Advertisment

ନିଆଳି ଛେନାକୁ ନେଇ ବଢ଼ୁଛି ସନ୍ଦେହ, ଲ୍ୟାବ୍‌କୁ ପଠାଗଲା ନମୁନା

ଛେନାର ମାନ ପରଖିଲା ସିଏମସି ସ୍ୱାସ୍ଥ୍ୟ ବିଭାଗ । ଲ୍ୟାବକୁ ପଠାଯିବ ନିଆଳି ଛେନାର ନମୁନା ।

ଅଦ୍ୟତନ ହୋଇଛି
Niali paneer

Niali paneer

Advertisment

ସନ୍ଦେହ ଘେରରେ ନିଆଳି ଛେନା । ପ୍ରସିଦ୍ଧ ନିଆଳି ଛେନା ନିମ୍ନ ମାନର ଓ ସେଥିରେ ଅପମିଶ୍ରିତ ହେଉଥିବା ଅଭିଯୋଗ ଆସିଛି । ଯାହାକୁ ନେଇ ଛେନାର ମାନ ଯାଞ୍ଚ କରିଛି ସିଏମସି ଓ ସ୍ୱାସ୍ଥ୍ୟ ବିଭାଗ । ପ୍ରତିଦିନ ନିଆଳି ଓ କାକଟପୁର ଅଞ୍ଚଳରୁ ୧୦୦ କୁଇଣ୍ଟାଲରୁ ଅଧିକ ଛେନା କଟକକୁ ଆସିଥାଏ । ଯାହା ସହର ଓ ଜିଲ୍ଲାର ବିଭିନ୍ନ ମିଠା ଦୋକାନକୁ ଯାଇଥାଏ । ଏହାଛଡା ପଡୋଶୀ ଜିଲ୍ଲାକୁ ମଧ୍ୟ ଯାଇଥାଏ ନିଆଳି ଛେନା ।

Advertisment

ତେବେ ଏହି ଛେନା ନିମ୍ନମାନର ବୋଲି ଅଭିଯୋଗ ଆସିଥିଲା । ଫଳରେ ଗତକାଲି କଟକ ମହାନଗର ନିଗମର ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଲିଙ୍କ ରୋଡସ୍ଥିତ ଛେନା ବ୍ୟବସାୟ ସ୍ଥଳରେ ପହଞ୍ଚିଥିଲେ । ଆଉ ସମସ୍ତ ଛେନାର ମାନ ଯାଞ୍ଚ କରିଥିଲେ । ସେଥିରୁ ଯେଉଁ ନମୁନା ସଂଗ୍ରହ କରାଯାଇଛି ସେଗୁଡିକୁ ଲ୍ୟାବକୁ ପଠାଯିବ ଏବଂ ରିପୋର୍ଟ ଆସିବା ପରେ ମାନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ସିଏମସି । ଅନ୍ୟପଟେ ଏହି ଛେନାରେ କୌଣସି ଅପମିଶ୍ରିତ ନଥିବା କହିଛନ୍ତି ବ୍ୟବସାୟୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ