Advertisment

ସୁମିତଙ୍କ ବେଡ ରୁମ୍‌ରେ ରହିବେ କି ତପସ୍ୱିନୀ ?

କୋର୍ଟ ରାୟ ପ୍ରକାଶ କରିବା ପରେ ଆଜି ତପସ୍ୱିନୀଙ୍କ ଘରେ ସମସ୍ତେ ରୁଣ୍ଡ। କୋର୍ଟ କହିଛନ୍ତି ଯେ, ତପସ୍ୱିନୀ ସୁମିତଙ୍କ ଘରେ ରହିବେ

ଅଦ୍ୟତନ ହୋଇଛି
Tapaswini

Tapaswini

Advertisment

ତପସ୍ୱିନୀଙ୍କ ସପକ୍ଷରେ ରାୟ ପ୍ରକାଶ ପାଇବା ପରେ ବ୍ରହ୍ମପୁର ବ୍ରହ୍ମାନଗରଠାରେ ଥିବା ଶାଶୂଘର ସାମ୍ନାରେ ଏବେ ଲୋକମାନେ ରୁଣ୍ଡ ହୋଇଛନ୍ତି। କେତେବେଳେ ତପସ୍ୱିନୀଙ୍କ ଗୃହ ପ୍ରବେଶ ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି। ତେବେ ଏହାରି ମଧ୍ୟରେ ଶ୍ୱଶୁରଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ, ପ୍ରୋଟେକ୍ସନ ଅଫିସରଙ୍କୁ ମୁଁ ଘର ଦେଖେଇ ଦେଇଛି। ସେମାନେ ଘରକୁ ପୂରା ଭଲରେ ଦେଖିଲେ। ଜିଲ୍ଲା କୋର୍ଟଙ୍କ ରାୟକୁ ଆମେ ସମ୍ମାନ ଦେଉଛୁ କିନ୍ତୁ ତା’ ଉପରେ ଅପିଲ୍‌ ମଧ୍ୟ କରିବା ପାଇଁ ଚିନ୍ତା କରୁଥିବା ତପସ୍ୱିନୀଙ୍କ ଶ୍ୱଶୁର କହିଛନ୍ତି।

Advertisment

କିନ୍ତୁ ତପସ୍ୱିନୀଙ୍କ ରହିବା ପାଇଁ ଆମେ ରୁମ୍‌ ଠିକ୍‌ କରିଛୁ। ହେଲେ ପୁଅ ସୁମିତ୍‌ଙ୍କ ସମ୍ପର୍କରେ ମୁହଁ ଖୋଲିଲେ ନାହିଁ ଶ୍ୱଶୁର। କେବଳ କହିଲେ, ସୁମିତଙ୍କ ଦେହ ଭଲ ନାହିଁ। ସେ ରେଷ୍ଟ ନେଉଛନ୍ତି। ହେଲେ କେଉଁଠି ରହୁଛନ୍ତି ଓ ତାଙ୍କ ପାଖରେ କିଏ ରହୁଛି ସେନେଇ କିଛି କହିଲେ ନାହିଁ ଯାହାକୁ ନେଇ ଏବେ ବେଶ୍‌ ଚର୍ଚ୍ଚା। କେବଳ ଏତିକି ନୁହେଁ ବରଂ ସେ କହିଛନ୍ତି କୋର୍ଟର ଅର୍ଡର କପି ମୁଁ ପଢିନାହିଁ। ଆମେ କିନ୍ତୁ ପୂରା ସହଯୋଗ କରୁଛୁ ଆଇନକୁ।

ପ୍ରୋଟେକ୍ସନ ଅଫିସରଙ୍କ ସହ ଆଲୋଚନା ହୋଇଛି। କୋର୍ଟ କହିଛନ୍ତି ତପସ୍ୱିନୀ ଆମ ଘରେ ରହିବେ। କିନ୍ତୁ ସୁମିତ୍‌ଙ୍କ ବେଡ଼୍‌ ରୁମ୍‌ରେ ସେ ରହିବେ ବୋଲି କିଛି କହିନାହାନ୍ତି। ଘରେ ରହିବେ କି ବେଡ୍‌ ରୁମ୍‌ରେ ରହିବେ ତାହାକୁ ଆମେ ସୁବିଧା ଦେଖି କରିବା ବୋଲି ତପସ୍ୱିନୀଙ୍କ ଶ୍ୱଶୁର ଗଣମାଧ୍ୟମକୁ କହିଛନ୍ତି।

Advertisment
Tapaswini-Sumit Dispute
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ