Advertisment

ବୁଲା କୁକୁର କାମୁଡ଼ାରେ ୩ ବର୍ଷର ଝିଅ ମୃତ, ୧୨ ଗୁରୁତର

ବୁଲା କୁକୁର ଆତଙ୍କ । କୁକୁର କାମୁଡାରେ ଚାଲିଗଲା ନାବାଳିକାର ଜୀବନ । ଏପରି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ବାଲିପଟା ଗାଁରେ ।

ଅଦ୍ୟତନ ହୋଇଛି
Balangir Street Dog Attack

Dog Bite

Advertisment

ପାଟଣାଗଡ଼ ବ୍ଲକ ବାଲିପଟାଗାଁରେ ବୁଲା କୁକୁର ଆତଙ୍କ । କୁକୁର କାମୁଡ଼ାରେ ୩ ବର୍ଷର ଝିଅ ମୃତ, ୧୨ ଗୁରୁତର । ଘର ବାହାରେ ଶିଶୁ ଖେଳୁଥିବା ବେଳେ କୁକୁର ଆକ୍ରମଣର ଶିକାର ହୋଇଥିଲା । କୁକୁର କାମୁଡ଼ାରେ ୧୨ ଜଣ ଗୁରୁତର ପାଟଣାଗଡ଼ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

Advertisment

ବୁଲା କୁକୁର ଆତଙ୍କ । କୁକୁର କାମୁଡାରେ ଚାଲିଗଲା ନାବାଳିକାର ଜୀବନ । ଏପରି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ବାଲିପଟା ଗାଁରେ । ଆଜି ହଠାତ ଏକ ବୁଲା କୁକୁର ଗାଁ ଯାକ ବୁଲି ଲୋକଙ୍କୁ କାମୁଡିବା ଆରମ୍ଭ କରିଥିଲା । ବାଲିପଟା ଗାଁର ୧୨ ଜଣ ଏବଂ କଲଙ୍ଗାପାଲି ଗାଁର ଜଣକୁ କାମୁଡି ଦେଇଥିଲା ବୁଲା କୁକୁର ।

ଗୁରୁତର ଅବସ୍ଥାରେ ଦୀପା ମୁଣ୍ଡା ନାମକ ଜଣେ ନାବାଳିକାକୁ ପାଟଣାଗଡ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ଛୋଟ ଝିଅର ଜୀବନ ଯାଇଛି । ଅନ୍ୟ ଗୁରୁତର ମାନଙ୍କ ଭିତରୁ କିଛି ପାଟଣାଗଡ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଲେ, ଆଉ କିଛି ଚେରିମୂଲି ଚିକିତ୍ସା କରୁଥିବା ଜଣାପଡିଛି । କୁକୁରକୁ ନେଇ ପୂରା ଗାଁରେ ଆତଙ୍କ ଖେଲିଯାଇଛି ।

Advertisment
Minor Girl Death Dog Bite
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ