Advertisment

ଗର୍ଭବତୀଙ୍କ ପେଟରେ ବଢୁଥିଲା ଦାନ୍ତ ଓ ଚୁଟି

ସାମ୍ନାକୁ ଆସିଛି ଏକ ଅଜବ ଖବର। ଜଣେ ମହିଳାଙ୍କ ପେଟରେ ହେଉଥିଲା ଯନ୍ତ୍ରଣା। ପରୀକ୍ଷା କରିବାକୁ ମିଳିଲା ଦାନ୍ତ ଓ ଚୁଟି।

ଅଦ୍ୟତନ ହୋଇଛି
Teeth found in pregnant woman’s stomach

Teeth found in pregnant woman’s stomach

Advertisment

ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଜଣେ ମହିଳାଙ୍କ ପେଟରେ ଯନ୍ତ୍ରଣା ହେଉଥିଲା ଏବଂ ସେ ଯେତେବେଳେ ଡାକ୍ତରଙ୍କ ନିକଟକୁ ଯାଇଥିଲେ, ଯାଞ୍ଚ ସମୟରେ ଏହି ଆଶ୍ଚର୍ଯ୍ୟଜନକ ତଥ୍ୟ ଆସିଥିଲା। ପେଟ ଯନ୍ତ୍ରଣା ହେବାରୁ ମହିଳା ଜଣକ ଭାବୁଥିଲେ ଯେ ସେ ବୋଧେ ଗର୍ଭବତୀ ଅଛନ୍ତି। ବୋଧହୁଏ ତାଙ୍କ ଗର୍ଭରେ ଏକ ସନ୍ତାନ ଅଛି। କିନ୍ତୁ ତାଙ୍କର ଏହି ଭାବନା ଭୁଲ ହେଲା। ମହିଳାଙ୍କ ପେଟରେ ଯାହା ବଢୁଥିଲା ତାହା ପିଲା ନୁହେଁ ବରଂ ଆଉ କିଛି ଥିଲା।

Advertisment

ରିପୋର୍ଟ ଅନୁଯାୟୀ ମହିଳାଙ୍କ ପେଟରେ ଯନ୍ତ୍ରଣା ହେବା ସହ ରକ୍ତସ୍ରାବ ମଧ୍ୟ ହେଉଥିଲା। ଏହା କିନ୍ତୁ ଋତୁସ୍ରାବଜନିତ ନଥିଲା। ଯେତେବେଳେ ଡାକ୍ତର ମହିଳାଙ୍କ ଅଲଟ୍ରାସାଉଣ୍ଡ କରିଲେ, ସେତେବେଳେ ଜଣାପଡିଲା ଯେ ତାଙ୍କ ଗର୍ଭରେ ଦୁଇଟି ସିଷ୍ଟ୍‌ ଅଛି। ଗୋଟିଏ ସିଷ୍ଟ୍‌ ପ୍ରାୟ ୭ ସେମି ହୋଇଥିବା ବେଳେ ଅନ୍ୟ ସିଷ୍ଟ୍‌ଟି ଏକ ମଟର ଦାନା ଭଳି ହୋଇଥିଲା। ଏହି ସମସ୍ୟା ଭୋଗୁଥିବା ମହିଳା ଜଣକ ଆମେରିକାର।

ଡାକ୍ତର ମହିଳାଙ୍କୁ କହିଥିଲେ ଯେ ତାଙ୍କ ଗର୍ଭାଶୟରେ ଥିବା ଦୁଇଟି ସିଷ୍ଟ୍‌ରେ ଦାନ୍ତ ଓ ଚୁଟି ମଧ୍ୟ ଅଛି। ଗତ ୨ ବର୍ଷ ଧରି ଏହି ସିଷ୍ଟ୍‌ଗୁଡିକ୍ ମହିଳାଙ୍କ ପେଟରେ ବଢୁଛନ୍ତି। ସେ କିନ୍ତୁ ଗର୍ଭବତୀ ନଥିଲେ କିନ୍ତୁ ତାଙ୍କ ପେଟରେ ଟ୍ୟୁମର ଥିଲା।

Advertisment

ମହିଳା ଜଣକ ଟିକ୍‌ଟକ୍‌ ଭିଡିଓରେ ତାଙ୍କର ଏହି ସମସ୍ୟା ବିଷୟରେ କହିଛନ୍ତି। ସେ କହିଛନ୍ତି ଯେ ତାଙ୍କ ସହ ଏମିତି ହେବ ବୋଲି ସେ କେବେ ଭାବି ନଥିଲେ। ସେ ଭାବୁଥିଲା ଯେ ସେ ପୁଣି ଥରେ ମା’ ହେବାକୁ ଯାଉଛନ୍ତି। ବୋଧହୁଏ ଏକ ଶିଶୁ ତା’ର ଗର୍ଭରେ ବଢୁଛି। କିନ୍ତୁ ସେପରି କିଛି ହେଲାନି।

ପ୍ରକାଶଥାଏ କି ଭ୍ରୁଣ ବିକାଶ ସମୟରେ ଏହା ଟିସୁରୁ ପୃଥକ କଣିକା ଦ୍ୱାରା ସିଷ୍ଟରେ ପରିଣତ ହୁଏ। ଏଥିରେ ଚୁଟି ଓ ଦାନ୍ତ ଥାଏ। ମହିଳା ଜଣକ କହିଛନ୍ତି ଯେ ତାଙ୍କ ଗର୍ଭାଶୟରୁ ସିଷ୍ଟ ବାହାର କରିବା ପାଇଁ ଡାକ୍ତର ଅପରେସନ୍ କରିବେ।

Advertisment
Ajab Gajab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ