Advertisment

କେଡ଼େ ନିଷ୍ଠୁର ତୁ ବିଧାତା! ମାଆ ଚାଲିଯିବାର ୧୦ ଦିନରେ ପିଲାଙ୍କଠୁ ବାପାକୁ ଛଡ଼ାଇନେଲୁ..

ମାଆ ଚାଲିଯିବା ପରେ ଦଶ ତୁଠରେ ଚାଲିଥିଲା ଦଶାହ କର୍ମ। ଏତିକି ବେଳେ ତୁଠକୁ ଖବର ଆସିଲା ଚାଲିଗଲେ ବାପା। ବାସ୍…୧୦ ଦିନ ତଳେ ଯେଉଁ ଘରେ କାନ୍ଦ ବୋବାଳି ପଡିଥିଲା, ପୁଣି ଥରେ ଛାଇଗଲା ଶୋକ…ବନ୍ଧା ହେଲା କୋକେଇ..

ଅଦ୍ୟତନ ହୋଇଛି
Locals Seek Govt Help

Locals Seek Govt Help

Advertisment

କାନ୍ଦ ବୋବାଳିରେ ଦାଣ୍ତ ଫାଟି ପଡ଼ୁଛି । ବାହୁନି ବାହୁନି କାନ୍ଦୁଛନ୍ତି ପରିବାର ଲୋକେ । ଆଉ ସମସ୍ତଙ୍କର ମୁହଁରେ ଗୋଟିଏ କଥା, ହାଏରେ ବିଧାତା ତୁ ଏ କଣ କଲୁ? ୧୦ ଦିନରେ ସ୍ୱାମୀ-ସ୍ତ୍ରୀଙ୍କୁ ନେଇଗଲୁ? ହୁଏତ ଆପଣଙ୍କ ମନରେ ପ୍ରଶ୍ନ ଆସୁଥାଇପାରେ ୧୦ ଦିନରେ ହେଲା କଣ ?

Advertisment

୧୦ ଦିନ ତଳେ ଜଣଙ୍କ ଘର ସାମ୍ନାରୁ ଉଠିଥିଲା କୋକେଇ, ବାଉଁଶ ବନ୍ଧାଯାଇଥିଲା, କୋକେଇରେ ଶବ ବି ବନ୍ଧା ଯାଇଥିଲା । ଆଉ ଡାକ ପଡୁଥିଲା ରାମ ରାମ ସତ୍ୟ ହେ…ହରିନାମ ସତ୍ୟ ହେ । ମାଆକୁ ହରାଇ କାନ୍ଦି କାନ୍ଦି ଅସ୍ଥିର ହୋଇଯାଉଥିଲେ ପିଲା । ମାଆ ଚାଲିଯିବାର ଦୁଃଖ ମନରୁ ଯାଇନଥିଲା,ହେଲେ ଆଉ ଏକ ଦୁଃଖ ମାଡ଼ି ଆସିଲା । ୧୦ ଦିନ ଖିଅର ହେଉଥିଲେ ପରିବାର ଓ ବନ୍ଧୁ ପରିଜନ। ଆଉ ଏତିକି ବେଳେ ଘାଟ ମୁଣ୍ଡକୁ ଖବର ଗଲା,  ବାପାଙ୍କର ଦେହାନ୍ତ ହୋଇଗଲା। ଆଉ ଏ ଖବର ଶୁଣିବା ପରେ ଘାଟରୁ ଘରକୁ ଦୌଡିଥିଲେ ପିଲା, ପରିବାର ଓ ବନ୍ଧୁବାନ୍ଧବ।

୧୦ ଦିନ ତଳେ ମାଆକୁ ହରାଇଥିବା ପିଲା ପୁଣି  ବାପାଙ୍କୁ ହରାଇବା କଷ୍ଟ ଯେ କେତେ ତାହାକୁ କେଉଁ ଶବ୍ଦରେ ଆମେ ବର୍ଣ୍ଣନା ବା କରିବୁ? ସେହି ଦୃଶ୍ୟ ଦେଖିଲେ ଆପଣ ବି ଧୈର୍ଯ୍ୟହରା ହୋଇଯିବେ । ଆଖିରୁ ଲୁହ ଝରାଇବେ । ଯେଉଁ ବୟସରେ ବାପା-ମାଆଙ୍କ ସ୍ନେହ ଆଉ ଆଦରରେ ପିଲା ଦୁହେଁ ବଢିବା କଥା, ସେହି ସମୟରେ ଏତେ ବଡ଼ ଦୁନିଆରେ ପିଲାମାନେ ଅନାଥ ହୋଇଗଲେ ।

Advertisment

୫ ବର୍ଷର ଝିଅ ପ୍ରଭାତୀ ସିନା ବାପାଙ୍କ ମୃତ୍ୟୁକୁ ବୁଝିପାରୁଛି ହେଲେ ୨ ବର୍ଷର ପୁଅ ପ୍ରେମ୍ କିଛି ବୁଝିପାରୁନି କିନ୍ତୁ କାନ୍ଦୁଛି । ଏଭଳି ହୃଦୟ ବିଦାରକ ଦୃଶ୍ୟ ହେଉଛି ଭଦ୍ରକ ଜିଲ୍ଲା ବଣିଆ ପଞ୍ଚାୟତ ପେଡାସାହିର । ଗାଁ ଲୋକଙ୍କ କହିବା ଅନୁସାରେ ନରହରି ଅନେକ ଦିନ ହେଲାଣି ରୋଗରେ ପଡ଼ିଥିଲେ । ତେଣୁ ପରିବାର ଚଳିବା ଅତ୍ୟନ୍ତ କଷ୍ଟକର ଥିଲା । ଆଉ ସ୍ୱାମୀଙ୍କୁ ଭଲ କରିବା ପାଇଁ ସ୍ତ୍ରୀ ଇତିଶ୍ରୀ କଟକ ମେଡିକାଲରେ ସ୍ୱାମୀଙ୍କୁ ଭର୍ତ୍ତି କରିଥିଲେ। ହେଲେ ନରହରିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା କହି ଘରକୁ ଫେରାଇ ଦେଲେ ଡାକ୍ତର । ଆଉ ସ୍ୱାମୀଙ୍କ ଚିନ୍ତାରେ ଆଖି ବୁଜିଲେ ଇତିଶ୍ରୀ ।

ସ୍ତ୍ରୀ ଯିବାର ୧୦ ଦିନ ପରେ ଆଖି ବୁଜିଦେଲେ ସ୍ୱାମୀ । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସେହି ପରିବାର ଏତେ ଅସହାୟ ଅବସ୍ଥାରେ ଥିବା ପରେ ବି ଖଣ୍ଡେ ଘର ବି ଦେଇନି ପ୍ରଶାସନ। କେବଳ ସହାୟତା କହିଲେ ମିଳିଛି ରାସନ କାର୍ଡ । କଥାରେ ଅଛି ବିଧିର ବିଧାନ କିଏ ବା କରିବ ଆନ । ହେଲେ ଦୁଇ ଦୁଇ ପିଲାଙ୍କୁ ଛାଡ଼ି ବାପା-ମାଆ ଚାଲିଯିବା ପରେ ଏବେ କେମିତି ଏହି ପିଲାଙ୍କ ଲାଳନପାଳନ ହେବ? କେମିତି ପିଲା ପାଠ ପଢିବେ? ଏମାନଙ୍କର ଭବିଷ୍ୟତ କଣ ହେବ? ସେଇ ଚିନ୍ତାରେ ବନ୍ଧୁବାନ୍ଧବ । ଏମିତି ଦୁଃସ୍ଥିତିରେ ସରକାରୀ ସହାୟତା ହିଁ ପିଲା ଦୁହିଁଙ୍କର ବଂଚିବାର ଆସ୍ଥା ବୋଲି କହିଛନ୍ତି ଗାଁ ଲୋକେ ।

Advertisment

(ରିପୋର୍ଟ- ପାର୍ଥସାରଥୀ ନାୟକ, ଭଦ୍ରକ)

Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ