Advertisment

ଗାଁ ଦାଣ୍ଡରେ କାନଧରି ଆଣ୍ଠେଇ ଆଣ୍ଠେଇ ଚାଲିଲେ ମହିଳା, କାରଣ...

ନିଷ୍ଠା ନା ଅନ୍ଧବିଶ୍ୱାସ , ସ୍ୱାମୀଙ୍କୁ ବାବାଜୀଙ୍କ ଅଭିଶାପରୁ ରକ୍ଷା କରିବାକୁ ମନ୍ଦିରରୁ ଆଣ୍ଠେଇ ଆଣ୍ଠେଇ ଆସିଲେ ମହିଳା

ଅଦ୍ୟତନ ହୋଇଛି
Special story

Special story

Advertisment

ଜଣେ ବାବାଜୀ ସ୍ୱାମୀଙ୍କୁ ଅଭିଶାପ ଦେଇଥିଲେ । ଆଉ ସେହି ଅଭିଶାପରୁ ମୁକ୍ତ ହେବା ପାଇଁ ଶ୍ୱଶୁରଙ୍କ କଥା ମାନି ଗାଁ ଦାଣ୍ଡରେ କାନ ଧରି ଆଣ୍ଠେଇ ଆଣ୍ଠେଇ ଜଣେ ମହିଳା ଚାଲୁଥିବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଟାଙ୍ଗୀ ଚୌଦ୍ଵାର ବ୍ଲକ ଶଙ୍କରପୁର ଗ୍ରାମରେ ।

Advertisment

ଶଙ୍କରପୁର ଗାଁର ଜଣେ ମହିଳା ବାବାଜୀଙ୍କ ଅଭିଶାପ ଖଣ୍ଡନ କରିବା ସହିତ ସ୍ୱାମୀର ଦୀର୍ଘ ଜୀବନ କାମନା କରି ଶଶୁରଙ୍କ କଥାରେ ମନ୍ଦିରରୁ ଘର ଯାଏ କାନ ଧରି ଆଣ୍ଠେଇ ଆଣ୍ଠେଇ ଆସିଛନ୍ତି । ତାଙ୍କ ଶଶୁର ମଧ୍ୟ ପୁଅର ମଙ୍ଗଳ ପାଇଁ ବୋହୂକୁ ଏମିତି କରିବାକୁ କହିଛନ୍ତି ବୋଲି ମାନିଛନ୍ତି । 

ମହିଳାଙ୍କ କହିବା ଅନୁସାରେ ‘ଆମ ଗାଁରେ ଜଣେ ବାବା ଥିଲେ । ସେ ତ୍ରିନାଥ ମନ୍ଦିର ପରିସରରେ ଶୋଉଥିଲେ ଓ ଖାଉଥିଲେ । ହେଲେ ସେଠାରେ ଥିବା ନନା ଏକଥାକୁ ନାପସନ୍ଦ କରିଥିଲେ । ମନ୍ଦିର ପରିସରରେ ସୁଙ୍କୁଡ଼ି ପଡ଼ୁଥିବାରୁ ସାହି ଲୋକଙ୍କୁ ଏକଥା ଜଣାଇଥିଲେ  ଏବଂ ବାବାଙ୍କୁ ମନ୍ଦିର ପରିସରରେ ଶୋଇବା ପାଇଁ ବାରଣ କରିବାକୁ କହିଥିଲେ । ପୂଜାରୀ ନନାଙ୍କ କହିବା ପରେ ଗାଁ ଲୋକ ବାବାଙ୍କୁ ମନ୍ଦିର ପରିସରରେ ରହିବା ପାଇଁ ମନା କରିଥିଲେ । ତେବେ ଘଟଣାର ଦିନକ ପରେ ବାବା ତାଙ୍କ ବେଡସିଟ୍‌ ପାଇନଥିଲେ । ଯୋଗକୁ ସେହି ରାସ୍ତା ଦେଇ ମୋ ଶ୍ୱଶୁର ଯାଉଥିଲେ । ଆଉ ବାବା ଜଣକ କହିଲେ ତୋ ପୁଅ ମୋ ବେଡସିଟ୍‌ ଫୋପାଡ଼ି ଦେଇଛି । ତ୍ରିନାଥ ଗୋସେଇଁ ତାଙ୍କ କଥା ବୁଝନ୍ତୁ । ମୋତେ ଯେମିତି କଷ୍ଟ ଦେଇଛନ୍ତି, ତାଙ୍କ କଥା ବି ବୁଝିବେ । ତେବେ ଏକଥା ଶୁଣି ମୋ ଶ୍ୱଶୁର କାନ୍ଦି କାନ୍ଦି ଘରକୁ ଆସିଥିଲେ । ଏକଥା ଦେଖି ମୋତେ ଭଲ ଲାଗିଲାନି । ସେଥିପାଇଁ ମୁଁ ଠାକୁରଙ୍କ ପାଖରେ ମାନସିକ କରିଥିଲି ଆଉ ମନ୍ଦିରରୁ ଫେରିବା ସମୟରେ ଆଣ୍ଠେଇ ଆଣ୍ଠେଇ ଆସିଲି ।’

Advertisment

ଅନ୍ୟପଟେ ପବିତ୍ର ମୋହନ ସାହୁ ନାମକ ବାବାଜୀ ଏମିତି କିଛି ଅଭିଶାପ ଦେଇ ନାହାନ୍ତି ବରଂ ତାଙ୍କ ପରିବାରରେ କିଛି ସମସ୍ୟା ଥିବାରୁ ସେ ଏମିତି ହୁଏତ କରୁଥିବେ ବୋଲି କହିଛନ୍ତି । ତେବେ ଏହି ଘଟଣାକୁ ନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡିଛି । ତେବେ ଆଜିର ସମାଜରେ ଏପରି ଅନ୍ଧ ବିଶ୍ୱାସକୁ ନା ପସନ୍ଦ କରିଛନ୍ତି ସମାଜସେବୀ ସସ୍ମିତା ଦାସ ।

ପ୍ରକାଶ କୁମାର ନାୟକ,ଚୌଦ୍ଵାର  

Superstition
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ