Advertisment

ଅନୁପଯୁକ୍ତ ସ୍କୁଲ୍‌ ବସ୍ ଉପରେ ନଜର ରଖ: STA

ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ବସ୍‌ ଗୁଡ଼ିକର ଫିଟ୍‌ନେସ୍‌ ଉପରେ ଗୁରୁତ୍ୱ ଦେବାକୁ STA(State Transport Authority ) ଅପିଲ କରିଛି।

Safety of school students

Safety of school students

Advertisment

ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ବସ୍‌ ଗୁଡ଼ିକର ଫିଟ୍‌ନେସ୍‌ ଉପରେ ଗୁରୁତ୍ୱ ଦେବାକୁ STA(State Transport Authority ) ଅପିଲ କରିଛି। ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପରିବହନ ବିଭାଗ ପକ୍ଷରୁ ଏହି ଅପିଲ କରାଯାଇଛି। STA ପକ୍ଷରୁ କୁହାଯାଇଛି, ଅନୁପଯୁକ୍ତ ବସ୍ ଉପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ନଜର ରଖନ୍ତୁ। ଏହାସହ ବ୍ୟବହୃତ ଗାଡ଼ିର ଫିଟନେସ ଓ ମୋଟର ଆକ୍ଟ ନିୟମ ପାଳନ କରନ୍ତୁ। 

Advertisment

ଗତ ୭ ଦିନରେ ୧୦୯୬ ଗାଡ଼ି ନିୟମ ଉଲ୍ଲଂଘନ କରି ଦଣ୍ଡିତ ହୋଇଛନ୍ତି। ଫିଟନେସ ସାର୍ଟିଫିକେଟ୍ ବିନା ଗାଡ଼ି ଗଡ଼ି ଥିବାରୁ ୮୨୦ ଗାଡ଼ି ଦଣ୍ଡିତ ହୋଇଛନ୍ତି। ସେହିପରି ୩୮୭ ଗାଡ଼ିର ବୈଧ ଅନୁମତି ନଥିବା ବେଳେ ୩୧୧ ଡ୍ରାଇଭରଙ୍କ ବୈଧ ଲାଇସେନ୍ସ ନଥିବା ଜଣାପଡ଼ିଛି। 

ସୂଚନାଥାଉ କି, ନିକଟରେ ଭୁବନେଶ୍ୱରରେ ଏକ ସ୍କୁଲ୍‌ ବସ୍‌କୁ ପରିବହନ ବିଭାଗ ୨ ଲକ୍ଷ ୩୩ ହଜାର ଟଙ୍କା ଜରିମାନା କରିଥିଲା। ଟିକସ ବକେୟା ଅଭିଯୋଗରେ ୨ ଲକ୍ଷ ୫ ହଜାର, ପଲ୍ୟୁସନ୍‌ ପାଇଁ ୧୦ ହଜାର ଓ ପରମିଟ୍ ପାଇଁ ୧୦ ହଜାର ଟଙ୍କା ଫାଇନ୍ କଟାଯାଇଥିଲା। 

Advertisment

ସ୍କୁଲ୍‌ ପିଲାଙ୍କୁ ପରିବହନ କରୁଥିବା ବସ୍ ଓ ଅନ୍ୟ ହାଲୁକା ଯାନ ଚେକିଂ ଅଭିଯାନ କଡ଼ାକଡ଼ି କରାଯାଇଛି । ଆସନ୍ତା ୨୭ ତାରିଖ ଯାଏ ହେବାକୁ ଥିବା ଏହି ସ୍ପେଶାଲ ଡ୍ରାଇଭରେ ସ୍କୁଲ୍‌ ପିଲାଙ୍କୁ ନେବା ଆଣିବା କରୁଥିବା ସବୁ ପ୍ରକାର ଗାଡ଼ିର ଫିଟେନସ୍, ପରମିଟ, ଇନ୍‌ସୁରାନ୍ସ, ପଲ୍ୟୁସନ ସାର୍ଟିଫିକେଟ ଆଦି ଯାଞ୍ଚ କରାଯିବ।

Odisha State Transport Authority School Bus Safety Of School Students
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ