Advertisment

ବାତ୍ୟାର ରାଜଧାନୀ ସୁନ୍ଦରବନ

ଲଘୁଚାପ ଯଦି ବାତ୍ୟାର ରୂପ ନିଏ, ତେବେ ତାହା ଓଡ଼ିଶା ହେଉକି ପଶ୍ଚିମବଙ୍ଗ ନଚେତ୍ ଆନ୍ଧ୍ରପ୍ରଦେଶ ଆଡେ ମୁହାଁଇଥାଏ। ଗତ କିଛି ଦିନର ତଥ୍ୟକୁ ନେଇ ଏମିତି ରିପୋର୍ଟ ଦେଇଛି ଭାରତୀୟ ପାଣିପାଗ ବିଭାଗ।

ଅଦ୍ୟତନ ହୋଇଛି
cyclone

cyclone

Advertisment

ବାତ୍ୟା, ଯାହାର ନାଁ ଶୁଣିଲେ ଥରିଉଠେ ଦେହ। ମନରେ ଖେଳିଯାଏ ଆତଙ୍କ। ସେହି ଆତଙ୍କର ରାଜଧାନୀ ଆମ ରାଜ୍ୟର ଖୁବ ନିକଟରେ। ଆମେ କହୁଛୁ, ପଶ୍ଚିମବଙ୍ଗର ସୁନ୍ଦରବନ କଥା। ଯାହାକୁ ଭାରତୀୟ ପାଣିପାଗ ବିଭାଗ କହିଛି ସୁନ୍ଦରବନ ହେଉଛି ‘ବାତ୍ୟା ରାଜଧାନୀ’। ଆଉ ରିପୋର୍ଟ ଓଡ଼ିଶାର କେନ୍ଦ୍ରାପଡ଼ା ଓ ବାଲେଶ୍ୱରରେ ବାତ୍ୟା ବ୍ୟବଧାନ କମ୍ ବୋଲି ରିପୋର୍ଟରେ ଦର୍ଶାଇଛି ଆଇଏମଡି।

Advertisment

ଓଡ଼ିଶାର ସୀମାକୁ ଲାଗିଥିବା ସୁନ୍ଦରବନ ଅଂଚଳକୁ ଦେଶର ‘ବାତ୍ୟା ରାଜଧାନୀ’ ଭାବେ ଅଭିହିତ କରିଛି ଭାରତୀୟ ପାଣିପାଗ ବିଭାଗ। କାରଣ ଏହି ଅଞ୍ଚଳ ସବୁଠାରୁ ବାତ୍ୟାପ୍ରବଣ ବୋଲି ଅଧ୍ୟୟନରୁ ଜଣାପଡ଼ିଛି। ଏଣିତିକି ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲା ବାରମ୍ବାର ସାମୁଦ୍ରିକ ବାତ୍ୟା ଦ୍ୱାରା ପ୍ରଭାବିତ ହେଉଥିବା ଆଇଏମଡି ରିପୋର୍ଟରେ କୁହାଯାଇଛି।

ପୁଣେ ଠାରେ ଥିବା ଭାରତୀୟ ପାଣିପାଗ ବିଭାଗ କାର୍ଯ୍ୟାଳୟ କରିଥିବା ବିଶ୍ଳେଷଣ ଅନୁସାରେ, ବିଭିନ୍ନ ସମୟରେ ହୋଇଥିବା ବାତ୍ୟା ମଧ୍ୟରେ ସମୟ ବ୍ୟବଧାନକୁ ନେଇ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାରେ ସାମୁଦ୍ରିକ ବାତ୍ୟାର ପ୍ରତ୍ୟାବର୍ତ୍ତନ ସମୟ ୧.୫ରୁ ୬.୦ ବର୍ଷ ସ୍କେଲ୍‌ ମଧ୍ୟରେ ୧.୬୭ ରହିଛି। ଅପେକ୍ଷାକୃତ ସଂକ୍ଷିପ୍ତ ପ୍ରତ୍ୟାବର୍ତ୍ତନ ସମୟ ଅଧିକ ସାମୁଦ୍ରିକ ବାତ୍ୟାର ସୂଚନା ଦିଏ । ତେଣୁ ଏଠାରେ ବାତ୍ୟା ଆସିବାର ବ୍ୟବଧାନ ତୁଳନାତ୍ମକ ଭାବେ କମ୍ ରହିଛି। ‘କ୍ଲାଇମେଟ୍‌ ହାଜାର୍ଡସ୍‌ ଆଣ୍ଡ୍‌ ଭଲ୍‌ନେରେବିଲିଟି ଆଟ୍‌ଲାସ୍‌ ଅଫ୍‌ ଇଣ୍ଡିଆ’ରୁ ଦେଖାଯାଇଛି ଯେ, ଭୀଷଣ ସାମୁଦ୍ରିକ ବାତ୍ୟାଗୁଡ଼ିକର ପ୍ରତ୍ୟାବର୍ତ୍ତନ ସମୟ ଥିଲା ୨.୬୧ ବର୍ଷ ।

Advertisment

ତେବେ ୨୦୨୧ ମସିହାରେ ଦେଶରେ ସଂଘଟିତ ୧୦ଟି ‘ସାଇକ୍ଲୋନିକ୍‌ ଡିଷ୍ଟର୍ବାନ୍‌ସେସ୍‌’ରୁ ସୁନ୍ଦରବନରେ ପ୍ରବାହିତ ହୋଇଥିବା ୨ଟି ବାତ୍ୟା ହେଉଛି ‘ୟାସ୍‌’ ଏବଂ ‘ଜାୱଦ୍’। ୧୯୬୧ରୁ ୨୦୨୦ ମଧ୍ୟରେ ଏହି ଉପକୂଳବର୍ତ୍ତୀ ଜିଲ୍ଲାର ପ୍ରାୟ ୯୦ କିଲୋମିଟର୍‌ ଅଞ୍ଚଳ ଦେଇ ପ୍ରବାହିତ ସାମୁଦ୍ରିକ ବାତ୍ୟାଗୁଡ଼ିକ ଉପରେ ଗବେଷକମାନେ ଅଧ୍ୟୟନ କରିଥିଲେ। ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲା କେନ୍ଦ୍ରାପଡ଼ା, ଆନ୍ଧ୍ରପ୍ରଦେଶର ନେଲୋର୍‌, ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ମଧ୍ୟ ବାତ୍ୟା ଅଧ୍ୟୁଷିତ ବୋଲି ଅଧ୍ୟୟନରୁ ଜଣାପଡ଼ିଛି।

କେନ୍ଦ୍ରାପଡ଼ାର ବାତ୍ୟା ପ୍ରତ୍ୟାବର୍ତ୍ତନ ସମୟ ୧.୯୪ ବର୍ଷ ଥିବା ବେଳେ ନେଲୋର୍‌ ଏବଂ ପୂର୍ବ ମେଦିନୀପୁରରେ ପ୍ରତ୍ୟାବର୍ତ୍ତନ ସମୟ ୨ ବର୍ଷ ରହିଛି। ଯଥାକ୍ରମେ ୨.୮୬ ବର୍ଷ ଏବଂ ୩ ବର୍ଷ ପ୍ରତ୍ୟାବର୍ତ୍ତନ ସମୟ ଥାଇ ଓଡ଼ିଶାର ବାଲେଶ୍ୱର ଜିଲ୍ଲା, ତାମିଲନାଡୁର ବିଲ୍ଲୁପୁରମ୍‌ ଏବଂ ଦକ୍ଷିଣ ୨୪ ପ୍ରଗଣା ଭୀଷଣ ବାତ୍ୟାପ୍ରବଣ ବୋଲି କୁହାଯାଉଛି।

Advertisment
Sundarban Cyclone Capital
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ