Advertisment

‘ପର୍ଯ୍ୟାପ୍ତ ପରିମାଣର ଅଛି ତେଲ, ଗୁଜବ ସୃଷ୍ଟି ନକରିବାକୁ ଅନୁରୋଧ’

ଓଡ଼ିଶାର ଚାହିଦା ଅନୁସାରେ ଆମ ପାଖରେ ପର୍ଯ୍ୟାପ୍ତ ପରିମାଣର ତେଲ ଅଛି। ତେଣୁ କୌଣସି ଖାଉଟି ଗୁଜବ ସୃଷ୍ଟି କରନ୍ତୁ ନାହିଁ ବୋଲି ଓଡ଼ିଶା ବ୍ୟବସାୟୀ ମହାସଂଘର ସମ୍ପାଦକ କହିଛନ୍ତି।

Sun Flower Oil

Sun Flower Oil

Advertisment

ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡ଼ିଛି। ଗୋଟିଏ ପଟେ ୟୁକ୍ରେନର ପ୍ରମୁଖ ସହର ଗୁଡ଼ିକରେ ଋଷିଆ ଘନଘନ ଆକ୍ରମଣ ଜାରି ରଖିଥିବା ବେଳେ ଅନ୍ୟପଟେ ୟୁକ୍ରେନ ମଧ୍ୟ ହାର୍‌ ମାନି ନାହିଁ।  ଏସବୁ ଭିତରେ ସାଧାରଣ ଜନତା ପେଶି ହେଉଛନ୍ତି। ଯୁଦ୍ଧ ପାଇଁ ଭାରତରେ ଖାଇବା ତେଲର ଦର ବୃଦ୍ଧି ଘଟିଛି।  ବିଶେଷ କରି ସୂର୍ଯ୍ୟମୁଖୀ ତେଲର ଦାମ୍‌ ବଢିଛି।

Advertisment

ଭାରତ ପ୍ରଚୁର ପରିମାଣର ସୂର୍ଯ୍ୟମୁଖୀ ତେଲ ୟୁକ୍ରେନରୁ ଆମଦାନୀ କରିଥାଏ। ୟୁକ୍ରେନ ଉପରେ ଋଷିଆ ଆକ୍ରମଣ କରିବା ପରଠୁ ୟୁକ୍ରେନରୁ ସୂର୍ଯ୍ୟମୁଖୀ ତେଲ ଆସିପାରୁନଥିବା ଜଣାପଡ଼ିଛି। ଏହି କାରଣରୁ ଆଗକୁ ହୁଏତ ଏହାର ଅଭାବ ଦେଖା ଦେଇପାରେ ବୋଲି କେତେକ ସ୍ଥାନରେ ଗୁଜବ ହୋଇଛି। ତେଣୁ ଲୋକେ ଛାନିଆ ହୋଇ ଅଧିକ ପରିମାଣର ସୂର୍ଯ୍ୟମୁଖୀ ତେଲ କିଣୁଥିବାର ଦେଖିବାକୁ ମିଳିଛି।

ଏପରିକି କେତେକ ସ୍ଥାନରେ ଦୋକାନୀମାନେ ଲିଟର ପିଛା ଏହାର ଦାମ ୧୦-୨୦ ଟଙ୍କା ଅଧିକ ନେଉଥିବା ଗ୍ରାହକ ଅଭିଯୋଗ କରିଛନ୍ତି। ଏନେଇ ଓଡ଼ିଶା ବ୍ୟବସାୟୀ ମହାସଂଘର ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି, ଓଡ଼ିଶାର ଚାହିଦା ଅନୁସାରେ ଆମ ପାଖରେ ପର୍ଯ୍ୟାପ୍ତ ପରିମାଣର ତେଲ ଅଛି। ତେଣୁ କୌଣସି ଖାଉଟି ଗୁଜବ ସୃଷ୍ଟି କରନ୍ତୁ ନାହିଁ। ଅଯଥାରେ ଘରେ ତେଲ ଗଚ୍ଛିତ ରଖନ୍ତୁ ନାହିଁ। ଯେତବେଳେ ବଞ୍ଚିବା ସମସ୍ତେ ବଞ୍ଚିବା, ଯେତେବେଳେ ମରିବା ସମସ୍ତେ ମରିବା। ତେଣୁ ଅଭାବ ଆସିଲେ ସମସ୍ତେଏହାର ସାମ୍ନା କରିବା। ତେବେ ବର୍ତ୍ତମାନ ସୁଦ୍ଧା ଏଭଳି କୌଣସି ପରିସ୍ଥିତି ସୃଷ୍ଟି ହୋଇନାହିଁ। ଲୋକଙ୍କର ଚାହିଦା ପୂରଣ କରିବା ଲାଗି ଆମେ ଚେଷ୍ଟା କରୁଛୁ। ସରକାର ଯେତେ ଶୀଘ୍ର ପାରୁଛନ୍ତି ବ୍ୟବସାୟୀ ସଂଘ ସହ ଆଲୋଚନା କରନ୍ତୁ ଓ ଆଗାମୀ ଦିନରେ ସୃଷ୍ଟି ହେବାକୁ ଥିବା ଖାଉଟିଙ୍କ ସମସ୍ୟାର ସମାଧାନ କରିବାରେ ସହାୟକ ହୁଅନ୍ତୁ।’

Advertisment
Edible Oil Prices Russia Ukraine Crisis Ukraine Crisis Ukraine Russia War
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ