶପାଣି ରେଲ୍‌ୱେ ସାଇଡିଂର ୨ ନମ୍ବର ପ୍ଲାଟଫର୍ମରୁ ସ୍ଥାନୀୟ ବାସିନ୍ଦା ଲକ୍ଷ୍ମଣ ପାତ୍ରଙ୍କୁ RPF ଯବାନ ବୋହି କରି ଆଣିବାର ଗାଁର କିଛି ଲୋକ ଦେଖିଥିଲେ। କ’ଣ ହୋଇଛି ବୋଲି ଜାଣିବା ପାଇଁ କିଛି ଲୋକ ସେଠାକୁ ଯାଇଥିଲେ। ହେଲେ ସେତେବେଳକୁ ଲକ୍ଷ୍ମଣ ପାତ୍ରଙ୍କ ମୃତ୍ୟୁ ହୋଇ ଯାଇଥିଲା। ଏହାପରେ ଗାଁ ଲୋକ ଅଭିଯୋଗ କରିଥିଲେ, RPF ଯବାନ ପିଟି ପିଟି ଲକ୍ଷ୍ମଣଙ୍କୁ ମାରି ଦେଇଛନ୍ତି। ଏହି କଥା ପ୍ରଚାର ହେବା ପରେ ପୁରା ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। 

Advertisment

‌ଶହ ଶହ ସ୍ଥାନୀୟ ବାସିନ୍ଦା ଏକାଠି ହୋଇ ରେଲ୍‌ୱେ ଷ୍ଟେସନରେ ପ୍ରବେଶ କରିଥିଲେ ଏବଂ ଆରମ୍ଭ କରି ଦେଇଥିଲେ ଭଙ୍ଗାରୁଜା। ଏପରିକି ଯିଏ ହାବୁଡ଼ରେ ପଡ଼ିଲା, ତାକୁ ପ୍ରବଳ ମାଡ଼ ମାରିଥିବାର ଅଭିଯୋଗ ହୋଇଛି।  କିଛି ସମୟ ପାଇଁ ପୁରା ଷ୍ଟେସନ ଗାଁ ଲୋକଙ୍କ ଅକ୍ତିଆରରେ ଥିଲା। ସେମାନଙ୍କ ନିସ୍ତୁକ ମାଡ଼ରେ ଷ୍ଟେସନ ମାଷ୍ଟର ଓ RPFର ୩ ଜଣ ଯବାନ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।  ସମସ୍ତଙ୍କୁ ଯୋଡ଼ା ଟାଟା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ଗଣ୍ଡଗୋଳ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।  କିନ୍ତୁ ଷ୍ଟେସନ ଭିତରକୁ ଗାଁ ଲୋକ କାହାରିକୁ ଛାଡ଼ି ନ ଥିଲେ। ଶେଷରେ ବୁଝାସୁଝା କରିବା ପରେ କେବଳ ଆଇଆଇସିଙ୍କୁ ଛାଡ଼ି ଥିଲେ ବୋଲି ଜଣାପଡ଼ିଛି। ଏହି ଗଣ୍ଡଗୋଳ ପରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ଜଣାପଡ଼ିଛି। 

Keonjhar Deadbody Found Bansapani Railway Station
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ