Advertisment

ବନ୍ୟା ଜଳ ଆସୁ ଆସୁ ଭୁଶୁଡ଼ି ପଡ଼ିଲା ନଦୀର ପଥର ପ୍ୟାକିଂ

୬ ମାସ ବି ଗଲାନି ନଦୀର ପଥର ପ୍ୟାକିଂ। ପ୍ରଥମ ବନ୍ୟା ଜଳ ଆସୁ ଆସୁ ତାହା ବି ଭୁଶୁଡ଼ି ପଡିଲା। ପୁରୀ ଜିଲ୍ଲା ବଳଙ୍ଗା ଜଳ ସମ୍ପଦ ବିଭାଗ ଅଧୀନରେ ଥିବା ହରିପୁର ନିକଟ ଭାର୍ଗବୀ ନଦୀର ଗୋଟିଏ ପାର୍ଶ୍ଵରେ ପଥର ପ୍ୟାକିଙ୍ଗ ହୋଇଥିଲା।

ଅଦ୍ୟତନ ହୋଇଛି
ବନ୍ୟା ଜଳ ଆସୁ ଆସୁ ଭୁଶୁଡ଼ି ପଡ଼ିଲା ନଦୀର ପଥର ପ୍ୟାକିଂ

Stone Packing

Advertisment

କୋଣାର୍କ: ୬ ମାସ ବି ଗଲାନି ନଦୀର ପଥର ପ୍ୟାକିଂ। ପ୍ରଥମ ବନ୍ୟା ଜଳ ଆସୁ ଆସୁ ତାହା ବି ଭୁଶୁଡ଼ି ପଡିଲା। ପୁରୀ ଜିଲ୍ଲା ବଳଙ୍ଗା ଜଳ ସମ୍ପଦ ବିଭାଗ ଅଧୀନରେ ଥିବା ହରିପୁର ନିକଟ ଭାର୍ଗବୀ ନଦୀର ଗୋଟିଏ ପାର୍ଶ୍ଵରେ ପଥର ପ୍ୟାକିଙ୍ଗ ହୋଇଥିଲା। ତେବେ ନଦୀରେ ପ୍ରଥମ ବନ୍ୟା ଜଳ ଆସୁ ଆସୁ ବିଭିନ୍ନ ସ୍ଥାନରେ ପଥର ପ୍ୟାକିଙ୍ଗ ଭୁଶୁଡି ନଦୀ ଗର୍ଭରେ ଲୀନ ହୋଇଯାଇଛି।

Advertisment

ବିଗତ ୧୦ ବର୍ଷ ମଧ୍ୟରେ ଭାର୍ଗବୀ ନଦୀ ଭୟଙ୍କର ଭାବେ କୂଳ ଲଂଘିବା ଫଳରେ ଭୁବନେଶ୍ୱର ନିମାପଡାକୁ ସଂଯୋଗ କରୁଥିବା ହରିପୁର ବ୍ରିଜ ନିକଟରେ ନଦୀ ପଠା ନଦୀ ଗର୍ଭକୁ ଚାଲି ଯାଇଥିଲା। ଫଳରେ ଏହି ବ୍ରିଜ ଓ ହରିପୁର ପଞ୍ଚାୟତରେ ୧୦ରୁ ଅଧିକ ଗାଁ ସମେତ ଆଖପାଖ ପଞ୍ଚାୟତକୁ ସୁରକ୍ଷା ଦେବା ପାଇଁ ଜଳ ସମ୍ପଦ ବିଭାଗ ପକ୍ଷରୁ ଏହି ନଦୀ ପଠାରେ ୨୦୦ ମିଟର ଲମ୍ବରେ ପଥର ପ୍ୟାକିଙ୍ଗ ନିର୍ମାଣ କରାଯାଇଥିଲା। କିନ୍ତୁ ଗୋଟିଏ ବନ୍ୟା ବି ଏହି ପଥର ବନ୍ଧ ସମ୍ଭାଳି ପାରି ନଥିଲା। ପ୍ରଥମ ବନ୍ୟା ଜଳ ଆସୁ ଆସୁ ପଥର ପ୍ୟାକିଂ ଭୁଶୁଡ଼ି ପଡ଼ିଛି। ନିର୍ମାଣର ୬ ମାସ ନ ପୁରୁଣୁ ପ୍ରଥମ ବନ୍ୟା ଜଳରେ ବିଭିନ୍ନ ସ୍ଥାନରେ ପଥର ପ୍ୟାକିଙ୍ଗ ଭୁଶୁଡି ନଦୀ ଗର୍ଭରେ ଲୀନ ହୋଇଯାଇଛି।

Advertisment

ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିବା ଯୋଗୁ ଏହି ପଥର ପ୍ୟାକିଙ୍ଗ ଭୁଶୁଡ଼ି ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଆଗକୁ ଅଧିକ ବନ୍ୟାଜଳ ଆସିଲେ ଏହି ପଥର ପ୍ୟାକିଙ୍ଗ ସମ୍ପୂର୍ଣ୍ଣ ଭାବେ ବନ୍ୟା ଜଳରେ ଭାସି ଯିବ ବୋଲି ଲୋକେ ଆଶଙ୍କା ସୃଷ୍ଟି ହୋଇଛି। ତେଣୁ ତୁରନ୍ତ ଏହି କାର୍ଯ୍ୟର ତଦନ୍ତ ସହ ପୁନଃ ନିର୍ମାଣ କରାଯାଉ, ନଚେତ୍‌ ଆନ୍ଦୋଳନ କରାଯିବ ବୋଲି ସ୍ଥାନୀୟ ଲୋକେ ଧମକ ଦେଇଛନ୍ତି। ଅନ୍ୟପକ୍ଷେ, ନିକଟରେ ଥିବା କେନାଲରୁ ପାଣି ଆସିବା ପରେ ମାଟି ତଳେ ପାଣିର ଚାପରେ ଏହି ପଥର ପ୍ୟାକିଙ୍ଗ ଦବି ଯାଇଛି ଓ ଖୁବ ଶୀଘ୍ର ମରାମତି କରାଯିବ ବୋଲି ଜଳ ସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ କହିଛନ୍ତି। 

Stone Packing Bhargavi River
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ