Advertisment

ଅନ୍ଧବିଶ୍ୱାସ ହେଲା କାଳ, ଚେଙ୍କ ନେଇ ଗଲା ଜୀବନ

ମୁର୍ଖାମୀ କୁହନ୍ତୁ କିମ୍ବା ପାରମ୍ପରିକ ବିଶ୍ୱାସ। ଅନ୍ଧବିଶ୍ୱାସ ଅନ୍ଧଗଳିରୁ ମୁକୁଳି ପାରୁନି ମଣିଷ। ଗତ ମାସ ୧୯ ତାରିଖରେ ଯାହାର ଭୟଙ୍କର ପରିଣାମ ଦେଖିବାକୁ ମିଳିଥିଲା ଗଂଜାମ ଚମାଖଣ୍ଡିରେ। ଗୁଣିଗାରେଡ଼ି ସନ୍ଦେହରେ ତିନି ତିନି ଜଣଙ୍କୁ ଗାଁ ଲୋକେ ସଂଘବଦ୍ଧ ଭାବେ ମାଡ଼ ମାରିବା ସହ ପ୍ଲାସରେ ଦାନ୍ତ ଓପାଡ଼ି ଦେବା ସହ ବିଷ୍ଠା ବି ଖୁଆଇଲେ

ଅଦ୍ୟତନ ହୋଇଛି
ଅନ୍ଧବିଶ୍ୱାସ ହେଲା କାଳ, ଚେଙ୍କ ନେଇ ଗଲା ଜୀବନ

Superstition

Advertisment

ଭୁବନେଶ୍ୱର: କମୁନି ଅନ୍ଧବିଶ୍ୱାସ, ଥମୁନି ଅପରାଧ। କେଉଁଠି ଗୁଣିଆ ସନ୍ଦେହରେ ନାରକୀୟ କାଣ୍ଡ ତ ଆଉ କେଉଁଠି ରୋଗ ଭଲ ହେବା ଲାଗି ଚେଙ୍କ। ଚିକିତ୍ସା ଯକ୍ଷ୍ମା ରୋଗ ଭଲ ନହେବାରୁ କେନ୍ଦୁଝର କଇଁସାରୀ ଗାଁରେ ଚେଙ୍କ ନେଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସରକାରଙ୍କ କଡ଼ା ଆଇନ ସତ୍ତ୍ୱେ ଏସବୁ ଘଟଣା କମିବା ବଦଳରେ ଦିନକୁ ଦିନ ବଢିଚାଲିଛି।

Advertisment

ଦେହସାରା ତତଲା ଲୁହାର ଚେଙ୍କ ଲାଗିଛି। ଗୋଟିଏ କି ଦୁଇଟି ନୁହେଁ ପେଟରୁ ଛାତି ଯାଏଁ ୫ ଶହ ପୋଡ଼ା ଦାଗ। ଆଉ ଏହା ପରେ ଅବସ୍ଥା କଣ ହୋଇଥିବା କହିବା ବାହୁଲ୍ୟ। ଆର ପାରିକୁ ଚାଲିଯାଇଛନ୍ତି କେନ୍ଦୁଝର ବାଂଶପାଳ ବ୍ଲକ୍ କଇଁସାରୀ ଗାଁର ବିକାଶ ଦେହୁରୀ। ଯକ୍ଷ୍ମା ରୋଗରେ ପୀଡିତ ବିକାଶ ଡାକ୍ତରୀ ଚିକିତ୍ସା କରି ନିରାଶ ହେବା ପରେ ଚେଙ୍କ ଚିକିତ୍ସା କରାଇଥିଲେ। ଆଉ ନିଜ ମୁଖାର୍ମୀ ଲାଗି ତାଙ୍କୁ ଜୀବନରୁ ହାତ ଧୋଇବାକୁ ପଡିଛି। ତେବେ ଗାଁରେ ଅନ୍ୟ ଜଣେ ବ୍ୟକ୍ତି ଦୀନବନ୍ଧୁ ଦେହୁରୀଙ୍କର ବି ସମାନ ଅବସ୍ଥା। ଯକ୍ଷ୍ମା ରୋଗ ଭଲ ନହେବାରୁ ସେ ବି ଚେଙ୍କ ଚିକିତ୍ସା କରାଇଥିଲେ। ଏବେ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଗଣମାଧ୍ୟମରୁ ଏ ବିଷୟରେ ଜାଣିବା ପରେ ଗାଁକୁ ଯାଇ ଅନୁଧ୍ୟାନ କରିବେ ବୋଲି କହିଛନ୍ତି ଜିଲ୍ଲାପାଳ।

Advertisment

ମୁର୍ଖାମୀ କୁହନ୍ତୁ କିମ୍ବା ପାରମ୍ପରିକ ବିଶ୍ୱାସ। ଅନ୍ଧବିଶ୍ୱାସ ଅନ୍ଧଗଳିରୁ ମୁକୁଳି ପାରୁନି ମଣିଷ। ଗତ ମାସ ୧୯ ତାରିଖରେ ଯାହାର ଭୟଙ୍କର ପରିଣାମ ଦେଖିବାକୁ ମିଳିଥିଲା ଗଂଜାମ ଚମାଖଣ୍ଡିରେ। ଗୁଣିଗାରେଡ଼ି ସନ୍ଦେହରେ ତିନି ତିନି ଜଣଙ୍କୁ ଗାଁ ଲୋକେ ସଂଘବଦ୍ଧ ଭାବେ ମାଡ଼ ମାରିବା ସହ ପ୍ଲାସରେ ଦାନ୍ତ ଓପାଡ଼ି ଦେବା ସହ ବିଷ୍ଠା ବି ଖୁଆଇଲେ। ଏଥିରେ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା। ସେହିପରି କିଛି ଦିନ ତଳେ ବଲାଙ୍ଗିର ଜିଲ୍ଲାରୁ ବି ଏଭଳି ଏକ ଭିଡିଓ ଭାଇରାଲ ହୋଇଥିଲା। ଗୁଣିଆ ସନ୍ଦେହର ଜଣେ ବ୍ୟକ୍ତିଙ୍କୁ ଗାଁ ଦାଣ୍ଡରେ ନିର୍ଧୁମ ପିଟିବା ସହ ଲୋକେ ପରିଶ୍ରା ପିଆଇଥିଲେ। ତେବେ ଗତ ୪ ତାରିଖରେ ମୟୂରଭଞ୍ଜ କରଞ୍ଜିଆ ଥାନା ବାଲିପାଟଣାରେ ଘଟିଥିବା ଘଟଣା ସବୁକୁ ବଳିଯାଇଥିଲା। ଗୁଳି ସନ୍ଦେହରେ ମହିଳାଙ୍କୁ ମୁଣ୍ଡକାଟି ହତ୍ୟା କରାଯାଇଥିବା ଅଭିଯୋଗ ଆସିଥିଲା।

ଗୁଣିଗାରେଡି ଓ ଅନ୍ଧବିଶ୍ୱାସରୁ ମୁକ୍ତି ପାଇବା ଲାଗି ଅନେକ ସଚେତନନା କାର୍ଯ୍ୟକ୍ରମ ଚାଲିଛି। ଏସବୁ ମାମଲାର ଅଭିଯୁକ୍ତଙ୍କ ବିରୁଦ୍ଧରେ ଦଣ୍ଡ ବିଧାନ ଲାଗି ୨୦୧୩ରେ ରାଜ୍ୟ ସରକାର କଡ଼ା ଆଇନ ମଧ୍ୟ ଆଣିଛନ୍ତି। ତେବେ ଏହାର କୌଣସି ସୁଫଳ ଦେଖିବାକୁ ମିଳୁନି। ୨୦୧୬ରୁ ୨୦୨୦ ନଭେମ୍ବର ମାସ ଯାଏଁ ରାଜ୍ୟରେ ୪୪୬ଟି ଗୁଣିଗାରେଜି ମାମଲା ରୁଜୁ ହୋଇଛି।

Advertisment
Odisha News Keonjhar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ