Advertisment

ରାଜଧାନୀରେ ଡ୍ରେନ୍‌ ପାଣିରେ ଭାସିଗଲେ ଛାତ୍ର

ରାଜଧାନୀରେ ଡ୍ରେନ୍‌ ପାଣିରେ ଭାସିଗଲେ ଛାତ୍ର। ଭୁବନେଶ୍ୱର ଶିରିପୁର ଶତାଦ୍ଦୀନଗର ବ୍ୟାଙ୍କ କଲୋନୀରେ ଜଣେ ୧୫ ବର୍ଷୀୟ ଛାତ୍ର ଡ୍ରେନ ପାଣିରେ ଭାସି ଯାଇ ନିଖୋଜ ହୋଇଯାଇଛନ୍ତି। ପ୍ରବଳ ବର୍ଷାରେ ଖୋଲା ଡ୍ରେନ୍‌ ପାଣିରେ ଛାତ୍ର ଜଣକ ଭାସି ଯାଇଛନ୍ତି।

ଅଦ୍ୟତନ ହୋଇଛି
undefined

Student Swept Away In Drain

Advertisment

ଭୁବନେଶ୍ୱର: ରାଜଧାନୀରେ ଡ୍ରେନ୍‌ ପାଣିରେ ଭାସିଗଲେ ଛାତ୍ର। ଭୁବନେଶ୍ୱର ଶିରିପୁର ଶତାଦ୍ଦୀନଗର ବ୍ୟାଙ୍କ କଲୋନୀରେ ଜଣେ ୧୫ ବର୍ଷୀୟ ଛାତ୍ର ଡ୍ରେନ ପାଣିରେ ଭାସି ଯାଇ ନିଖୋଜ ହୋଇଯାଇଛନ୍ତି। ପ୍ରବଳ ବର୍ଷାରେ ଖୋଲା ଡ୍ରେନ୍‌ ପାଣିରେ ଛାତ୍ର ଜଣକ ଭାସି ଯାଇଛନ୍ତି। ଖବର ଲେଖାଯିବା ସୁଦ୍ଧା, ତାଙ୍କର କୌଣସି ପତ୍ତା ମିଳିପାରି ନାହିଁ। ନିଖୋଜ ଛାତ୍ର ହେଲେ ବରମୁଣ୍ଡା ପାଲାମଣ୍ଡପ ସାହିର ଜ୍ୟୋତି ପ୍ରକାଶ ବେହେରା । ସେ ଦଶମ ଶ୍ରେଣୀର ଛାତ୍ର।

Advertisment

ସୂଚନା ଅନୁସାରେ, ସମ୍ପୃକ୍ତ ଛାତ୍ର ଟ୍ୟୁସନ ଯିବା ବାଟରେ ଏହି ଅଘଟଣ ଘଟିଥିଲା। ପ୍ରବଳ ବର୍ଷା ଯୋଗୁ ଖୋଲା ଡ୍ରେନ୍‌ରେ ପ୍ରଖର ସ୍ରୋତରେ ଜଳ ପ୍ରବାହିତ ହେଉଥିଲା। ଏହି ସମୟରେ କୌଣସି କାରଣ ଯୋଗୁ ଛାତ୍ର ଜଣକ ପାଣି ସୁଅରେ ଭାସି ଯାଇଥିଲେ।  ଅଗ୍ନିଶମ ବାହିନୀ ଓ ପୋଲିସ୍‌ ଖୋଜାଖୋଜି ଜାରି ରଖିଥିଲେ ବି ଖବର ଲେଖାଯିବା ସୁଦ୍ଧା, ତାଙ୍କର କୌଣସି ପତ୍ତା ମିଳିପାରି ନାହିଁ।

ଛାତ୍ରଙ୍କ ନିଖୋଜ ଘଟଣାକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି କଂଗ୍ରେସ। ‌ଆଜି ଗଣ୍ଡମୁଣ୍ଡା ଛକରେ ଛାତ୍ର କଂଗ୍ରେସ କର୍ମୀ ରାସ୍ତାରୋକ କରିଛନ୍ତି। ବିଏମ୍‌ସିରେ ଡ୍ରେନେଜ୍ ସିଷ୍ଟମ୍ ବିଗିଡ଼ିବା ଓ ପ୍ରଶାସନର ଖାମଖିଆଲ ବ୍ୟବହାରକୁ ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଛାତ୍ର କଂଗ୍ରେସ କର୍ମୀ।

Advertisment

ଗତ କିଛିଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଫଳରେ ଅନେକ ଅଞ୍ଚଳ ଜଳମଗ୍ନ ହେବାସହ ତଳିଆ ଅଞ୍ଚଳରେ ରହୁଥିବା ଲୋକେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏବେବି କିଛି ଅଞ୍ଚଳରେ ଲୋକେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। 

Advertisment

ଅନ୍ୟପକ୍ଷେ, ଋଷିକୂଲ୍ୟାରେ ଭାସି ଯାଇ ଜଣେ ଯୁବକ ନିଖୋଜ ଅଛନ୍ତି। ନିଖୋଜ ଯୁବକ ହେଲେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ପୁଟିଆ ପଦରର ମିଟୁ ଦାସ। ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ତାଙ୍କର ଗୋଡ଼ ଖସି ଯାଇଥିଲା। ଫଳରେ ନଦୀର ପ୍ରଖର ସ୍ରୋତରେ ସେ ଭାସି ଯାଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଖୋଜାଖୋଜି ଜାରି ରଖିଛି। ହେଲେ ତାଙ୍କର କୌଣସି ପତ୍ତା ମିଳିପାରିନି।   

Bhubaneswar Rain In Odisha Student Drowns
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ