ମାଟ୍ରିକ ପରୀକ୍ଷା ସେଣ୍ଟର ବଦଳାଇବାକୁ ଦାବି : ଧାରଣା ଦେଲେ ଜାମୁତି ଗାଁର ଛାତ୍ରଛାତ୍ରୀ ଓ ଅଭିଭାବକ

ଦଶମ ଶ୍ରେଣୀ ପରୀକ୍ଷା ସେଣ୍ଟରକୁ ନେଇ ଛାତ୍ର ଅଶାନ୍ତି । ସେଣ୍ଟର ବଦଳାଇବା ପାଇଁ ଉପଜିଲ୍ଲାପାଳଙ୍କ ନିକଟରେ ଗୁହାରୀ ।

ଦଶମ ଶ୍ରେଣୀ ପରୀକ୍ଷା ସେଣ୍ଟର କୁ ନେଇ ଛାତ୍ର ଅଶାନ୍ତି

ମାଟ୍ରିକ ପରୀକ୍ଷା ସେଣ୍ଟର ପରିବର୍ତ୍ତନ ଦାବିରେ କରଞ୍ଜିଆ ଉପ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେଲେ ଅଭିଭାବକ ଓ ଛାତ୍ରଛାତ୍ରୀ । ପୂର୍ବରୁ ଚଳିତ ବର୍ଷ ନିଜ ସ୍କୁଲ କିମ୍ବା ନିକଟସ୍ଥ ସ୍କୁଲରେ ପରୀକ୍ଷା ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ଘୋଷଣା କରିଥିଲା । ତେବେ କରଞ୍ଜିଆ ଉପଖଣ୍ଡ ସୁକୃଳି ବ୍ଲକ ଜାମୁତି ଗାଁରେ ଦେଖିବାକୁ ମିଳିଛି ବ୍ୟତିକ୍ରମ । ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ  ହୋ ସାରିଥିବା ବେଳେ ଛାତ୍ର ଅଶାନ୍ତି ଦେଖିବାକୁ ମିଳିଛି । 

ଏଠାକାର କମଳାଦେବୀ ଉଚ୍ଚ ବିଦ୍ୟାଳୟର ୫୦ ଜଣ ଛାତ୍ରଛାତ୍ରୀଙ୍କ ଲାଗି ପରୀକ୍ଷା ସେଣ୍ଟର ୧୪ କିଲୋମିଟର ଦୂର କୁମିଦାରେ ହୋଇଛି । ଏହାକୁ ନେଇ ୫୦ ଛାତ୍ରଛାତ୍ରୀ ଓ ଅଭିଭାବକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଯେଉଁ ସେଣ୍ଟରରେ ପରୀକ୍ଷା ହେବ ବୋଲି ଘୋଷଣା କରାଯାଇଛି, ସେଠାକୁ କୌଣସି ଗାଡ଼ି ଯାଉନାହିଁ । ଏମିତିରେ ଅବିଭାବକ କଣ କରିବେ ବୋଲି ପ୍ରଶ୍ନ କରିଛନ୍ତି । ପୂର୍ବରୁ ଛାତ୍ରଛାତ୍ରୀ ମାନେ ସ୍କୁଲ ଗେଟରେ ତାଲା ପକାଇ ଆନ୍ଦୋଳନ କରିଥିଲେ ।

ପ୍ରଶାସନ ନଶୁଣିବାରୁ ଏବେ ଉଭୟ ଅଭିଭାବକ ଓ ଛାତ୍ରଛାତ୍ରୀ ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣାରେ ବସିଛନ୍ତି । ଅନ୍ୟପଟ ଏ ନେଇ ବ୍ଲକ ଶିକ୍ଷାଧିକାରୀ କିମ୍ବା ଜିଲ୍ଲ ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳିନି ।