Advertisment

ଭାରତରେ ସନ୍ଦିଗ୍ଧ ମଙ୍କିପକ୍ସ ଆକ୍ରାନ୍ତ, ସୂଚନା ଜାରି କଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ଭାରତରେ ଜଣେ ଯୁବକ ମଙ୍କିପକ୍ସ ଆକ୍ରାନ୍ତ ସନ୍ଦେହ। ସ୍ୱାସ୍ଥ୍ୟାବସ୍ଥା ସ୍ଥିର,ସ୍ପଷ୍ଟତା ପାଇଁ ସାମ୍ପଲ୍ ସଂଗ୍ରହ। ଆକ୍ରାନ୍ତ ସନ୍ଦେହ କରାଯାଉଥିବା ଯୁବକ ହସ୍ପିଟାଲରେ ଭର୍ତ୍ତି।

ଅଦ୍ୟତନ ହୋଇଛି
Monkeypox

Monkeypox

Advertisment

ପୁଣି ଡରାଇଲା ମଙ୍କି ପକ୍ସ। ଭାରତରେ ଜଣେ ଯୁବକ ମଙ୍କିପକ୍ସରେ ଆକ୍ରାନ୍ତ ନେଇ ସନ୍ଦେହ ପରେ ବଢିଲା ଭୟ। ଜଣେ ଯୁବକ ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି। ନିକଟରେ ସେ ମଙ୍କିପକ୍ସ ଆକ୍ରାନ୍ତ ଦେଶକୁ ଯାଇ ଫେରିଥିଲେ। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆଇସୋଲେସନରେ ଅଛନ୍ତି ଓ ସ୍ଥିର ରହିଛି ତାଙ୍କର ସ୍ୱାସ୍ଥ୍ୟାବସ୍ଥା। ଏମ ପକ୍ସ ସ୍ପଷ୍ଟତା ପାଇଁ ଯୁବକଙ୍କର ସାମ୍ପଲ୍ ସଂଗ୍ରହ କରାଯାଇଛି । ଏନେଇ ସୂଚନା ଜାରି କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ। 

Advertisment

କଙ୍ଗୋ, କେନ୍ୟା, ଉଗାଣ୍ଡା ଓ ରୁଆଣ୍ଡା ସମେତ କିଛି ଆଫ୍ରିକୀୟ ଦେଶରେ ମାରାତ୍ମକ ରୂପ ନେଇଛି ମଙ୍କିପକ୍ସ। ପଶୁରୁ ପଶୁକୁ ଓ ମଣିଷକୁ ବ୍ୟାପୁଥିବା ଏହି ସଂକ୍ରମଣ ଏବେ ମଣିଷଠୁ ମଣିଷକୁ ମଧ୍ୟ ଡେଉଁଛି। ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଲେ, ସେମାନଙ୍କ ପାଟି ଓ ନାକ ଆଦିର ତରଳ ଓ ଯୌନ ସଂପର୍କ ଦ୍ୱାରା ଏହା ବ୍ୟାପିଥାଏ। ମଙ୍କିପକ୍ସ ଲକ୍ଷଣଗୁଡ଼ିକ ହେଲା, ଜ୍ୱର ହେବା ସହ ମୁଣ୍ଡବିନ୍ଧା, ମାଂସପେଶୀ ଘୋଳାବିନ୍ଧା ଓ ହାଡ଼ଫୁଟି ଭଳି ଦେହସାରା ଫଳିଯିବା ଇତ୍ୟାଦି। ଲକ୍ଷଣ ୨ ରୁ ୪ ସପ୍ତାହ ଯାଏଁ ରହିଥାଏ। ଶିଶୁ, ଗର୍ଭବତୀ ମହିଳା ଓ କ୍ଷୀଣ ରୋଗ ପ୍ରତିରୋଧକ ଶକ୍ତି ଥିବା ଲୋକଙ୍କଠାରେ ଏହା ଜଟିଳ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ। 

ଏହାର କୌଣସି ସିଧାସଳଖ ଚିକିତ୍ସା ନାହିଁ। ମଙ୍କିପକ୍ସ ସଂକ୍ରମଣ ହେଲେ ପୋଷକ ଖାଦ୍ୟ ଖାଇବା, ଯଥେଷ୍ଟ ପାଣି ପିଇବା ଓ ପର୍ଯ୍ୟାପ୍ତ ନିଦ ସହିତ ଚର୍ମକୁ ନକୁଣ୍ଡାଇବା ପାଇଁ ପରାମର୍ଶ ଦିଆଯାଇଛି। ୨୦୨୨ରେ ଭାରତରେ ମଧ୍ୟ ଅଳ୍ପ କିଛି ଜଣ ମଙ୍କିପକ୍ସ ଦ୍ୱାରା ସଂକ୍ରମିତ ହୋଇଥିଲେ। ଅଗଷ୍ଟ ୧୪ରେ ମଙ୍କିପକ୍ସକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ - WHO ହେଲଥ ଏମର୍ଜେନ୍ସି ଘୋଷଣା କରିଥିଲେ। ପାଖାପାଖି ୧୭ଟିଟି ଦେଶକୁ ମଙ୍କିପକ୍ସ ବିସ୍ତାର କରିସାରିଛି ।

Advertisment

କ'ଣ ଏହି ମଙ୍କିପକ୍ସ ଭାଇରସ?

ମଙ୍କିପକ୍ସ ଏକ ଭାଇରସ ଦ୍ବାରା ସୃଷ୍ଟି ହୋଇଥିବା ଏକ ରୋଗ । ଫ୍ଲୁ ପରି ଲକ୍ଷଣ ସାମ୍ନାକୁ ଆସିଥାଏ । ଏହା ଅର୍ଥୋପକ୍ସଭାଇରସ୍ ବଂଶର ଏକ ଜୀବାଣୁ ଅଟେ । ମଙ୍କିପକ୍ସ ଭାଇରସର ଦୁଇଟି ଷ୍ଟ୍ରେନ୍ ଅଛି । ଗୋଟିଏ ମଧ୍ୟ ଆଫ୍ରିକା (କ୍ଲେଡ୍-୧), ଅନ୍ୟଟି ପଶ୍ଚିମ ଆଫ୍ରିକା (କ୍ଲେଡ୍-୨) । ବର୍ତ୍ତମାନ କ୍ଲେଡ୍-୨ର ଅଧିକ ମାମଲା ରିପୋର୍ଟ କରାଯାଉଛି। ଏହି ଭୂତାଣୁ ଶୀଘ୍ର ବ୍ୟାପିଥାଏ, ମୃତ୍ୟୁ ହେବାର ଆଶଙ୍କା ଅଧିକ। ଏମପକ୍ସ ଭାଇରସ ଯେକୌଣସି ବ୍ୟକ୍ତିଙ୍କୁ ସଂକ୍ରମିତ କରିପାରେ ।

ମଙ୍କିପକ୍ସ ଲକ୍ଷଣ
ଜ୍ୱର, ମୁଣ୍ଡବିନ୍ଧା, ମାଂସପେଶୀ ଘୋଳାବିନ୍ଧା ହୁଏ । ହାଡ଼ଫୁଟି ଭଳି ଦେହସାରା ଫଳିଯାଏ । ଏହି ଲକ୍ଷଣ ୨ ରୁ ୪ ସପ୍ତାହ ଯାଏଁ ରହିଥାଏ ।
ଶିଶୁ, ଗର୍ଭବତୀ, କ୍ଷୀଣ ରୋଗ ପ୍ରତିରୋଧକ ଶକ୍ତି ଥିବା ଲୋକଙ୍କୁ ବିପଦ । ଏହାର କୌଣସି ସିଧାସଳଖ ଚିକିତ୍ସା ନାହିଁ । ପୋଷକ ଖାଦ୍ୟ, ଯଥେଷ୍ଟ ପାଣି ପିଇବା ଓ ପର୍ଯ୍ୟାପ୍ତ ନିଦ ପାଇଁ ପରାମର୍ଶ ଦିଆଯାଇଛି । ଚର୍ମକୁ ନକୁଣ୍ଡାଇବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି । ୨୦୨୨ରେ ଭାରତରେ କିଛି ଜଣ ସଂକ୍ରମିତ ହୋଇଥିଲେ ।

Advertisment

Monkeypox
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ