Advertisment

ସୁଦର୍ଶନଙ୍କ ବିରାଟ ବାଲୁକା କଳାକୃତି: ୫ ହଜାର ୪୦୦ ଗୋଲାପରେ ସାନ୍ତା କ୍ଲଜ୍‌ଙ୍କୁ ସଜ୍ଜାଇଲେ

ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏକ ନିଆରା ପ୍ରୟାସ କରିଛନ୍ତି । ସବୁ ବେଳେ ସେ ତାଙ୍କ ବାଲୁକାଶିଳ୍ପକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ପ୍ରଥମଥର ପାଇଁ ସେ ୫ ହଜାର୪୦୦ଟି ଗୋଲାପ ବ୍ୟବହାର କରି ପୁରୀ ବେଳାଭୂମିରେ ସାନ୍ତାଙ୍କ ଏକ ବିରାଟ ବାଲୁକା କଳା ନିର୍ମାଣ କରିଛନ୍ତି ।

Sudarshan Patnaik sandart

Sudarshan Patnaik sandart

Advertisment

ପୁରୀ: ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏକ ନିଆରା ପ୍ରୟାସ କରିଛନ୍ତି । ସବୁ ବେଳେ ସେ ତାଙ୍କ ବାଲୁକାଶିଳ୍ପକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ପ୍ରଥମଥର ପାଇଁ ସେ ୫ ହଜାର୪୦୦ଟି ଗୋଲାପ ବ୍ୟବହାର କରି ପୁରୀ ବେଳାଭୂମିରେ ସାନ୍ତାଙ୍କ ଏକ ବିରାଟ ବାଲୁକା କଳା ନିର୍ମାଣ କରିଛନ୍ତି । ଏହା ଖୁବ୍‌ ସୁନ୍ଦର ଓ ଆକର୍ଷଣୀୟ ହୋଇଥିବାରୁ ଦେଶର ବିଭିନ୍ନ ସ୍ଥାନରୁ ପ୍ରଶଂସାର ଶୁଅ ଛୁଟୁଛି । ଖ୍ରୀଷ୍ଚମାସ ଅବସରରେ ସେ ଏହି ବାଲୁକା କଳାକୃତି ପ୍ରସ୍ତୁତ କରିଛନ୍ତି ।

Advertisment

ଓଡିଶାର ଜଣେ ସୁନାମଧନ୍ୟ ବାଲୁକାଶିଳ୍ପୀ ଭାବରେ ସୁଦର୍ଶନ ପଟ୍ଟନାୟକଙ୍କ ବେଶ ଜଣାଶୁଣା । ଦେଶ ହେଉ ଅବା ବିଦେଶ ସବୁଠି ସୁଦର୍ଶନଙ୍କ ଚର୍ଚ୍ଚା । ଦେଶବିଦେଶରେ ଘଟୁଥିବା ଘଟଣା ହେଉ କି ଉତ୍ସବ ସବୁ କ୍ଷେତ୍ରରେ ନିଜ ବାଲୁକାକଳା ମାଧ୍ୟମରେ ଲୋକଙ୍କୁ ସାମାଜିକ ବାର୍ତ୍ତା ଦେଇଥାନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଏନେଇ ସେ ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ରରେ ବହୁବାର ସମ୍ମାନିତ ହୋଇଛନ୍ତି ।

ବଡଦିନ ଉପଲକ୍ଷେ ସୁଦର୍ଶନ ପ୍ରାୟ ୫ ହଜାର ୪୦୦ଟି ଲାଲ ଗୋଲାପ ଓ ଧଳା ଗୋଲାପ ବ୍ୟବହାର କରି ସାନ୍ତା କ୍ଲଜଙ୍କ ଏକ ବିରାଟ ବାଲୁକାକଳାକୁ ସଜ୍ଜାଇଛନ୍ତି । ସେହି କଳାକୃତିରେ ସେ ଲେଖିଛନ୍ତି ଯେ, ‘ମେରୀ ଖ୍ରୀଷ୍ଟମାସ, କୋଭିଡ୍‌୧୯ ର ନିର୍ଦ୍ଦେଶାବଳୀ ସହିତ ଖ୍ରୀଷ୍ଟମାସ ଉପଭୋଗ କରନ୍ତୁ’ । ସେ ସବୁ ସମୟରେ ତାଙ୍କ କଳାକୃତି ମାଧ୍ୟମରେ ସମାଜକୁ ସତର୍କର ସୂଚନା ଦେଇଥାନ୍ତି । ଏହି ବାଲୁକାକଳାଟି ୫୦ ଫୁଟ ଲମ୍ବା ଓ ୨୮ ଫୁଟ ଚଉଡା । ତେବେ ଏହାକୁ ତିଆରି କରିବା ଲାଗି ତାଙ୍କୁ ପ୍ରାୟ ୮ ଘଣ୍ଟା ଓ ଦୁଇ ଦିନ ଭଳି ସମୟ ଲାଗିଥିଲା ।

Advertisment

ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ବାଲୁକା କଳାକାର ସୁଦର୍ଶନ ପଟ୍ଟନାୟକ କହିଛନ୍ତି ଯେ, “ଆମେ ସମସ୍ତେ ଜାଣିଛୁ ଯେ ପ୍ରାୟ ସମଗ୍ର ବିଶ୍ୱରେ କୋଭିଡର ତୃତୀୟ ଲହର ଆରମ୍ଭ ହୋଇଯାଇଛି, ଏଭଳି ପରିସ୍ଥିତିରେ ମୁଁ ସାନ୍ତାଙ୍କର ଏପରି ଏକ ପ୍ରତିମା ସୃଷ୍ଟି କରିଛି ଯାହା କୋଭିଡ ନିର୍ଦ୍ଦେଶାବଳୀକୁ ମାନିବାର ବାର୍ତ୍ତା ପ୍ରଦାନ କରିବ । ମୁଁ ଆଶା କରୁଛି ଯେ ଏହି କଳାକୃତି ନିଶ୍ଚିତ ଭାବରେ ରେକର୍ଡ ବହିରେ ପ୍ରବେଶ କରିବ। ” କୋଭିଡ ଉପରେ ନିର୍ମିତ ସୁଦର୍ଶନ ପଟ୍ଟନାୟକଙ୍କ କଳାକୃତିକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ପକ୍ଷରୁ ବେଶ ପ୍ରଶଂସା କରାଯାଇଛି ।

Christmas Sand Art Sudarshan Patnaik
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ