Advertisment

ବ୍ରହ୍ମପୁର ସୁମିତ-ତପସ୍ବିନୀ ବିବାଦ: ଏପ୍ରିଲ ୯ ରେ କୋର୍ଟରେ ହାଜର ହେବେ ପତିପତ୍ନୀ

ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେବାକୁ ବ୍ରହ୍ମପୁରର ସୁମିତ ସାହୁ ଓ ତପସ୍ୱିନୀ ଦାଶଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୯ ତାରିଖରେ ହାଜର ହେବାକୁ ଉଭୟଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

undefined

Sumit Tapaswini

Advertisment

ବ୍ରହ୍ମପୁର ଡାକ୍ଟର ସୁମିତ ଓ ପତ୍ନୀ ତପସ୍ୱିନୀଙ୍କ ବିବାହ ମାମଲାରେ ହାଇକୋର୍ଟଙ୍କ ବଡ଼ ଶୁଣାଣି । ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେବାକୁ ବ୍ରହ୍ମପୁରର ସୁମିତ ସାହୁ ଓ ତପସ୍ୱିନୀ ଦାଶଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୯ ତାରିଖରେ ହାଜର ହେବାକୁ ଉଭୟଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Advertisment

ସୁମିତ ନେଇଥିବା ଭଡ଼ାଘରର ଏକ ଭିଡିଓ ପ୍ରସ୍ତୁତ କରିବାକୁ ମଧ୍ୟ ଉଭୟଙ୍କୁ କୁହାଯାଇଛି । ସେହି ଘରଟି ରହିବା ଯୋଗ୍ୟ କି ନୁହେଁ, ତାହା କୋର୍ଟକୁ ଜଣାଇବେ ଉଭୟ ପତିପତ୍ନୀ । ସେହପରି ସୁମିତ ସରକାରୀ କ୍ୱାଟର ପାଇଛନ୍ତି କି ନାହିଁ, ତାହା ମଧ୍ୟ ସତ୍ୟପାଠରେ ଉଲ୍ଲେଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ପ୍ରତିମାସ ୧୦ ତାରିଖ ସୁଦ୍ଧା ୧୭ ହଜାର ଟଙ୍କା ପ୍ରଦାନ ନେଇ ପୂର୍ବରୁ ତଳ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତଳ କୋର୍ଟଙ୍କ ରାୟକୁ ଚାଲେଂଜ କରି ହାଇକୋର୍ଟ ଯାଇଥିଲେ ସୁମିତ। ହେଲେ ସେତେବେଳେ ତଳକୋର୍ଟଙ୍କ ରାୟକୁ କାଏମ୍ ରଖିଲେ ହାଇକୋର୍ଟ। ଏହାକୁ ନେଇ ପୁଣି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସୁମିତ୍। ଆଉ ଶେଷରେ ହାଇକୋର୍ଟ ସୁମିତଙ୍କ ପକ୍ଷରୁ ଦିଆଯାଉଥିବା ମାସିକ ପାରିତୋଷିକ ହ୍ରାସ କରିଥିଲେ । ତପସ୍ୱିନୀଙ୍କୁ ମାସିକ ୧୭ ହଜାର ନୁହେଁ, ୧୦ ହଜାର ଟଙ୍କା ଦେବେ ସୁମିତ୍ ବୋଲି କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା ।

Advertisment
High Court Sumit-Tapaswini Marital Discord
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ