Advertisment

ବାଜିରେ ଲାଗିଛି ଜୀବନ: ଭରା ନଈରେ ବିଦ୍ୟୁତ୍‌ ତାର ଧରି ନଦୀ ପାର୍‌ ହେଲେ ଛାତ୍ରଛାତ୍ରୀ

ଭରା ନଈରେ ବିଦ୍ୟୁତ୍‌ ତାର ସାହାଯ୍ୟରେ ନଦୀ ପାର୍‌ ହେଲେ ଛାତ୍ରଛାତ୍ରୀ। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ନଦୀରେ ପାଣି ଆସି ଯିବାରୁ ପିଲାମାନେ ପାଠ ପାଢିବାକୁ ଯାଇ ନଦୀର ଆରପଟେ ରହି ଯାଇଥିଲେ।

ଅଦ୍ୟତନ ହୋଇଛି
 Students risk life, use electric cable to cross river

Students risk life, use electric cable to cross river

Advertisment

ବାଜିରେ ଲାଗିଛି ଜୀବନ। କେତେବେଳେ କ’ଣ ଯେ ଅଘଟଣ ଘଟିବ ତାହା କେହି କହିପାରିବେ ନାହିଁ। ଭରା ନଈରେ ବିଦ୍ୟୁତ୍‌ ତାର ସାହାଯ୍ୟରେ ନଦୀ ପାର୍‌ ହେଲେ ଛାତ୍ରଛାତ୍ରୀ। ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକର ଆଦିବାସୀ ଅଧ୍ୟୁଷିତ ବୁରାତାଲ ପଞ୍ଚାୟତରେ ଏଭଳି ଦୁର୍ଦ୍ଦଶା ଦେଖିବାକୁ ମିଳିଛି। ଗାଁ ଦେଇ ଯାଇଥିବା ମହେନ୍ଦ୍ରତନୟା ନଦୀର ଜାମୁଗଣ୍ଡ ଉପରେ ସେତୁ ନଥିବାରୁ ବର୍ଷା ଦିନେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼େ। ଫଳରେ ଏହି ପଞ୍ଚାୟତର ୧୫ ଖଣ୍ଡ ଗାଁର ଲୋକଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ। 

Advertisment

ବାରମ୍ବାର ଗୁହାରି କଲେ ମଧ୍ୟ ପ୍ରଶାସନ ସେତୁ ନିର୍ମାଣ କରୁ ନଥିବାରୁ ଏଭଳି ସ୍ଥିତି ଉପୁଜିଛି। ଏପରକି ପାଠପଢିବା ପାଇଁ ଜୀବନକୁ ବାଜି ଲଗାଇ ନଦୀ ପାର୍‌ ହୋଇଥାନ୍ତି ଛାତ୍ରଛାତ୍ରୀ। ଗତ ଶୁକ୍ରବାର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ନଦୀରେ ପାଣି ଆସି ଯିବାରୁ ପିଲାମାନେ ପାଠ ପାଢିବାକୁ ଯାଇ ନଦୀର ଆରପଟେ ରହି ଯାଇଥିଲେ। କମଳାଖତ ନୂଆଁସାହିର ପିଲାମାନେ ସକାଳେ ଜାମୁଗଣ୍ଡ ପାର୍‌ ହୋଇ ପାଠ ପଢିବା ପାଇଁ ପୁରିଆସାହି ଯାଇଥିଲେ। ହେଲେ ଫେରିବା ସମୟରେ ନଦୀରେ ପାଣି ଆସି ଯାଇଥିଲା। ଫଳରେ ପିଲାମାନେ ନଦୀର ଆରପଟେ ରହି ଯାଇଥିଲେ। 

ପିଲାମାନେ ଫେରିବାରେ ବିଳମ୍ବ ହେବାରୁ ଗ୍ରାମବାସୀ  ଆସି ବିଦ୍ୟୁତ୍‌ ତାର ବାନ୍ଧି ପିଲାମାନଙ୍କୁ ନଦୀ ପାର୍‌ କରାଇଥିଲେ। ପ୍ରତ୍ୟେକ ଦିନ ଛାତ୍ରଛାତ୍ରୀମାନେ ନଦୀ ପାର୍‌ ହୋଇ ପାଠ ପଢିବାକୁ ଯାଇଥାନ୍ତି। ବର୍ଷା ଦିନ ଆସିଲେ କେବଳ ଛାତ୍ରଛାତ୍ରୀ ନୁହନ୍ତି ଏହି ନଦୀର ଆରପାରିରେ ଥିବା ଲୋକମାନେ ମଧ୍ୟ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। 

Advertisment
Village With No Bridges
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ