ସ୍ତ୍ରୀକୁ ଦେଖି ଲୁଚୁଛି ସ୍ୱାମୀ, ବିନା ଚପଲରେ ପାଚେରୀ ଡେଇଁ ସୁମିତ୍ ଛୁ. . .

ରାତି ୧ଟାରେ ସୁମିତ୍ ଘରର ପଛ ପାଚେରୀ ଡେଇଁ ଫେରାର୍ ହୋଇଯାଇଥିବା କହିଛନ୍ତି ତପସ୍ୱିନୀ.. ଶାଶୁ ଘର ଲୋକେ ବୁଝେଇ ମତେଇ ଏଭଳି କରୁଛନ୍ତି ବୋଲି ସେ କହିଛନ୍ତି

ସୁମିତ କେଉଁଠି ପତ୍ତା ମିଳୁନି

ବ୍ରହ୍ମପୁର : ସ୍ତ୍ରୀକୁ ଦେଖି ଲୁଚୁଛି ସ୍ୱାମୀ । ଘରେ ବାପାମା’ଙ୍କ ସହ ରହୁଛନ୍ତି ସୁମିତ୍ । ଗତକାଲି ତପସ୍ୱିନୀଙ୍କ ଗାଡ଼ି ସାହିରେ ପଶିବା ସମୟରେ ବିନା ଚପଲରେ ପାଚେରୀ ଡେଇଁ ଚାଲି ଯାଇଛନ୍ତି ସୁମିତ୍ । ସ୍ତ୍ରୀ ପଦାରେ ରହୁଛି, ସ୍ୱାମୀ ଘରେ ଲୁଚୁଛି । ଆଉ ବାପା କହୁଛନ୍ତି ପୁଅ ଅସୁସ୍ଥ ଅଛି । ଦୁଇ ଶହ ପ୍ରତିଶତ ଗ୍ୟାରେଣ୍ଟି ଦେଇ ତପସ୍ୱିନୀ କହୁଛନ୍ତି ଗତକାଲି ସୁମିତ୍‌ ପାଚେରୀ ଡେଇଁ ଯାଉଛନ୍ତି । ମୁଁ ଦେଖିଛି, ପ୍ରମିଳା ମା ବି ଦେଖିଛନ୍ତି ବୋଲି କହି ସ୍ୱାମୀ ସୁମିତଙ୍କ ଉପରେ ବର୍ଷିଲେ ସ୍ତ୍ରୀ ତପସ୍ୱିନୀ ।

କାର୍ ସାହି ଭିତରକୁ ପଶିବା ସମୟରେ ସୁମିତ୍ ଧଡ଼ପଡ଼ ହୋଇ ସ୍କୁଟି ରଖିଲେ ଓ ଘର ଭିତରକୁ ଯାଇ ତାଲା ମାରିଦେଲେ । ବିଳମ୍ବିତ ରାତିରେ ପଛ ପଟ ୱାଲ ଦେଇ ଫେରାର ହୋଇଯାଇଛନ୍ତି । ସମସ୍ତଙ୍କ ପାଖରେ ଏଖବର ରହିଛି । ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ସୁମିତଙ୍କୁ ଶିଖେଇ ଘର ଲୋକ ପଠାଇ ଦେଇଛନ୍ତି । ମୋ ପାଇଁ କବାଟ ଖୋଲୁନାହାନ୍ତି, କିନ୍ତୁ ଆଡ଼ିସନାଲ ଏସପିଙ୍କ ପାଇଁ ମଧ୍ୟ କବାଟ ଖୋଲୁନାହାନ୍ତି । ସେ ବି କ’ଣ ତାଙ୍କ ବୋହୂ କି ବୋଲି ପ୍ରଶ୍ନ କରିଛନ୍ତି ତପସ୍ୱିନୀ ।

ସେପଟେ ବହୁଚର୍ଚ୍ଚିତ ବ୍ରହ୍ମପୁର ଡାକ୍ତର ସୁମିତ ଓ ପତ୍ନୀ ତପସ୍ୱିନୀଙ୍କ ପାରିବାରିକ ବିବାଦ ମାମଲାରେ ପୋଲିସ ତଦନ୍ତ ‌ଆରମ୍ଭ କରିଛି । ଆଜି ବ୍ରହ୍ମପୁର ଏଏସ୍ପିଙ୍କ ନେତୃତ୍ୱରେ ପୋଲିସ୍ ଟିମ୍ ସୁମିତଙ୍କ ଘରକୁ ପହଞ୍ଚିଥିଲେ । ସୁମିତ କେଉଁଠି ସେ ସମ୍ପର୍କରେ ପଚରାଉଚରା କରିଥିଲା । ତେବେ ସେ ଅସୁସ୍ଥ ଥିବା କହି ଘର ବାହାରୁ ହିଁ ପୋଲିସ୍କୁ ପଠାଇ ଦେଇଥିଲେ ସୁମିତଙ୍କ ବାପା ।

ଅନ୍ୟପଟେ ଗତକାଲିଠୁ ଶ୍ୱଶୁର ଘର ସାମ୍ନାରେ ଧାରଣାରେ ବସିଛନ୍ତି ତପସ୍ୱିନୀ । ଶୀତ କାକରକୁ ଖାତିର ନକରି ବ୍ରହ୍ମାନଗର ଶାଶୁଘର ସମ୍ମୁଖରେ ଅସ୍ଥାୟୀ ତମ୍ବୁ କରି ଧାରଣା ଦେଇଛନ୍ତି । ଏଥର ନ୍ୟାୟ ନମିଳିବା ପଯର୍ୟନ୍ତ ଉଠିବେ ନାହିଁ ବୋଲି ଜିଦରେ ଅଟଳ ତପସ୍ୱିନୀ । ଦିନକ ପରେ ଅର୍ଥାତ୍ ସୋମବାର SDJM କୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ଅଛି । ହେଲେ ଆସିକା ଗେଷ୍ଟ ହାଉସ୍ ଛାଡ଼ିବା ପରେ ତପସ୍ୱିନୀ ରହିବା ପାଇଁ ସ୍ଥାନ ନଥିବାରୁ ଶ୍ୱଶୁର ଘର ସମ୍ମୁଖରେ ଧାରଣା ଦେଇଥିବା କହିଛନ୍ତି ।