Advertisment

ଜିଦ୍‌ରେ ଅଟଳ ଶିକ୍ଷକ ଓ ସରକାର: ଅନ୍ଧାର ହେବାକୁ ବସିଲାଣି ପିଲାଙ୍କ ଭବିଷ୍ୟତ

୯ ଦିନରେ ପହଞ୍ଚିଲାଣି ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ। ୩ ଦଫା ଦାବି ନେଇ ଧାରଣାରେ ବସିଥିବା ଶିକ୍ଷକ ସଂଘ ଯିଦରେ ଅଟଳ ଥିବା ବେଳେ ସରକାର ବି ନିରବ। ଏଭଳି ସ୍ଥିତିରେ ବିପର୍ଯ୍ୟସ୍ତ ଅବସ୍ଥାକୁ ଆସିଗଲାଣି ରାଜ୍ୟର ପ୍ରାଥମିକ ଶିକ୍ଷା ବ୍ୟବସ୍ଥା।

ଅଦ୍ୟତନ ହୋଇଛି
undefined

Teacher Protests

Advertisment

ନିଜ ହକ୍ ପାଇଁ ଜିଦରେ ଅଟଳ ରାଜ୍ୟର ୧ ଲକ୍ଷ ୩୦ ହଜାର ଶିକ୍ଷକ । ସେପଟେ ନିଜ ଅଧିକାରରୁ ବଞ୍ଚିତ ହୋଇ ଅନ୍ଧାରକୁ ଯାଉଛି ଲକ୍ଷ ଲକ୍ଷ କୋମଳମତି ଶିଶୁଙ୍କ ସୁନେଲି ଭବିଷ୍ୟତ । ସମଗ୍ର ରାଜ୍ୟରେ ପ୍ରାଥମିକ ସ୍କୁଲ ଶିକ୍ଷକଙ୍କ ଆନ୍ଦୋଳନକୁ ୟା ଭିତରେ ୯ ଦିନ ବିତିଥିଲେ ବି ଏଯାଏଁ ବାହାରି ପାରିନି ସମାଧାନର ବାଟ । ଫଳରେ ବିଦ୍ୟାଳୟରେ ବିଗିଡ଼ି ଗଲାଣି ପାଠପଢ଼ା ପରିବେଶ । ପିଲାଏ ଭୁଲିଗଲେଣି ଦୈନିକ ବିଦ୍ୟାଭ୍ୟାସ ।

Advertisment

ରାୟଗଡ଼ା ଜିଲ୍ଲାରେ ଶିକ୍ଷକଙ୍କ ଆନ୍ଦୋଳନ ପାଇଁ ୮ ଦିନ ହେବ ସ୍କୁଲ ବନ୍ଦ । ଫଳରେ ଅନେକ ପିଲା ଆଉ ସ୍କୁଲ ନଆସି ଖେଳକୁଦରେ ମାତିଲେଣି । ଗଜପତି ଜିଲ୍ଲା ମୋହନାରେ ପିଲାଏ ଆସୁଛନ୍ତି କିନ୍ତୁ ଶିକ୍ଷକ, ଶିକ୍ଷୟିତ୍ରୀ ଆସୁନାହାନ୍ତି । ଶ୍ରେଣୀଗୃହରେ ସବୁଦିନ ଏମିତି ତାଲା ଝୁଲୁଥିବା ଦେଖି ନିରାଶରେ ଫେରୁଛନ୍ତି ଛାତ୍ରଛାତ୍ରୀ । ଖୋର୍ଦ୍ଧା ଅରାଙ୍ଗ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଯାଏଁ ପଢୁଥିବା ପିଲାଙ୍କ ସଂଖ୍ୟା ୧୨୦ । ହେଲେ ସେମାନଙ୍କୁ ସମ୍ଭାଳିବାକୁ ଜଣେ ମାତ୍ର ଶିକ୍ଷକ । ତେଣୁ ପାଠପଢ଼ା ଛାଡ଼ନ୍ତୁ, ଖାଲି ଆକଟ କରିବାକୁ ବି ନାକେଦମ୍ ହୋଇ ପଡୁଛନ୍ତି ଶିକ୍ଷକ ।

୩ ଦଫା ଦାବିରେ ଆନ୍ଦୋଳନକୁ ଓହ୍ଲାଇଥିବା ପ୍ରାଥମିକଙ୍କ ଶିକ୍ଷକ ଆନ୍ଦୋଳନ ପାଇଁ ଅନିଶ୍ଚିତତା ଭିତରେ ପିଲାଙ୍କ ପାଠପଢ଼ା । ନୟାଗଡ଼ରେ ସପ୍ତାହେ ଧରି ଅଚଳାବସ୍ଥା ପରେ ଏବେ କିଛି କିଛି ସ୍ଥାନରେ ହାତରେ ଚକ୍ ଆଉ ଡଷ୍ଟର ଧରିଛନ୍ତି ଅଭିଭାବକ । ଆଜି ଖୋଦ୍ ଗଣଶିକ୍ଷା ମନ୍ତ୍ରୀଙ୍କ ଜିଲ୍ଲା ମୟୂରଭଞ୍ଜର ବାଉଁଶକଣ୍ଟିଆ ପ୍ରାଥମିକ ବିଦ୍ୟାଳୟରୁ ଆସିଛି ଏଭଳି ଅଭାବନୀୟ ଚିତ୍ର ।

Advertisment

ଏଣେ ବାଲେଶ୍ୱରରେ ଜିଲ୍ଲାରେ ଯେଉଁସବୁ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅଙ୍ଗନୱାଡ଼ି କେନ୍ଦ୍ର ରହିଛି, ସେଠାକାର ଅଙ୍ଗନୱାଡିକର୍ମୀମାନେ ସ୍କୁଲ କଥା ବୁଝିବା ସହ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଚାଲୁ ରଖିବାକୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ଡିଇଓ । ସେପଟେ ଶିକ୍ଷକଙ୍କ ଦାବି ସଂପର୍କରେ ବିଚାର କରୁଥିବା ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ଖୁବଶୀଘ୍ର ୩ଟି ଦାବି ପୂରଣ କରିବାକୁ ଯାଉଥିବା କଥା ରାୟଗଡ଼ା କଲ୍ୟାଣସିଂପୁରରେ ଆନ୍ଦୋଳନ ଶିକ୍ଷକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି କମିଟି ସଦସ୍ୟ ତଥା ଆଇନ୍ ମନ୍ତ୍ରୀ ଜଗନ୍ନାଥ ସାରକା ।

ଶିକ୍ଷକମାନଙ୍କ ଦାବିକୁ ସରକାର ଏଯାଏଁ କର୍ଣ୍ଣପାତ କରୁନଥିବାରୁ ରାଇରଙ୍ଗପୁରର ଅନେକ ସ୍ଥାନରେ ଗୀତ ଆଉ ଅଭିନୟ ମାଧ୍ୟମରେ ଗୁହାରି କରୁଛନ୍ତି ପ୍ରାଥମିକ ଶିକ୍ଷକ ।

Advertisment
Protests Teacher
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ