Advertisment

ସାଙ୍ଗଙ୍କ କମେଣ୍ଟ ସହିପାରିଲେନି; ଜୀବନ ହାରିଦେଲେ

ସହିପାରିଲେନି ସାଙ୍ଗଙ୍କ କମେଣ୍ଟ। ବିଷ ପିଇ ଜୀବନ ହାରିଦେଲେ ଆଶୁତୋଷ। ଭେଣ୍ଡିଆ ପୁଅ ସିନା ଚାଲିଗଲା, ହେଲେ ଜନ୍ମକଲା ପୁଅ ପାଇଁ ମୁଣ୍ଡ ବାଡେଇ ଛାତିପିଟି କାନ୍ଦୁଛି ମାଆ। କହୁଛି, ଧନରେ ତୁ ଫେରିଆ ଆ ମୋ କୋଳକୁ..

ଅଦ୍ୟତନ ହୋଇଛି
Suicide Cases In Odisha

Youth kills self

Advertisment

କାନ୍ଦ ବୋବାଳି ପଡୁଛି, କାନ୍ଥରେ ଆଉଜି ହୋଇ ଭୋ ଭୋ କାନ୍ଦୁଛି ମାଆ । ଯୋଉ ପୁଅକୁ ୧୦ ମାସ ୧୦ ଦିନ ଗର୍ଭରେ ରଖି ଜନ୍ମ ଦେଇଥିଲା। ଆଜି ତାରି ସାମ୍ନାରେ ସେଇ ପୁଅ ଯେତେବେଳେ ଚାଲିଗଲା, ସେତେବେଳେ ମାଆର ଧୈର୍ଯ୍ୟ ବା ରହିବ କେମିତି? ମାଆ ଜାଣିଛି ଯେ ପୁଅ ଆଉ କେବେ ଉଠିବନି ହେଲେ ମାଆର ମନ ବୁଝୁନି। ସେ ବିଶ୍ୱାସ କରିପାରୁନି ତା ପୁଅ ଆଉ ନାହିଁ। ରାହା ଧରି କାନ୍ଦି କାନ୍ଦି ଧନ ତୁ କାହିଁକି ଏମିତି କଲୁରେ କହୁଛି ।

Advertisment

ଏ ଦୃଶ୍ୟ ଦେଖିଲେ ଛାତି ଫାଟିଯିବ । ଆଉ ଆପଣ ବି କହିବେ ଏ ଦୁଃଖ ଭଗବାନ କାହାକୁ ନଦେଉ । ଗାଁକୁ ଆମ୍ବୁଲାନ୍ସ ପଶୁଛି, କାନ୍ଦବୋବାଳିରେ ଏରିଆ କମ୍ପୁଛି । ଭେଣ୍ଡିଆ ପୁଅକୁ ହରାଇ ସମସ୍ତେ ଧୈର୍ଯ୍ୟହରା ହୋଇପଡ଼ିଛନ୍ତି । କିଏ କାହାକୁ ବୁଝାଇବା ସ୍ଥିତିରେ ବି ନାହାନ୍ତି । ଗାଁ ଲୋକ ସିନା ଛିଡା ହୋଇ ରହିଛନ୍ତି, ହେଲେ ପରିବାରକୁ କୋଉ ଭାଷାରେ ଶାନ୍ତ୍ୱନା ଦେବେ ବୁଝିପାରୁନାହାନ୍ତି। ଆମ୍ବୁଲାନ୍ସରେ ଶୋଇଥିବା ଭେଣ୍ଡିଆ ପୁଅକୁ ବାରମ୍ବାର ମାଆ ଡାକୁଛି, ଧନରେ ତୁ ଉଠିଆ । ହେଲେ ସେ ଆଉ କଣ ଉଠିବ?

କଥାରେ ଅଛି ବିଧିର ବିଧାନ କେ କରିବ ଆନ? ବାପା-ମାଆଙ୍କ ସାମ୍ନାରେ ଯେତେବେଳେ ଭେଣ୍ଡା ପୁଅ ଜୀବନ ହାରିଦେଲା, ସେଇଠି ବିଧିର ବିଧାନ ନଥିଲା ତ ଆଉ କଣ ? ଜୁଇରେ ଜଳୁଥିବା ନିଆଁ ଦୃଶ୍ୟ କଷ୍ଟଦାୟକ । ସକାଳ ହେଲେ ଯୋଉ ପିଲାକୁ ଗାଁ ଦାଣ୍ଡରେ ଦେଖିବାକୁ ମିଳୁଥିଲା । ଆଜି ସେଇ ପିଲାକୁ କାନ୍ଧ ଦେଇ ମଶାଣୀ ଆଣିଛନ୍ତି ସାହିଭାଇ । ଯୋଉ ପିଲା ମୁହଁରେ ହସ ଦେଖି ସେମାନେ ଖୁସି ହେଉଥିଲେ, ଆଜି ସେଇ ହସ ହସ ମୁହଁରେ ନିଆଁ ଦେଲେ । ଆଉ ସେ ସମୟର କଷ୍ଟକୁ ଆମେ ଶବ୍ଦରେ ବା ବର୍ଣ୍ଣନା କରିବୁ କେମିତି?

Advertisment

ଏଭଳି ଦୃଶ୍ୟ ଭଦ୍ରକ ତିହିଡ ଛନ୍ଦା ସାହିରେ ଦେଖିବାକୁ ମିଳିଛି । ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ଆଇଟିଆଇ କଲେଜରେ ପାଠ ପଢୁଥିଲେ । ଆଇଟିଆଇ କଲେଜର ପ୍ରଥମ ବର୍ଷର ଛାତ୍ର ଆଶୁତୋଷ ମଲିକ। ହେଲେ ସାଙ୍ଗମାନେ ତାଙ୍କୁ କଂମେଟ୍ ମାରିବାରୁ ସେ ବିଷ ପିଇଥିବା ଜଣାପଡିଥିଲା । ଖାଲି ଏତିକି ନୁହେଁ ବରଂ ବିଷ ପିଇବା ପୂର୍ବରୁ ସେ ଆତ୍ମହତ୍ୟା ସମ୍ପର୍କରେ ଏକ ଚିଠି ଲେଖି ଯାଇଥିଲେ। ବିଷ ପିଇବା ପରେ ତାଙ୍କୁ ପ୍ରଥମେ ଭଦ୍ରକ ପରେ ଅବସ୍ଥା ଗୁରୁତର ହେବାରୁ କଟକକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଜୀବନ ଯୁଦ୍ଧରେ ହାର ମାନିଛନ୍ତି ଆଶୁତୋଷ।

ସତରେ କଥାରେ ଅଛି ସାଙ୍ଗମାନେ ବେଳେବେଳେ ସଂହାର କରିଦିଅନ୍ତି । ହୁଏତ ଏ ଘଟଣା କିଛି ସେମିତି । କିନ୍ତୁ ଏ ଘଟଣାରେ ଯେଉଁମାନେ ବି ଦୋଷୀ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ପରିବାର ଲୋକ।

Advertisment

ରିପୋର୍ଟର- ଭଦ୍ରକରୁ ପାର୍ଥସାରଥୀ ନାୟକ

Special Story Youth Kills Self
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ