Speed Limits For Vehicles
ଭୁବନେଶ୍ୱର: ଏଣିକି ଜାତୀୟ ରାଜପଥ, ରାଜ୍ୟ ରାଜପଥ ଏବଂ ମ୍ୟୁନିସିପାଲିଟି ଓ ଏନ୍ଏସି ଅଞ୍ଚଳରେ କେତେ ବେଗରେ ଯିବ ଯାନବାହନ ସେନେଇ ରାଜ୍ୟ ପରିବହନ ବିଭାଗ ବିଜ୍ଞପ୍ତି ଜାରି କରିଛି।
୪ ଲେନ୍ ଜାତୀୟ ରାଜପଥରେ ବାଇକ୍ ସ୍ପିଡ୍ ସର୍ବାଧିକ ୬୦ କିଲୋମିଟର ପ୍ରତି ଘଣ୍ଟା ଏବଂ ମ୍ୟୁନିସିପାଲିଟି ଓ ଏନ୍ଏସିରେ ୪୦ କିଲୋମିଟର ରହିବ। ସେହିପର ଅନ୍ୟ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ବେଗ ସର୍ବାଧିକ ୫୦ କିଲୋମିଟର ରହିବ।
ଉଭୟ ଯାତ୍ରୀବାହୀ ଓ ମାଲବାହୀ ତିନି ଚକିଆ ଯାନର ୪ ଲେନ୍ରେ ସର୍ବାଧିକ ୪୦ କି.ମି., NH ଓ ରାଜ୍ୟ ରାଜପଥରେ ୩୦ କିଲୋମିଟର ଓ ମ୍ୟୁନିସିପାଲିଟି ଓ ଏନ୍ଏସିରେ ୩୦ କି.ମି. ରହିବ।
ସେହିପରି ଚାରି ଚକିଆ ଯାନ ଗୁଡ଼ିକ ୪ ଲେନ୍ରେ ସର୍ବାଧିକ ୧୦୦ କିଲୋମିଟର ବେଗରେ ଯାଇପାରିବେ। ଜାତୀୟ ଓ ରାଜ୍ୟ ରାଜପଥରେ ୬୦ କି.ମି. ଓ ମ୍ୟୁନିସିପାଲିଟି କିମ୍ବା ଏନ୍ଏସି ଅଞ୍ଚଳରେ ୫୦ କିଲୋମିଟର ପ୍ରତି ଘଣ୍ଟାରେ ଯାଇପାରବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1637464657.jpg)