ତୁର୍କୀର 'ଦିୟାରବକର' ସହର । ତୁର୍କୀ କୁର୍ଦସ୍ତାନର ରାଜଧାନୀ ବୋଲି କୁହାଯାଏ । ଏହି ସହର ଦଜଲା ନଦୀ କୂଳରେ ଅବସ୍ଥିତ । ତେବେ କୁହାଯାଏ ଏହି ସହରର ବିଶେଷ କିଛି ଅସ୍ତିତ୍ୱ ନାହିଁ । ତେବେ ଏଭଳି ସହର ଗଢି ଉଠିବାର କାରଣ କଣ । ତେବେ ଖରାଦିନେ ଏହି ସହର ଦିନ ସମୟରେ ସମ୍ପୂର୍ଣ୍ଣ ଭାବେ ଜନଶୂନ୍ୟ ହୋଇଯାଏ । କାରଣ ଏହି ସହରର ଲାଗେ ଯେପରି ସୂର୍ଯ୍ୟ କିରଣରେ ତରଳିଯାଉଛି । ତେଣୁ ଏହି ସମୟରେ କେହି ମଧ୍ୟ ଘରୁ ବାହାରକୁ ବାହାରନ୍ତି ନାହିଁ । କିନ୍ତୁ ସନ୍ଧ୍ୟା ହେଲେ ପରିବେଶ ଥାଏ ଭିନ୍ନ । କୌଣସି ସାଧାରଣ ସହର ଭଳି ବ୍ୟସ୍ତ ହୋଇଉଠେ ଏହି ସହର ।
Also Read
କୁହାଯାଏ ଏହି ସହର ନିଜର ଜମିର ଉର୍ବରତା କାରଣରୁ ପ୍ରସିଦ୍ଧ । ତେବେ ଏହି ସହର ପ୍ରସିଦ୍ଧ ହେବାର ଆଉ ଏକ କାରଣ ହେଉଛି ଏଠାକାର ଲୋକ ସଙ୍ଗୀତ ବା ଲୋକ ଗୀତ । ସ୍ଥାନୀୟ ଭାଷାରେ ଏଠାରେ ଲୋକମାନେ ଗୀତ ଗାଇଥାଆନ୍ତି । ଆଉ ସେ ଗୀତ ହି ଏହି ସହରର ପରିଚୟ ପାଲଟିଗଲା । କୁହାଯାଏ ସେହି ଗୀତ ଗୁଡିକରେ ବ୍ୟଥା, ଇମୋସନ ସବୁ କିଛି ଲୁଚି ରହିଛି । ଆପଣ ଯଦି ଏଠାକାର ଭାଷା ଜାଣି ବି ନଥିବେ ତେବେ ମଧ୍ୟ ଆପଣ ସେହି ସଙ୍ଗୀତର ଯାଦୁରେ ହଜିଯିବେ । ସେ ଅନୁଭୂତିକୁ ନିଶ୍ଚୟ ସାଉଁଟିବାକୁ ପ୍ରୟାସ କରିବେ ।
ସ୍ଥାନୀୟ ଲୋକ ଯେଉଁମାନେ ସଙ୍ଗୀତ ପରିବେଷଣ କରନ୍ତି ସେମାନଙ୍କ ସ୍ୱରରେ ଆଶା, ଦୁଃଖ ଓ ବିଷାଦ ସ୍ପଷ୍ଟ ବାରି ହୋଇପଡେ । ସେଠାରେ ଏକ ଅଟ୍ଟାଳିକା ରହିଛି, ଯାହାକୁ ମାଲା ଦେଙ୍ଗବେଜ କୁହାଯାଏ । ଏଠାରେ ଏକ ଖୋଲା ଅଗଣା ରହିଛି । ଏହା ବେଶ୍ ପୁରୁଣା ଘର ବୋଲି କୁହାଯାଏ । ଆଉ ଏହି ଠାରେ ରହିଛି ଓପନ୍ ଥିଏଟର । ଏହି ଥିଏଟରରେହି ସ୍ଥାନୀୟ କଳାକାରମାନେ ସଙ୍ଗୀତ ପରିବେଷଣ କରିଥାଆନ୍ତି । ସେମାନଙ୍କ ସଙ୍ଗୀତରେ କୁର୍ଦସ୍ତାନର ଦୁଃଖ ସ୍ପଷ୍ଟ ଝଲସିଥାଏ ।
ଏହି ଦୁଃଖରେ ରହିଛି ଏକ ଦୁଃଖଭରା ଇତିହାସ ଓ ତା ସହ ଭାଗ୍ୟର ବିଚିତ୍ର ଖେଳ ଏହି ସହର ସହିତ । ଯେଉଁ ସ୍ଥାନକୁ କୁର୍ଦସ୍ତାନ କୁହାଯାଉଥିଲା ତାହା ଆଜି ୪ଟି ଦେଶ ମଧ୍ୟରେ ଭାଗ ହୋଇଯାଇଛି । ୧୯୧୬ରେ ଇଂରେଜ ଓ ଫରାସୀ ମାନେ ମିଶି କୁର୍ଦସ୍ତାନକୁ ସିରିୟା, ଇରାକ, ତୁର୍କୀ ଓ ଇରାନ ମଧ୍ୟରେ ବାଣ୍ଟି ଦେଇଥିଲେ । ଆଉ ଏକ ନେଇ ଗୁପ୍ତ ଭାବେ ଏକ ଚୁକ୍ତି ମଧ୍ୟ କରିଥିଲେ । ଏହାର ପରିଣାମ, ଆଜି ୨.୫ରୁ ୩.୫ କୋଟି କୁର୍ଦବାସୀ ଏହି ଅସ୍ତିତ୍ୱ ବିହୀନ ସହରରେ ନିଜର ଅସ୍ତିତ୍ୱ ଖୋଜିବାରେ ଲାଗିଛନ୍ତି । ସେମାନଙ୍କର ନିଜର କୌଣସି ଦେଶ ନାହିଁ, କିନ୍ତୁ ସେମାନଙ୍କର ନିଜସ୍ୱ ଭାଷା, ସଂସ୍କୃତି, ସଭ୍ୟତା, ପରମ୍ପରା ଓ ଇତିହାସ ରହିଛି । ଯାହା ସେମାନଙ୍କ ହୃଦୟରେ ଜୀବିତ ରହିଛି ।
୧୯୨୩ରେ ତୁର୍କୀର ସ୍ଥାପନା ପୂର୍ବରୁ ହିଁ କୁର୍ଦ ଭାଷା ଓ ସଂସ୍କୃତି ନିଜର ପରିଚୟ ପାଇଁ ଉଦ୍ୟମ ଚଳାଇଥିଲେ । କିନ୍ତୁ ତୁର୍କୀ ଶାସନ ସମୟରେ ଏହା ନିଜର ପରିଚୟ ହରାଇଥିଲା । ତେଣୁ ପାଖାପାଖି ଏକ ଶତାବ୍ଦୀ ଧରି କୁର୍ଦର ଲୋକମାନେ ଭିନ୍ନ ଦେଶ ପାଇଁ ନିଜର ସଂଘର୍ଷ ଜାରି ରଖିଛନ୍ତି । ନିକଟ ଅତୀତରେ ଏକ ସଂଘର୍ଷରେ ଦିୟାରବକର ସହରର ଏକ ବଡ ଭାଗ ନଷ୍ଟ ହୋଇଯାଇଛି । ଯାହାର ପୁନଃନିର୍ମାଣ କାର୍ଯ୍ୟ ଜାରି ରହିଛି । ତେବେ ଏହି ସହରର ପୁରୁଖା ଲୋକମାନେ ସେମାନଙ୍କ ସଂସ୍କୃତିକୁ ବଜାୟ ରଖିବା ପାଇଁ ଲୋକ ସଙ୍ଗୀତ ଗାନ କରନ୍ତି । ସେମାନଙ୍କ ସ୍ୱର ଆଖପାଖ ଅଂଚଳରେ ବେଶ୍ ସୁନ୍ଦର ଭାବେ ଗୁଂଜରିତ ହୁଏ । ସେଠାରେ ଦେଙ୍ଗବେ ଶବ୍ଦର ବହୁଳ ପ୍ରୟୋଗ କରାଯାଏ । ଯାହାର ଅର୍ଥ ସ୍ୱରର ଯାଦୁଗର । ଏହି ଲୋକକଳା ନିଜ ଭିତରେ ହିଁ ଏକ କଳା ।
ଆଉ ଏକ ପରମ୍ପରା ମଧ୍ୟ ରହିଛି । ଗୋଟିଏ ସ୍ଥାନରେ ଆଖପାଖ ଅଂଚଳର ଲୋକମାନେ ଏକାଠି ହୁଅନ୍ତି ଓ ପୁରୁଖା ଲୋକମାନେ କାହାଣୀ ଶୁଣାନ୍ତି । ଏହି ପରମ୍ପରାକୁ ଅନେକ ସଂଘର୍ଷ କରିବାକୁ ପଡିଛି । ଅନେକ ସଂଘର୍ଷ ପରେ ଏହି ସହର ନିଜର ସଂସ୍କୃତି ପରମ୍ପରାକୁ ବଂଚାଇ ରଥିବାର ଆଶା ଓ ଉଦ୍ୟମ ଜାରି ରଖିଛି । ତେବେ ଶୀତଋତୁରେ ଏହି ସହର ଦିୟାରବକର ଆହୁରି ଚମତ୍କାର ଭାବେ ସୁନ୍ଦର ଲାଗେ ।
ଗୁପ୍ତ ଭାବେ ଏହି ସ୍ଥାନର ପୌରାଣିକ କାହାଣୀ ଓ କଳାକୁ ସଂରକ୍ଷିତ କରି ରଖାଯାଇଛି । ଏହି ସହରକୁ ଆଇନଗତ ମାନ୍ୟତା ମିଳିସାରିଛି ସତ ତଥାପି ଆଜି ବି ଏଠାରେ ଅନେକ ସମସ୍ୟା ଲାଗିରହିଛି । ତେବେ ଏହି ସ୍ଥାନର ସୁରନ୍ଦତା ଓ ଏଭଳି ବିଶେଷତ୍ତ୍ୱ କାରଣରୁ ଅସ୍ତିତ୍ୱରେ ନରହି ମଧ୍ୟ ନିଜର ବିଶେଷ ପରିଚୟ ବଜାୟ ରଖିଛି ।