Advertisment

ରତ୍ନଭଣ୍ତାର ଚାବି ହଜିବା ପ୍ରସଙ୍ଗ; ସରକାରଙ୍କୁ ଜବାବ ମାଗିଲେ ହାଇକୋର୍ଟ

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ନୋଟିସ କଲେ ହାଇକୋର୍ଟ ।

ଅଦ୍ୟତନ ହୋଇଛି
Ratna Bhandar Key Missing Case

Ratna Bhandar Key Missing Case

Advertisment

ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ହାଇକୋର୍ଟଙ୍କ ଜବାବ ତଲବ । ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ନୋଟିସ କଲେ ହାଇକୋର୍ଟ । ଖୁବଶୀଘ୍ର ଜବାବ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନୋଟିସ କରାଯାଇଛି । ମୁଖ୍ୟ ଶାସନ ସଚିବ ଓ ଆଇନ ସଚିବଙ୍କୁ ହାଇକୋର୍ଟ ନୋଟିସ ଦେଇଛନ୍ତି । କମିଶନ ରିପୋର୍ଟ ସାର୍ବଜନୀନ କରିବାକୁ ଆବେଦନ ଉପରେ ନୋଟିସ ହୋଇଛି । ଜୁଲାଇ ୧୦ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ହାଇକୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

Advertisment

ଅଧିକ ପଢ଼ନ୍ତୁ: କେବେ ଶୃଙ୍ଖଳିତ ହେବ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ?

ସେହିପରି ଶ୍ରୀମନ୍ଦିର ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ଫାଇଲ ହଜିବା ନେଇ ମଧ୍ୟ ହଇଚଇ ସୃଷ୍ଟି ହୋଇଛି । ଆଇନ ବିଭାଗରୁ ଦୁଇ ଦୁଇଟି ଫାଇଲ୍ ଗାଏବ ପରେ ଅକଳରେ ସରକାର । ପୁଣି ପଦାରେ ପଡ଼ିଲା ସରକାରଙ୍କ ଦାୟିତ୍ୱହୀନତା ଓ ଖାମଖିଆଲ ନୀତି । ପ୍ରଥମେ ରତ୍ନଭଣ୍ଡାର ଚାବି ହଜିଥିଲା, ଆଉ ଏବେ ଆଇନ ବିଭାଗରୁ ହଜିଯାଇଛି ଶ୍ରୀମନ୍ଦିର ଫାଇଲ୍ । ଜଗନ୍ନାଥ ମନ୍ଦିର ପ୍ରଶାସନ-JTA ସେକ୍ସନର ଦୁଇଟି ଫାଇଲ ପାଉନି ଆଇନ ବିଭାଗ ।

ସୂଚନା ଅନୁସାରେ ମିଳୁନଥିବା ଫାଇଲ୍‌ ଦୁଇଟି ୨୦୦୬ ଓ ୨୦୧୪ ମସିହାର । ଏହାକୁ ଗୁରୁତର ଭାବେ ନେଇ ଫାଇଲ୍ ଖୋଜିବାକୁ ସବୁ ସେକସନ୍‌କୁ ଚିଠି ଲେଖିଛି ଆଇନ ବିଭାଗ । ଫାଇଲ୍ ମିଳିଲା କି ନାହିଁ ଶୀଘ୍ର ଜଣାଇବାକୁ ସମସ୍ତ ସେକ୍ସନକୁ କୁହାଯାଇଛି। ଏହା ହାଇକୋର୍ଟଙ୍କ ଆଦେଶ ସଂପର୍କିତ ଫାଇଲ୍ ହୋଇଥିବାରୁ ତତ୍ପରତା ଦେଖାଇଛି ଆଇନ ବିଭାଗ। ଏହା ପୂର୍ବରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ନେଇ ସାରା ରାଜ୍ୟ ଉଠିଥିଲା ପଡିଥିଲା। ଏବେ ପୁଣି ଶ୍ରୀମନ୍ଦିର ପ୍ରଶାସନର ଫାଇଲ ମିଳୁନଥିବାରୁ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।

Advertisment
Puri Srimandir High Court Ratna Bhandar Puri Ratna Bhandar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ