ରେଭେନ୍ସାରେ ଛାତ୍ର ଆନ୍ଦୋଳନ; ପଛପଟ ଫାଟକ ଖୋଲିବା ନେଇ ଆମରଣ ଅନଶନ

ରେଭେନ୍ସା ମହାବିଦ୍ୟାଳୟର ଗେଟ୍ ବିବାଦରୁ ଆନ୍ଦୋଳନ । ଗତକାଲି ରାତିରୁ ଆମରଣ ଅନଶନରେ ବସିଛନ୍ତି ଛାତ୍ରଛାତ୍ରୀ ।

Ravenshaw University

ରେଭେନ୍ସା ମହାବିଦ୍ୟାଳୟ ଗେଟ୍ ବିବାଦକୁ ନେଇ ଛାତ୍ରମାନଙ୍କ ଆମରଣ ଅନଶନ ଦେଖିବାକୁ ମିଳିଛି । ୬ ଟା ପରେ ରେଭେନ୍ସା ମୁଖ୍ୟ ଫାଟକକୁ ତାଲା ପକେଇ ପଛପଟ ଫାଟକ ଖୋଲିବା ନେଇ କୁଳପତି ନିର୍ଦେଶ ଦେବାକୁ ବିରୋଧ କରିଛି ଛାତ୍ର ସଂଘ । ପଛପଟ ଛତ୍ରବଜାର ଫାଟକ ପଟେ ଅସାମାଜିକ ଯୁବକଙ୍କ ଆଡ୍ଡାସ୍ଥଳୀ ସହ ମାଲବାହୀ ଟ୍ରକ୍ ଚଳପ୍ରଚଳ ଯୋଗୁଁ ଛାତ୍ରଛାତ୍ରୀଙ୍କ ଜୀବନ ପ୍ରତୀକ ବିପଦ ଥିବା ଅଭିଯୋଗ କରିଛି ଛାତ୍ର ସଂଘ ।

ଆଗରୁ ମଧ୍ୟ ଛାତ୍ରସଂଘ ଏନେଇ ଆନ୍ଦୋଳନ କରିଥିଲେ ମଧ୍ୟ କତ୍ତୃପକ୍ଷ ନ ଶୁଣିବାରୁ ଗତକାଲି ରାତିରୁ ଆମରଣ ଅନଶନରେ ବସିଛନ୍ତି ଛାତ୍ରଛାତ୍ରୀ । ସେପଟେ ରେଭେନ୍ସା କତ୍ତୃପକ୍ଷ ଏହି ଘଟଣାକୁ ନେଇ ନିଜ ଜିଦ୍‌ରେ ଅଟଳ ଥିବାରୁ ଛାତ୍ର ମାନେ ଆନ୍ଦୋଳନ ଜାରି ରଖିଛନ୍ତି ।