Advertisment

ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ୍ ଚକ୍ରଧାରୀ ଚରଣ ସିଂ

ବର୍ତ୍ତମାନ ବିହାର ପାଟନା କୋର୍ଟରେ ବିଚାରପତି ଅଛନ୍ତି ଜଷ୍ଟିସ ଚକ୍ରଧାରୀ।

Chakradhari Sharan Singh

Chakradhari Sharan Singh

Advertisment

ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ୍ ଚକ୍ରଧାରୀ ଚରଣ ସିଂ। ସୁପ୍ରିମକୋର୍ଟର କଲେଜିୟମ୍ ପକ୍ଷରୁ ତାଙ୍କ ନାଁକୁ ସୁପାରିଶ କରାଯାଇଛି। ବର୍ତ୍ତମାନ ବିହାର ପାଟନା କୋର୍ଟରେ ବିଚାରପତି ଅଛନ୍ତି ଜଷ୍ଟିସ ଚକ୍ରଧାରୀ। ହାଇକୋର୍ଟ ମୁଖ୍ୟ ବିଚାରପତି ଶୁଭାଶିଷ ତାଳପତ୍ରଙ୍କ ଅବସର ପରେ ହାଇକୋର୍ଟର ବରିଷ୍ଠ ବିଚାରପତି ଡକ୍ଟର ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀଙ୍କୁ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କରାଯାଇଛି।

Advertisment

ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ ସଞ୍ଜୟ କିଶାନ କୌଶଲ ଓ ଜଷ୍ଟିସ ସଞ୍ଜିବ ଖାନ୍ନାଙ୍କୁ ନେଇ ଗଠିତ କଲେଜିୟମ ଆଜି ପାଟନା ହାଇକୋର୍ଟର ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରନ ସିଂଙ୍କୁ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦେବା ପାଇଁ ସୁପାରିଶ କରିଛନ୍ତି ।

୧୯୬୩ ଜାନୁୟାରୀ ୨୦ତାରିଖରେ ଜନ୍ମିତ ୬୦ବର୍ଷୀୟ ଜଷ୍ଟିସ ଶରନ ସିଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଏଲଏଲବି ଡିଗ୍ରୀ ହାସଲ କରିବା ପରେ ୧୯୯୦ ଜାନୁୟାରୀ ମାସରେ ପାଟନା ହାଇକୋର୍ଟରେ ଓକିଲାତି ଆରମ୍ଭ କରିଥିଲେ । ବିହାର ସରକାରଙ୍କ ଅତିରିକ୍ତ ଆଡଭୋକେଟ୍ ଜେନେରାଲ ଭାବେ ସେ ୨୨ବର୍ଷ ଧରି କାର୍ଯ୍ୟ କରିଛନ୍ତି । ୨୦୧୨ ଏପ୍ରିଲ ୫ତାରିଖରେ ସେ ପାଟନା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ ।

Advertisment
Orissa High Court Orissa HC Chief Justice
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ