Advertisment

କାଳ ହେଲା ନଦୀରେ ଗାଧୋଇବା; କାଠଯୋଡିରେ ବୁଡି ଛାତ୍ର ମୃତ

କଟକ ନରାଜ କାଠଯୋଡିରେ ବୁଡି ଛାତ୍ରଙ୍କ ମୃତ୍ୟୁ ହୋଇଛି । ଗତକାଲି ୪ ଜଣ ସାଙ୍ଗ କଟକ ନରାଜ ବଙ୍ଗଳା ନିକଟ ନଦୀରେ ଗାଧୋଉଥିବା ବେଳେ ଏହି ଅଘଟଣ ଘଟିଛି ।

ଅଦ୍ୟତନ ହୋଇଛି
Student Drowns In River Mahanadi At Naraj

Student Drowns In River Mahanadi At Naraj

Advertisment

କଟକ ନରାଜ କାଠଯୋଡିରେ ବୁଡି ଛାତ୍ରଙ୍କ ମୃତ୍ୟୁ ହୋଇଛି । ଗତକାଲି ୪ ଜଣ ସାଙ୍ଗ କଟକ ନରାଜ ବଙ୍ଗଳା ନିକଟ ନଦୀରେ ଗାଧୋଉଥିବା ବେଳେ ଏହି ଅଘଟଣ ଘଟିଛି । ମୃତ ଛାତ୍ର ଜଣକ ରାଉରକେଲାର ଦୀପେଶ ପଟ୍ଟନାୟକ ବୋଲି ଜଣାପଡିଛି ।

Advertisment

ସୂଚନା ଅନୁସାରେ, ଗତକାଲି କଟକ ସିଡିଏ ସ୍ଥିତ ଏକ ଘରୋଇ କଲେଜର ୪ ଜଣ ସାଙ୍ଗ କଟକ ନରାଜ ବଙ୍ଗଳା ନିକଟରେ ଗାଧୋଉଥିବା ବେଳେ ନଦୀରେ ଭାସିଯାଇଥିଲେ । ସେମାନଙ୍କ ମଧ୍ୟରୁ ତିନି ଜଣ ଉଦ୍ଧାର ହୋଇଥିବାବେଳେ ଜଣେ ନିଖୋଜ ହୋଇଯାଇଥିଲେ ।

ଖବର ପାଇ ଘଟଣାସ୍ଥଳରେ ଏନଡିଆରଏଫ ଟିମ୍, ଫେଜ ଟୁ ଥାନା ପୋଲିସ ଓ ସିଡିଏ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଖୋଜାଖୋଜି କରିଥିଲେ ।

Advertisment

କିଛି ସମୟ ପରେ ନିଖୋଜ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କଟକ ବ଼ଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

Cuttack Drowning Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ