Advertisment

କେଉଁ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ରୋଷଘରେ ପଶିଥିଲେ ? ଗୁପ୍ତ ସ୍ଥାନକୁ ନେଇ ସନ୍ଦିଗ୍ଧକୁ ପଚରାଉଚରା

ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗାଯିବା ଘଟଣାରେ ପୁରୀ ପୋଲିସ ଜଣେ ସନ୍ଦିଗ୍ଧକୁ ଅଟକ ରଖିଛି। ସିସିଟିଭି ଫୁଟେଜ୍ ଆଧାରରେ ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇ ଅଟକ ରଖାଯାଇଛି। ପୁରୀର ଏକ ଗୁପ୍ତ ସ୍ଥାନରେ ସନ୍ଦିଗ୍ଧକୁ ରଖାଯାଇ ପଚାରଉଚରା କରାଯାଇଛି।

ଅଦ୍ୟତନ ହୋଇଛି
Puri Srimandir Rosaghara Case

Puri Srimandir Rosaghara Case

Advertisment

ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗାଯିବା ଘଟଣାରେ ପୁରୀ ପୋଲିସ ଜଣେ ସନ୍ଦିଗ୍ଧକୁ ଅଟକ ରଖିଛି। ସିସିଟିଭି ଫୁଟେଜ୍ ଆଧାରରେ ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇ ଅଟକ ରଖାଯାଇଛି। ଅଟକ ଯୁବକ ଜଣକ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଞ୍ଚଳର ବୋଲି କୁହାଯାଉଛି। ସିଂହଦ୍ୱାର ଥାନାର ଇନ୍‌ଚାର୍ଜ ତଥା ଟାଉନ ଥାନା ଆଇଆଇସି ଏବଂ ବାସେଳି ସାହି ଥାନା ଆଇଆଇସି ସନ୍ଦିଗ୍ଧକୁ ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର ସୀମାରୁ ଧରି ପୁରୀ ଆଣିଛନ୍ତି। 

Advertisment

ପୁରୀର ଏକ ଗୁପ୍ତ ସ୍ଥାନରେ ସନ୍ଦିଗ୍ଧକୁ ରଖାଯାଇ ପଚାରଉଚରା କରାଯାଇଛି। କେଉଁ ଉଦ୍ଦେଶ୍ୟରେ ସେ ମନ୍ଦିରର ରୋଷଘରେ ପଶିଥିଲେ ? ଘଟଣା ପଛରେ ଆଉ କେଉଁମାନଙ୍କ ହାତ ଅଛି ? ଅଟକ ସନ୍ଦିଗ୍ଧ କେବଳ ଚୁଲି ଭାଙ୍ଗିବାକୁ ‌ଆସିଥିଲେ ନା ଆଉ କିଛି ଉଦ୍ଦେଶ୍ୟ ଥିଲା, ସେନେଇ ମଧ୍ୟ ପଚରାଉଚରା କରିଛି ପୋଲିସ। କିଏ କିଏ ଏହି ଘଟଣାରେ ସମ୍ପୃକ୍ତ ସେନେଇ ପୋଲିସ ଖୋଳତାଡ଼ କରୁଛି।

ଅତିରିକ୍ତ ଏସ୍‌ପିଙ୍କୁ ଘଟଣାର ତଦନ୍ତ ଦାୟିତ୍ୱ ଦିଆଯାଇଥିଲେ ମଧ୍ୟ ଏସ୍‌ପି କେ. ବି. ସିଂ ନିଜେ ତଦନ୍ତର ଅନୁଧ୍ୟାନ କରୁଛନ୍ତି। ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଏସ୍‌ପି ନିଜେ ସନ୍ଦିଗ୍ଧକୁ ପଚରାଉଚରା କରିଛନ୍ତି। ଘଟଣା ପରେ ସେଦିନ ରାତି ୧ଟା ୨୮ରେ ସନ୍ଦିଗ୍ଧ ଜଣକ ଶ୍ରୀମନ୍ଦିରରୁ ବାହାରିଥିଲେ। ଜଗନ୍ନାଥ ଟେମ୍ପୁଲ ପୋଲିସର ୪ କର୍ମଚାରୀ ତାକୁ ଛାଡ଼ି ଦେଇଥିଲେ। ଏହାପରେ ସେ ଫେରାର ମାରିଥିଲା ବୋଲି କୁହାଯାଇଛି। ଯାହାକୁ ନେଇ ମନ୍ଦିରର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି। 

Advertisment

Srimandir Puri Srimandir Temple Rosaghara Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ