Advertisment

ଦିବ୍ୟାଙ୍ଗ ହୋଇ ମଧ୍ୟ ହାରି ନାହାନ୍ତି; ଯୋଗ କରି ସାଉଁଟିଛନ୍ତି ସଫଳତା

ଜନ୍ମରୁ ସେ ଶାରୀରିକ ଓ ମାନସିକ ଭାବେ ଅକ୍ଷମ। କିନ୍ତୁ ତାଙ୍କର ଦୃଢ ଇଛାଶନ୍ତି ଓ ମନୋବଳ ଆଜି ତାଙ୍କୁ ସାରା ଦେଶରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି। ଯୋଗକରି ସେ ପରିବାରର ଗର୍ବ ହୋଇଯାଇଛନ୍ତି।

ଅଦ୍ୟତନ ହୋଇଛି
Success of physical disability girl

Success of physical disability girl

Advertisment

ସୁରଟ୍: ଯେଉଁମାନଙ୍କ ସ୍ୱପ୍ନରେ ଜୀବନ ଥାଏ ସେମାନଙ୍କ ସ୍ୱପ୍ନ ଦିନେ ନା ଦିନେ ପୂରଣ ହୁଏ। ସେମାନେ ଡେଣାରେ ନୁହେଁ, ଭାବନାର ସହିତ ଉଡ଼ନ୍ତି। ଯଦି ଭାବନା ​​ଶକ୍ତିଶାଳୀ ତେବେ ଜଣେ କିଛି ବି କରିପାରେ। ଏହି ଭାବନାର ଉଡ଼ାଣ ସୁରଟରୁ ଏକ ଭିନ୍ନକ୍ଷମ ଝିଅକୁ ତାଙ୍କ ପରିବାର ସହିତ ସାରା ଦେଶରେ ପ୍ରସିଦ୍ଧ କରିଦେଇଛି। ଆଜି ପରିବାର ସଦସ୍ୟ ମଧ୍ୟ ତାଙ୍କ ପାଇଁ ଗର୍ବିତ।

Advertisment

ଯୋଗରେ ୫୧ରୁ ଅଧିକ ପଦକ ଜିତିଥିବା ତଥା ‘ରବର ଗାର୍ଲ’ ଭାବରେ ଜଣାଶୁଣା ସୁରଟର ଭିନ୍ନକ୍ଷମ ଝିଅ ଅନ୍ୱୀ ବିଜୟ ଝଞ୍ଜରୁକିୟାଙ୍କୁ ଜାତୀୟ ବାଳିକା ଶିଶୁ ଦିବସରେ ପ୍ରଧାନମନ୍ତ୍ରୀ ଜାତୀୟ ଶିଶୁ ପୁରସ୍କାର -୨୦୨୨ରେ ସମ୍ମାନିତ କରାଯାଇଛି। ସୁରଟ୍‌ କଲେକ୍ଟରଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏକ ଭର୍ଚୁଆଲ କାର୍ଯ୍ୟକ୍ରମରେ ପୁରସ୍କାର ଗ୍ରହଣ କରିଥିବା ପିଲାମାନଙ୍କୁ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିବା ପରେ ଅନ୍ୱୀଙ୍କୁ ପୁରସ୍କାର ଏବଂ ସମ୍ମାନପତ୍ର ପ୍ରଦାନ କରିଥିଲେ। ଏହା ସହିତ ତାଙ୍କ ଆକାଉଣ୍ଟରେ ଏକ ଲକ୍ଷ ଟଙ୍କା ମଧ୍ୟ ଜମା କରାଯାଇଥିଲା। ଦେଶର ମୋଟ ୨୯ ପିଲାଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

ସୁରଟର ଅଡାଜନର ବାସିନ୍ଦା ଅନ୍ୱୀ ଜଣେ ଦିବ୍ୟାଙ୍ଗ ହେବା ବ୍ୟତୀତ ବିଭିନ୍ନ ରୋଗରେ ପୀଡିତ ଏବଂ ତାଙ୍କର ଓପନ ହାର୍ଟ ସର୍ଜରୀ ହୋଇଛି। ଏହା ସତ୍ତ୍ୱେ ମଧ୍ୟ ସେ ଯୋଗରେ ନିଜର ପ୍ରତିଭା ପ୍ରଦର୍ଶନ କରୁଛନ୍ତି। ଅନେକ ରାଜ୍ୟ ତଥା ଜାତୀୟ ସ୍ତରର ଯୋଗ ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ କରି ସେ ପଦକ ଜିତିଛନ୍ତି। ଗତ ତିନିବର୍ଷ ମଧ୍ୟରେ ସେ ତିନୋଟି ଜାତୀୟସ୍ତରୀୟ ପ୍ରତିଯୋଗିତାରେ ତିନୋଟି ସ୍ୱର୍ଣ୍ଣ ପଦକ ଏବଂ ଦୁଇଟି ବ୍ରୋଞ୍ଜ୍‌ ପଦକ ଜିତିଛନ୍ତି।

Advertisment

ଏପର୍ଯ୍ୟନ୍ତ ସେ ମୋଟ ୪୨ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି ଏବଂ ୫୧ଟି ପଦକ ଜିତିଛନ୍ତି। ଏହି ଅନନ୍ୟ ପ୍ରତିଭା ହେତୁ ତାଙ୍କୁ ୨୦୨୧ ଡିସେମ୍ବର ୩ରେ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ ଦ୍ୱାରା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ହାତରେ ଭିନ୍ନକ୍ଷମ ବର୍ଗରେ କ୍ରିଏଟିଭ୍ ଚାଇଲ୍ଡରେ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହା ପରେ ସେ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ଶିଶୁ ପୁରସ୍କାର -୨୦୨୨ ପାଇଁ ମଧ୍ୟ ମନୋନୀତ ହୋଇଥିଲେ।

Success of physical disability girlଦିବ୍ୟାଙ୍ଗ ହୋଇ ମଧ୍ୟ ହାରି ନାହାନ୍ତି; ଯୋଗ କରି ସାଉଁଟିଛନ୍ତି ସଫଳତା

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଅନ୍ୱୀ ସମ୍ମାନିତ ହୋଇଥିବାରୁ ତାଙ୍କ ପରିବାରରେ ଖୁସିର ଲହରୀ ଖେଳିଯାଇଛି। ତାଙ୍କ ପିତା ବିଜୟ ଭା‍ଈ କହିଛନ୍ତି ଯେ “ଅନ୍ୱୀ ଏକ ବିଶେଷ ସନ୍ତାନ। ସେ ଯେତେବେଳେ ଶାରୀରିକ ଏବଂ ମାନସିକ ରୋଗରେ ଜନ୍ମ ହୋଇଥିଲେ ଆମେ ବହୁତ ନିରାଶ ହୋଇଥିଲୁ। କିନ୍ତୁ ଆମେ ଭାବିଥିଲୁ ଯେ ଈଶ୍ୱର ଆମକୁ ଯେଉଁ ପିଲାଟି ଦେଇଛନ୍ତି ନିଶ୍ଚିତ କିଛି ଭାବି ଚିନ୍ତି ଦେଇଥିବେ। ତାକୁ ଆମେ ବଡ କରିବାକୁ ସ୍ଥିର କରିଥିଲୁ। ଆମେ ମଧ୍ୟ ତା’ ପାଇଁ ଦିନରାତି କଠିନ ପରିଶ୍ରମ କରିଥିଲୁ। ବିବ୍ୟାଙ୍ଗ ସତ୍ତ୍ୱେ ଆଜି ସେ ଏହି ସ୍ଥିତିରେ ପହଞ୍ଚି ପାରିଛି ଏବଂ ଦେଶ ଓ ବିଶ୍ୱରେ ଆମ ପରିବାରର ନାମକୁ ଆଲୋକିତ କରିଛି। ଆମେ ବହୁତ ଖୁସି, ଆମେ ଆମ ଝିଅ ପାଇଁ ଖୁବ ଗର୍ବିତ।”

Advertisment

ଅନ୍ୱୀଙ୍କ ମା’ ଅବନୀ କୁହନ୍ତି ଯେ “ଯେତେବେଳେ ଝିଅ ଜନ୍ମ ହେଲା ସେତେବେଳେ ମୁଁ ତା’ର ଏଭଳି ସମସ୍ୟା ଦେଖି ବହୁତ ଦୁଃଖିତ ଥିଲି। ମୁଁ ମଧ୍ୟ ସେହି ସମୟରେ ସ୍ଥିର କରିନେଲି ଯେ ଝିଅ ଯଦି ଦିବ୍ୟାଙ୍ଗ ହେଲା ତେବେ ଅସୁବିଧା କ’ଣ? ମୁଁ ତାକୁ ଏଭଳି ସଫଳତରେ ପହଞ୍ଚେଇବି ଯେ ଲୋକମାନେ ଅନ୍ୱୀଙ୍କ ପାଇଁ ଗର୍ବିତ ହେବେ। ତେଣୁ ପ୍ରଧାନମନ୍ତ୍ରୀଙ୍କ ଏହି ସମ୍ମାନ ହେତୁ ମୁଁ ଆଜି ମୋ ଝିଅ ପାଇଁ ଗର୍ବିତ।”

ଭବିଷ୍ୟତରେ ଯୋଗରେ ସେ ଆହୁରି ଆଗକୁ ଯିବେ ଏବଂ ସାରା ବିଶ୍ୱରେ ଦେଶର ନାମକୁ ଆଲୋକିତ କରିବାକୁ ଅନ୍ୱୀ ଚାହୁଁଛନ୍ତି।

ରିପୋର୍ଟ : ଶୈଲେଶ୍ ଚାପାନେରିୟା

Inspirational Stories
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ