Sumit-Tapaswini Marital Dispute
ପୁଣି ଚର୍ଚ୍ଚାରେ ବ୍ରହ୍ମପୁରର ବୋହୂ ତପସ୍ୱିନୀ। କହିଲେ, ଜଣେ ଆସି ସୁପ୍ରିମକୋର୍ଟର ଓକିଲ ବୋଲି କହିଲେ ଆଉ ପିଣ୍ଡା ଉପରେ ଚଢି ଗଲେ। କେବଳ ଏତିକି ନୁହେଁ ବରଂ ଓକିଲ ଜଣକ କହିଲେ ତୁମେ କୋର୍ଟ କାହିଁକି ଯାଉଛ? କେବଳ ଏତିକି ନୁହେଁ ବରଂ ମାମଲାରେ କିଛି ନାହିଁ ଅଯଥାରେ ଏତେ ଇସ୍ୟୁ ହେଉଛି କହିବା ସହ ମୁଁ ମାତ୍ର ୫ ମିନିଟ୍ରେ ସମାଧାନ କରିବି ବୋଲି ସେ ବ୍ୟକ୍ତି ଜଣକ ମତେ କହିଲେ ବୋଲି ତପସ୍ୱିନୀ କହିଛନ୍ତି।
କେବଳ ଏତିକି ନୁହେଁ ବରଂ ଏଠାରେ ଏତେ ଦିନ ହେଲା କାହିଁକି ବସିଛ? ଏଠାରେ ବସିବା ଅନୁଚିତ୍ ବୋଲି ସେ କହିଲେ। ଏହାସହ ମୁଁ ଯେତେବେଳେ କହିଲି ଠିକ୍ ଅଛି ଶାଶୂ, ଶ୍ୱଶୁର ଓ ସ୍ୱାମୀଙ୍କୁ ଡାକନ୍ତୁ। ତାହା ପରେ ସମାଧାନ ହୋଇପାରିବ। କିନ୍ତୁ ସେ କହିଲେ ଏଥିରେ କିଛି ଦରକାର ନାହିଁ। ପରେ କାହା ସାଙ୍ଗରେ ସମ୍ପକ୍ତ ବ୍ୟକ୍ତି ଜଣକ କଥା ହେଲେ ବୋଲି ତପସ୍ୱିନୀ କହିଛନ୍ତି। ଏପରି କହିବା ସହ ମାଆଙ୍କୁ ସିସିଟିଭି ସମ୍ପର୍କରେ ପଚାରିଲେ। ଆଉ ଏହାପରେ ପୋଲିସମାନେ ତାଙ୍କୁ ନେଇ ପଳାଇଲେ ବୋଲି ତପସ୍ୱିନୀ କହିଛନ୍ତି।
ସେହିପରି ଭାବରେ ୨୯ ଡିସେମ୍ବରରେ ଢେଙ୍କାନାଳରୁ ଏକ କଲ୍ ଆସିଥିଲା। ବାପାଙ୍କୁ କହିଥିଲେ ଜ୍ୱାଇଁ ତ ଆପଣଙ୍କ ଝିଅକୁ ରଖିବାକୁ ଚାହୁଁନାହାନ୍ତି। ଆପଣଙ୍କର କଣ ଦରକାର କହିଦିଅନ୍ତୁ ସେ ଦେଇଦେବେ ବୋଲି ବାପାଙ୍କୁ କେହି ଜଣେ କହିଥିବା ତପସ୍ୱିନୀ କହିଛନ୍ତି। ଅଭିଯୋଗ କେବଳ ଏତିକି ନୁହେଁ ବରଂ ତପସ୍ୱିନୀଙ୍କ ବାପା କୁଆଡ଼େ ସେହି ବ୍ୟକ୍ତିଙ୍କୁ କହିଥିଲେ ସୁମିତ୍ଙ୍କୁ କଣ ଦରକାର କହିଦିଅନ୍ତୁ ଆମେ ଦେବୁ ।
ତାହାପରେ ସେ ମୋ ଝିଅକୁ ନେଇ ରଖିବେ। ଆଉ ଏହାପରେ ସେ କହିଥିଲେ ସୁମିତଙ୍କର ଇଚ୍ଛା ରହିଛି ଏକାଠି ରହିବା ପାଇଁ କିନ୍ତୁ ପରିବାର ସମ୍ମତି ଦେଉନାହିଁ, ଯାହାଦ୍ୱାରା ଏହି ଅସୁବିଧା ହୋଇଛି ବୋଲି ସେ ବ୍ୟକ୍ତି ଜଣକ କହିଥିଲେ। ସେ ଯାହାବି ହେଉ ସୁପ୍ରିମକୋର୍ଟ ଓକିଲ ଓ ଢେଙ୍କାନାଳ ଫୋନ୍ କଲରଙ୍କୁ ନେଇ ଏବେ ଜୋରସୋରରେ ଚର୍ଚ୍ଚା ଚାଲିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1641206599.jpg)