Advertisment

ଆଇନ ଭଙ୍ଗକାରୀଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ : ଡିଜିପି

ଦାୟିତ୍ୱ ନେବା ପରେ ଅପରାଧୀଙ୍କୁ କଡ଼ା ଚେତାବନୀ ଦେଲେ ଓଡ଼ିଶା ଡିଜିପି। କହିଲେ, ନିୟମ ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ

ଅଦ୍ୟତନ ହୋଇଛି
ODISHA DGP

ODISHA DGP

Advertisment

ଆକ୍ସନ ମୋଡରେ ନୂଆ ଡିଜିପି ସୁନୀଲ ବଂଶଲ। ଆଇନ ଭଙ୍ଗକାରୀଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ହେବା ନେଇ ଦେଲେ ଚେତାବନୀ। ଆଇନ ଭଙ୍ଗକାରୀଙ୍କୁ ନୂଆ ବର୍ଷରେ କଡ଼ା ଚେତାବନୀ ଦେଲେ ଡିଜିପି। କହିଲେ, ନିୟମ ଭାଙ୍ଗିଲେ ମିଳିବନି ତ୍ରାହୀ। କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବ ପୋଲିସ। ଏହାସହ ଅସହାୟ, ଗରିବ, ନିର୍ଦ୍ଧନ ଲୋକଙ୍କୁ ସହାୟତା ଦେବାକୁ ପୋଲିସ ପ୍ରତିଶ୍ରୁତିବଦ୍ଧ ବୋଲି ସୁନୀଲ କହିଛନ୍ତି।

Advertisment

କେବଳ ଏତିକି ନୁହେଁ ବରଂ ଦୂରବର୍ତ୍ତୀ ସ୍ଥାନରେ ରହୁଥିବା ଜନଜାତି ଲୋକଙ୍କ ନିକଟବର୍ତ୍ତୀ ହେବ ପୋଲିସ। ଆଇନ ଭଙ୍ଗକାରୀ, ସଂଗଠିତ ଅପରାଧକାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଡିଜିପି। ଠିକ୍‌ ସେହିପରି ନିଶା କାରବାର ଉପରେ କଡ଼ା ନଜର ରଖିବା ସହ ମାଫିଆଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଜୋରଦାର କରିବା ପାଇଁ ସେ ସୂଚନା ଦେଇଛନ୍ତି। ତେବେ ଗତକାଲି ହିଁ ଓଡ଼ିଶା ଡିଜିପି ଭାବରେ ସୁନୀଲ ଦାୟିତ୍ୱ ନେଇଛନ୍ତି। ଓଡିଶା ପୋଲିସ ନକ୍ସଲ ଦମନ କ୍ଷେତ୍ରରେ ଭଲ କାମ କରୁଛି ବୋଲି ଗତକାଲି କହିଥିଲେ ସୁନୀଲ।

Odisha DGP Odisha Police
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ